ଓଡିଶା

odisha

ETV Bharat / state

ଆଳି ପୋଲିସକୁ ଖୋଲା ଚ୍ଯାଲେଞ୍ଜ, ଗୋଟିଏ ରାତିରେ ଦୁଇ ଅଳଙ୍କାର ଦୋକାନରୁ ଲୁଟ - ଦୁଇ ଅଳଙ୍କାର ଦୋକାନରୁ ଲୁଟ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଗୋଟିଏ ରାତିରେ ଦୁଇଟି ଦୋକାନରୁ ଲୁଟିଲେ ଦୁର୍ବୃତ୍ତ । ଅଧିକ ପଢ଼ନ୍ତୁ

ଆଳି ପୋଲିସକୁ ଖୋଲା ଚ୍ଯାଲେଞ୍ଜ, ଗୋଟିଏ ରାତିରେ ଦୁଇ ଅଳଙ୍କାର ଦୋକାନରୁ ଲୁଟ
ଆଳି ପୋଲିସକୁ ଖୋଲା ଚ୍ଯାଲେଞ୍ଜ, ଗୋଟିଏ ରାତିରେ ଦୁଇ ଅଳଙ୍କାର ଦୋକାନରୁ ଲୁଟ

By

Published : May 8, 2022, 10:01 PM IST

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଡକାୟତମାନେ ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଇ ଚାଲିଛନ୍ତି । ଗତ ଶନିବାର ରାତି ପ୍ରାୟ ୩ଟା ସମୟରେ ଆଳି ଥାନା ଅନ୍ତର୍ଗତ ବଡ଼ଆଙ୍କୋ ଗ୍ରାମର ସାଧୁଚରଣ ମହାଳିକଙ୍କ ଘରେ ପ୍ରାୟ ୫ଜଣ ଡକାୟତ ପଶି ସାଧୁଚରଣ ଓ ତାଙ୍କ ପତ୍ନୀ ଜାନକୀ ମହାଳିକଙ୍କୁ ବାନ୍ଧି ମାଡ଼ ମାରିଥିଲେ । ଏହାସହିତ ସାଧୁଚରଣଙ୍କୁ ଛୁରା ମାଡ଼ କରି ଘରେ ଥିବା ସୁନା ରୂପା ନଗଦ ଟଙ୍କା ଆଦି ଲୁଟି ନେଇଛନ୍ତି । ଗ୍ରାମବାସୀ ଉଭୟ ସାଧୁଚରଣ ଓ ଜାନକୀଙ୍କୁ ଆଳି ମେଡିକାଲରେ ଭର୍ତ୍ତି କରିଛନ୍ତି । ଉଭୟ ଆଳି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଘଟଣାସ୍ଥଳରେ ଆଳି ପୋଲିସ ଜଗି ରହିବା ସହିତ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

ଆଳି ପୋଲିସକୁ ଖୋଲା ଚ୍ଯାଲେଞ୍ଜ, ଗୋଟିଏ ରାତିରେ ଦୁଇ ଅଳଙ୍କାର ଦୋକାନରୁ ଲୁଟ

ସେହିପରି ଅନ୍ୟ ଏକ ଘଟଣାରେ ଗତ ରାତିରେ ଆଳି ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଦୁଇଟି ସୁନା ଦୋକାନରୁ ଲୁଟ ହୋଇଥିବା ନେଇ ସୂଚନା ମିଳିଛି । ପାତ୍ର ଜୁଏଲାରୀ ଓ ଆଖଣ୍ଡଳମଣି ଜୁଏଲାରୀର ଉପର ଆଜବେଷ୍ଟସ ଭାଙ୍ଗି ଦୋକାନ ଭିତରେ ପଶି ଭିତରେ ଲାଗିଥିବା ସିସି କ୍ୟାମେରା ଭାଙ୍ଗିବା ସହିତ ଲକ୍ଷାଧିକ ଟଙ୍କାର ସୁନାରୂପା ଲୁଟି ନେଇଥିବା ଉଭୟ ଦୋକାନର ମାଲିକ ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ ଦୁଇଟି ଦୋକାନରେ ପହଞ୍ଚି ଛାନଭିନ କରିବା ସହିତ ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି । ଅପରପକ୍ଷରେ ରାତ୍ରି ପାଟ୍ରୋଲିଂ ଅଭାବରୁ ଚୋରୀ ହୋଇଛି ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଆଳି ପୋଲିସ ଏଥିପ୍ରତି ଦୃଷ୍ଟି ଦେବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details