ଓଡିଶା

odisha

ETV Bharat / state

ଫୁଲ ବଜାରରେ କୋରୋନା ମାଡ, ହାତ ବାନ୍ଧି ବସିଛନ୍ତି 300ରୁ ଉର୍ଦ୍ଧ୍ବ ବେପାରୀ - kendrapada news

କୋଭିଡ ଦ୍ବିତୀୟ ଲହର ପାଇଁ ପ୍ରଭାବିତ ହୋଇଛି ବ୍ୟବସାୟ। ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଗୁଡିକ ଖୋଲା ରହୁଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ପଡିଛି ଫୁଲ। ଅଧିକ ପଢନ୍ତୁ...

ଫୁଲ ବଜାରରେ କୋରୋନା ମାଡ
ଫୁଲ ବଜାରରେ କୋରୋନା ମାଡ

By

Published : Jun 5, 2021, 3:32 PM IST

କେନ୍ଦ୍ରାପଡା: କୋଭିଡ ଦ୍ବିତୀୟ ଲହର ପାଇଁ ପ୍ରଭାବିତ ହୋଇଛି ବ୍ୟବସାୟ। ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଗୁଡିକ ଖୋଲା ରହୁଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ପଡିଛି ଫୁଲ। ତେବେ ଜୀବନ ବଞ୍ଚାଇବା ଲକ୍ଷ୍ୟରେ ଲୁଚିଛପି ଫୁଲ ବେପାର କରି ଗୁଜୁରାଣ ମେଣ୍ଟାଇବା ପାଇଁ ଫୁଲ ବ୍ୟବସାୟୀମାନେ ଚେଷ୍ଟା କରୁଥିବା ବେଳେ ଆଉ ସେ ଆଦର ନାହିଁ ।

ଫୁଲ ବଜାରରେ କୋରୋନା ମାଡ, ହାତ ବାନ୍ଧି ବସିଛନ୍ତି 300ରୁ ଉର୍ଦ୍ଧ୍ବ ବେପାରୀ

ବାହାଘର, ବ୍ରତଘର, ଠାକୁର ପ୍ରତିଷ୍ଠା ଆଦିରେ ଆଗରୁ ଫୁଲର ଆବଶ୍ୟକତା ପଡୁଥିବା ବେଳେ ବର୍ତ୍ତମାନ କୋଭିଡ ଦ୍ଵିତୀୟ ଲହର ଜନିତ ଲକଡାଉନ ପାଇଁ ଜୀବିକା ହୋଇଛି ପ୍ରଭାବିତ। କେନ୍ଦ୍ରାପଡା ସହରରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଫୁଲ ବ୍ୟବସାୟୀ ରହିଥିବା ବେଳେ ସମଗ୍ର ଜିଲ୍ଲାରେ ରହିଛନ୍ତି ୩୦୦ରୁ ଉର୍ଦ୍ଧ୍ବ ବ୍ୟବସାୟୀ। ଫୁଲ ପାଇଁ ମୁଖ୍ୟତଃ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଉପରେ ବ୍ୟବସାୟୀ ମାନେ ନିର୍ଭର କରିଥାନ୍ତି। ପଶ୍ଚିମବଙ୍ଗର ବାବୁଘାଟ, ରାଣାଘାଟ, ଦେଉଳସାହି ଓ ପୋଲାଘାଟରୁ ଗେଣ୍ଡୁ, ଗୋଲାପ, ରଜନୀଗନ୍ଧା, ଅର୍କିଟ, ସୂର୍ଯ୍ୟମୁଖୀ, ପାନ୍ଥନୀୟମ ପରି ଭଳିକିଭଳି ଫୁଲ କେନ୍ଦ୍ରାପଡ଼ାକୁ ଆସିଥାଏ।

ଏହି ଫୁଲଗୁଡିକ ଆନ୍ତଃରାଜ୍ୟ ଚାଲୁଥିବା ବିଭିନ୍ନ ବସ ମାନଙ୍କରେ ଆସିଥାଏ। ବସଭଡା ବାବଦକୁ ବ୍ୟବସାୟୀ ମାନେ 500 ଟଙ୍କା ଦେଇଥାନ୍ତି ତେବେ ବର୍ତ୍ତମାନ ଲକଡାଉନ ଓ ଆନ୍ତଃରାଜ୍ୟ ବସସେବା ବନ୍ଦ ଥିବା କାରଣରୁ ତିନିଶେଣାରେ ପାଣି ଉଠିବା ଭଳି ଟ୍ରକରେ ଚଣ୍ଡିଖୋଲ ଓ ଅଟୋରେ କେନ୍ଦ୍ରାପଡ଼ା ଆଣିବାକୁ ପଡୁଛି । ଏଥିପାଇଁ ପରିବହନ ବାବଦକୁ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।

୧୯୯୩ ମସିହାରେ ଜିଲ୍ଲାରେ ପ୍ରଥମ ଫୁଲ ଦୋକାନ ଆରମ୍ଭ କରିଥିଲେ ନୃସିଂହ ଚରଣ ଯତୀ ନାମକ ବ୍ୟବସାୟୀ। ଏହାପରେ ଧିରେଧିରେ ଫୁଲର ଚାହିଦା ବଢ଼ିଲା ଓ ବାହାଘରରେ ଗେଟ ସଜ୍ଜା, ଗାଡି ସଜ୍ଜା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କାର୍ଯ୍ୟ ପାଇଁ ଦରକାର ପଡିଲା ଓ ଚାହିଦା ମଧ୍ୟ ବଢ଼ିଲା। କୋଭିଡ ଲହର ପାଇଁ ସବୁକିଛି ଜୀବନଶୈଳୀ ବଦଳି ଗଲା। ପ୍ରଥମ ଲହରରେ ଦୀର୍ଘଦିନ ଧରି ବେପାର ବଣିଜ ବନ୍ଦ ହୋଇଥିବା ବେଳେ ଏବେ ଦ୍ଵିତୀୟ ଲହରରେ ଘୋଡା ଛ'ଟଙ୍କାକୁ ଦାନା ନ'ଟଙ୍କା। ଫୁଲର ଚାହିଦା ବୁଝି ଓ ବ୍ୟବସାୟୀ ମାନଙ୍କ ଅବସ୍ଥା ସମ୍ପର୍କରେ ଅବଗତ ହୋଇ ରାଜ୍ୟ ସରକାର ଏମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି ଏହି ଫୁଲ ବ୍ୟବସାୟୀ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details