କେନ୍ଦ୍ରାପଡ଼ା:ସଦର ଥାନା ଅଞ୍ଚଳରେ ଲୁଟେରାମାନେ ଆତଙ୍କ ରାଜ ଚଲାଇଛନ୍ତି । ଜଗନ୍ନାଥପୁର ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ ପରେ ଲକ୍ଷାଧିକ ଟଙ୍କା ଓ ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟେରାଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବୃଦ୍ଧ ଦମ୍ପତିଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ଗୁରୁବାର ବିଳମ୍ବିତ ରାତିରେ ଜଗନ୍ନାଥପୁର ଗ୍ରାମ ଉଦୟନାଥ ଜେନାଙ୍କ ଘରେ କିଛି ଦୁର୍ବୃତ୍ତମାନେ ଲୁଟ କରିବାକୁ ଉଦ୍ୟମ କରି ପ୍ରଥମେ ବିଫଳ ହୋଇଥିଲେ । ଏହାପରେ ଲୁଟେରାମାନେ ଘରେ ଥିବା ବୃଦ୍ଧ ଦମ୍ପତିଙ୍କ ଉପରକୁ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ଆକ୍ରମଣରେ ଉଦୟ ଏବଂ ତାଙ୍କ ପତ୍ନୀ ଜୟନ୍ତୀ ଲହୁଲୁହାଣ ହୋଇ ଚେତାଶୂନ୍ୟ ହୋଇଯାଇଥିଲେ ।