କେନ୍ଦ୍ରାପଡ଼ା: ଦିନ ଦ୍ବିପ୍ରହରରେ ଗ୍ରୋସରୀ ଦୋକାନରୁ ଲୁଟ । କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ବଜାରର ଏକ ଗ୍ରୋସରୀ ଦୋକାନରୁ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି । ବୁଧବାର ଦିନ ପ୍ରାୟ 11 ଟା ବେଳେ ଦୁଇ ଜଣ ଦୁର୍ବୃତ୍ତ ଜିନିଷ କିଣିବା ବାହାନାରେ ଦୋକାନକୁ ଆସି 1 ଲକ୍ଷ 7 ହଜାର ଟଙ୍କ ଲୁଟି ନେଇ ଚମ୍ପଟ ମାରିଛନ୍ତି । ତେବେ ଲୁଟର ସମସ୍ତ ଦୃଶ୍ୟ ଦୋକନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଏନେଇ ଦୋକାନୀ ମାଲିକ ପ୍ରଭାକର ପରିଡା ନିକିରାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଲୁଟେରାଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି ।
ଦିନ ଦ୍ବିପ୍ରହରରେ ଗ୍ରୋସରି ଦୋକାନରୁ ଲକ୍ଷାଧିକ ଟଙ୍କା ଲୁଟ - ଦିନ ଦ୍ବିପ୍ରହରରେ ଲୁଟ
ମାଲିକଙ୍କ ଆଖିରେ ଧୂଳି ଦେଇ ଦିନ ଦ୍ବିପ୍ରହରରେ ଗ୍ରୋସରି ଦୋକାନରୁ ଲକ୍ଷାଧିକ ଟଙ୍କା ଲୁଟିନେଲ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ନିକିରାଇ ଥାନା ଅଞ୍ଚଳରେ । ଅଧିକ ପଢନ୍ତୁ...
![ଦିନ ଦ୍ବିପ୍ରହରରେ ଗ୍ରୋସରି ଦୋକାନରୁ ଲକ୍ଷାଧିକ ଟଙ୍କା ଲୁଟ looting millions of dollars from grocery stores](https://etvbharatimages.akamaized.net/etvbharat/prod-images/768-512-9657692-thumbnail-3x2-kk.jpg)
ଦିନ ଦ୍ବିପ୍ରହରରେ ଗ୍ରୋସରି ଦୋକାନରୁ ଲକ୍ଷାଧିକ ଟଙ୍କା ଲୁଟିନେଲ ଦୁର୍ବୃତ
ଦିନ ଦ୍ବିପ୍ରହରରେ ଗ୍ରୋସରି ଦୋକାନରୁ ଲକ୍ଷାଧିକ ଟଙ୍କା ଲୁଟ
ସୂଚନାଯୋଗ୍ୟ, ଆଜି ଦିନ ପ୍ରାୟ 11 ଟାରେ ବେଳେ ଦୁଇଜଣ ବ୍ୟକ୍ତି ଇନ୍ଦିପୁର ବଜାରରେ ସ୍ଥିତ ସଞ୍ଜୀବ ଟ୍ରେଡରରୁ କିଛି ଜିନିଷ କିଣିବା ପାଇଁ ଆସିଥିଲେ । ଜିନିଷ ନେବା ପରେ ଦୋକାନ ମାଲିକଙ୍କୁ ଖୁଚୁରା ମାଗିଥିଲେ । ଦୋକାନୀ ପ୍ରଭାକର କ୍ୟାସ ବାକ୍ସରୁ ଖୁଚୁରା କାଢିଲା ବେଳେ ଦୁର୍ବୃତ୍ତମାନେ ଟଙ୍କା ବିଡା ଉଠାଇ ନେଇ ଆଖି ପିଛୁଳାକେ ଛୁ ହୋଇଯାଥିଲେ । ଯାହାର ସମସ୍ତ ଦୃଶ୍ୟ ଦୋକାନ ସିସିଟିଭିରେ କଏଦ ହୋଇଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ
Last Updated : Nov 25, 2020, 7:04 PM IST