ଓଡିଶା

odisha

ETV Bharat / state

ସମୁଦ୍ର ଆଁରେ ମା' ପଞ୍ଚୁବରାହୀ ମନ୍ଦିର - ମୁଦ୍ର ଗର୍ଭରେ ଲୀନ ହେବ ମା' ପଞ୍ଚୁବରାହୀ ମନ୍ଦିର

କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକର ଶକ୍ତିପୀଠ ଭାବରେ ପରିଚିତ ତଥା ଦରିଆକୁଳର ଠାକୁରାଣୀ ଭାବେ ପ୍ରସିଦ୍ଧି ଲାଭ କରିଥିବା ସାତଭାୟାର ମା' ପଞ୍ଚୁବରାହୀଙ୍କ ମନ୍ଦିର ଏବେ ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଛି । ଅଧିକ ପଢନ୍ତୁ...

ସମୁଦ୍ର ଲୀନ ହେବାକୁ ଯାଉଛି ମା' ପଞ୍ଚୁବରାହୀ ମନ୍ଦିର
ସମୁଦ୍ର ଲୀନ ହେବାକୁ ଯାଉଛି ମା' ପଞ୍ଚୁବରାହୀ ମନ୍ଦିର

By

Published : Aug 1, 2021, 7:07 AM IST

Updated : Aug 2, 2021, 1:03 AM IST

କେନ୍ଦ୍ରାପଡା: ଜିଲ୍ଲାର ରାଜନଗର ବ୍ଲକର ଅନ୍ୟତମ ଶକ୍ତିପୀଠ ଭାବରେ ପରିଚିତ ତଥା ଦରିଆକୁଳର ଠାକୁରାଣୀ ଭାବେ ପ୍ରସିଦ୍ଧି ଲାଭ କରିଥିବା ସାତଭାୟାର ମା' ପଞ୍ଚୁବରାହୀଙ୍କ ମନ୍ଦିର ଏବେ ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଛି । ଜୁଆର ମାଡରେ ଭୁଶୁଡି ପଡିଲା ସାତଭାୟାବାସୀଙ୍କ ଶେଷ ସନ୍ତକ ମା'ପଞ୍ଚୁବରାହୀଙ୍କ ମନ୍ଦିର । ମନ୍ଦିର ଭିତରେ ଓ ବାହାରେ ଥିବା ବାଲି ମେଦକୁ ଭସାଇ ନେବା ସହ ମନ୍ଦିର ତଳୁ ବାଲି ଭସାଇ ନେଇଛି ବଙ୍ଗୋପସାଗରର।

ସମୁଦ୍ର ଲୀନ ହେବାକୁ ଯାଉଛି ମା' ପଞ୍ଚୁବରାହୀ ମନ୍ଦିର
ସମୁଦ୍ର ଲୀନ ହେବାକୁ ଯାଉଛି ମା' ପଞ୍ଚୁବରାହୀ ମନ୍ଦିର

ମନ୍ଦିର ପ୍ରବେଶ ପଥରେ ଥିବା ଦୁଇ ସିଂହ ମୂର୍ତ୍ତିକୁ ସମୁଦ୍ରର ଜୁଆର ଭସାଇ ନେଇଛି । ସେପଟେ ମନ୍ଦିରର ୨୫ ପ୍ରତିଶତରୁ ଅଧିକ କାନ୍ଥ ଭୁଶୁଡି ପଡିଛି । ଯେକୌଣସି ମୁହୂର୍ତ୍ତରେ ସାତଭାୟାବାସୀଙ୍କ ଶେଷ ସନ୍ତକ ସମ୍ପୂର୍ଣ୍ଣ ଭୁଶୁଡି ପଡିବା ସହ ସମୁଦ୍ରରେ ଲୀନ ହୋଇପାରେ।ସୂଚନାଯୋଗ୍ଯ, ବଙ୍ଗୋପସାଗର କୂଳରେ ଶହଶହ ବର୍ଷ ତଳୁ ପୂଜା ପାଇଆସୁଥିବା ମା' ପଞ୍ଚୁବରାହୀ ଏବଂ ସାତଭାୟା ଅଧିବାସୀଙ୍କୁ ୨୦୧୮ ମସିହାରେ ବଗପାଟିଆ ଠାରେ ରାଜ୍ଯ ସରକାର ଥଇଥାନ କରିବା ସହ ସେଠାରେ ମା'ଙ୍କର ଏକ ନୂତନ ମନ୍ଦିର ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି ।

ସମୁଦ୍ର ଲୀନ ହେବାକୁ ଯାଉଛି ମା' ପଞ୍ଚୁବରାହୀ ମନ୍ଦିର

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Aug 2, 2021, 1:03 AM IST

ABOUT THE AUTHOR

...view details