ଓଡିଶା

odisha

ETV Bharat / state

ଲୁଥେରାନ ଶିଶୁବିକ୍ରି ଘଟଣା, ୩ ସରକାରୀ କର୍ମଚାରୀଙ୍କ ସହ ଜଣେ ମହିଳା ଗିରଫ - ୩ ସରକାରୀ କର୍ମଚାରୀଙ୍କ ସହ ଜଣେ ମହିଳା ଗିରଫ

କେନ୍ଦ୍ରାପଡ଼ା ମହାକାଳପଡ଼ା ପାଟଳିପଙ୍କସ୍ଥିତ ଲୁଥେରାନ୍‌ ମହିଳା ସମିତି କେନ୍ଦ୍ରରେ ଶିଶୁବିକ୍ରି ମାମଲାରେ ପୁଲିସ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜିଲ୍ଲା ଦୌରାଜଜ ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କ ଜାମିନ ନାମଞ୍ଜୁର କରିବା ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଧିକ ପଢନ୍ତୁ..

ଲୁଥେରାନ ଶିଶୁବିକ୍ରି ଘଟଣା, ୩ ସରକାରୀ କର୍ମଚାରୀଙ୍କ ସହ ଜଣେ ମହିଳା ଗିରଫ
ଲୁଥେରାନ ଶିଶୁବିକ୍ରି ଘଟଣା, ୩ ସରକାରୀ କର୍ମଚାରୀଙ୍କ ସହ ଜଣେ ମହିଳା ଗିରଫ

By

Published : Aug 25, 2021, 7:26 AM IST

କେନ୍ଦ୍ରାପଡ଼ା: ମହାକାଳପଡ଼ା ପାଟଳିପଙ୍କସ୍ଥିତ ଲୁଥେରାନ୍‌ ମହିଳା ସମିତି ଶିଶୁ ପ୍ରଯତ୍ନ କେନ୍ଦ୍ରରେ ଶିଶୁବିକ୍ରି ମାମଲାରେ ପୁଲିସ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜିଲ୍ଲା ଦୌରାଜଜ ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କ ଜାମିନ ନାମଞ୍ଜୁର କରିବା ପରେ ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ୪ ଜଣ ଅଭିଯୁକ୍ତ ହେଲେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସରକାରୀ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ,ବିବେକାନନ୍ଦ ଅଟବୁଦ୍ଧି, ରବୀନ୍ଦ୍ର ମହାଳିକ ଓ ଲୁଥେରାନ ମହିଳା ସମିତି କର୍ମଚାରୀ ରେଣୁବାଳା ପଣ୍ଡା।

ଲୁଥେରାନ ଶିଶୁବିକ୍ରି ଘଟଣା, ୩ ସରକାରୀ କର୍ମଚାରୀଙ୍କ ସହ ଜଣେ ମହିଳା ଗିରଫ

୨୦୧୭ ମସିହାରେ ଦୁଃଷ୍କର୍ମ ଶିକାର ଜଣେ ନାବାଳିକା ଲୁଥେରାନ ମହିଳା ସମିତିରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ତେବେ ୧୫ ଦିନ ପରେ ସେହି ଶିଶୁକନ୍ୟାକୁ ମହିଳା ସମିତିର କିଛି କର୍ମଚାରୀ ଅନ୍ୟ କେତେକ ସରକାରୀ କର୍ମଚାରୀଙ୍କ ସହାୟତାରେ ବିକ୍ରି କରି ଦେଇଥିବା ନେଇ ସଂପୃକ୍ତ ନାବାଳିକା ରାଜ୍ୟ ଶିଶୁ ସୁରକ୍ଷା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। କମିଶନଙ୍କ ସୁପାରିଶରେ ମାର୍ଶାଘାଇ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୪ ଅଭିଯୁକ୍ତ ଜାମିନ ପାଇଁ ଉଚ୍ଚନ୍ୟାୟାଳୟ ଦ୍ବାରସ୍ଥ ହୋଇଥିଲେ।

ତେବେ ଉଚ୍ଚ ନ୍ୟାୟାଳୟରେ ଜାମିନ ଆବେଦନ ଖାରଜ ହେବା ପରେ ଗତକାଲି(ମଙ୍ଗଳବାର) ୪ ଜଣ ଅଭିଯୁକ୍ତ କେନ୍ଦ୍ରାପଡ଼ା ଦୌରାଜଜଙ୍କ ଅଦାଲତରେ ହାଜିର ହୋଇଥିଲେ। ଜିଲ୍ଲା ଦୌରାଜଜ ଅଭିଯୁକ୍ତଙ୍କ ଜାମିନ ନାକଚ କରି କେନ୍ଦ୍ରାପଡ଼ା ସବ ଜେଲକୁ ପଠାଇଛନ୍ତି। ତେବେ ସରକାରୀ ଓକିଲ ଗୋକୁଳ ନନ୍ଦନ ଦାଶ, ଏହି ମାମଲାର ପରିଚାଳନା କରୁଥିଲେ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details