ଓଡିଶା

odisha

ETV Bharat / state

ପଟ୍ଟାମୁଣ୍ଡାଇରେ ମାତିଲେ ଲୁଟେରା, ସୁନା ବ୍ୟବସାୟୀଙ୍କୁ ମାରି ଲୁଟିନେଲେ ସୁନା - Loot in pattamundai

ପୁଣି ମାତିଲେ ଲୁଟେରା। ପଟ୍ଟାମୁଣ୍ଡାଇ ଅଡିଅଣ୍ଟା ଛକରେ ସୁନା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌।

Loot in pattamundai
ପ୍ରତିକାତ୍ମକ ଫଟୋ

By

Published : Dec 1, 2019, 10:02 PM IST

Updated : Dec 1, 2019, 11:16 PM IST

କେନ୍ଦ୍ରାପଡା: ପୁଣି ମାତିଲେ ଲୁଟେରା। ପଟ୍ଟାମୁଣ୍ଡାଇ ଖଡିଅଣ୍ଟା ଛକରେ ସୁନା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ 70 ଗ୍ରାମ ସୁନା ସହ କେଜିଏ ରୂପା ଓ ନଗଦ 5000 ଟଙ୍କା। ଗୋଟିଏ ବାଇକରେ 3 ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇବା ସହ ଭୁଜାଲିରେ ଆକ୍ରମଣ କରି ଲୁଟ୍‌ କରିଥିବା ଜଣାପଡିଛି ।

ଆକ୍ରମଣରେ ମାଟିଆ ଗ୍ରାମର ସୁନା ବ୍ୟବସାୟୀ ବିଜୟ ସାହୁ ତାଙ୍କ ଭାଇ ଲକ୍ଷ୍ମୀଧର ସାହୁ ଓ ପୁଅ ରାଧାଗୋବିନ୍ଦ ସାହୁ ଆହତ ହୋଇ ପଟ୍ଟାମୁଣ୍ଡାଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାବରର ବଢିହରୁ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଖଡିଅଣ୍ଟା ଛକ ପାଖରେ ଦୁବୃର୍ତ୍ତ ଏପରି କରିଛନ୍ତି।

ପଟ୍ଟାମୁଣ୍ଡାଇରେ ମାତିଲେ ଲୁଟେରା, ସୁନା ବ୍ୟବସାୟୀଙ୍କୁ ମାରି ଲୁଟିନେଲେ ସୁନା

ଗତ କିଛି ଦିନ ତଳେ ଜଣେ ମଦ ବ୍ୟବସାୟୀଙ୍କୁ ଦିନ ଦ୍ଵିପ୍ରହରରେ ବନ୍ଧୁକ ଦେଖାଇ 2ଲକ୍ଷ 83 ହଜାର ଟଙ୍କା ଓ ବାଲିପାଟଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଇକ ଡିକି ଭାଙ୍ଗି ଲକ୍ଷେ 89 ହଜାର ଟଙ୍କା ଲୁଟିନେଇଥିଲେ ଦୁର୍ବୃତ୍ତ । ତେବେ ଦିନକୁ ଦିନ ଏପରି ଲୁଟ୍‌ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବଢିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Dec 1, 2019, 11:16 PM IST

ABOUT THE AUTHOR

...view details