ଓଡିଶା

odisha

By ETV Bharat Odisha Team

Published : Aug 23, 2023, 10:39 AM IST

ETV Bharat / state

ପ୍ଲାଣ୍ଟ ପାଇଁ ଜମି ଅଧିଗ୍ରହଣରେ ଭେଦଭାବ ଅଭିଯୋଗ, ନିରପେକ୍ଷ ମାପ ପାଇଁ ଦାବି

ଜଙ୍ଗଲ ଜମି ଚିହ୍ନଟ ପାଇଁ ନୋଟିସ ଜାରି କରିଛନ୍ତି ସରକାର । ଜମି ଅଧିଗ୍ରହଣକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ । ଅଧିକ ପଢନ୍ତୁ

ଜମି ଅଧିଗ୍ରହଣକୁ ନେଇ ସ୍ଥାନୀୟ ଲୋକେଙ୍କ ମଧ୍ୟରେ ଉତ୍ତେଜନା
ଜମି ଅଧିଗ୍ରହଣକୁ ନେଇ ସ୍ଥାନୀୟ ଲୋକେଙ୍କ ମଧ୍ୟରେ ଉତ୍ତେଜନା

ଜମି ଅଧିଗ୍ରହଣକୁ ନେଇ ସ୍ଥାନୀୟ ଲୋକେଙ୍କ ମଧ୍ୟରେ ଉତ୍ତେଜନା

କେନ୍ଦ୍ରାପଡା: ପ୍ରକଳ୍ପ ପୂର୍ବରୁ ଘନେଇଲାଣି ବିବାଦ । ଜଙ୍ଗଲ ଜମି ଚିହ୍ନଟ ପାଇଁ ନୋଟିସ୍‌ ଜାରି କରିଛନ୍ତି ସରକାର । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସରକାର ଜଙ୍ଗଲ ଜମି ଅଧିଗ୍ରହଣ କରିବା ପାଇଁ ନୋଟିସ ଦେଇଥିବା ବେଳେ କିଛିଟା ବ୍ୟକ୍ତିବିଶେଷଙ୍କୁ କାହିଁକି ଏହି ନୋଟିସ ଦିଆଯାଇ ନାହିଁ ତାହାକୁ ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ନିରପକ୍ଷ ଭାବେ ଜମି ଅଧିଗ୍ରହଣ ନକରାଗଲେ ମାପ କରାଇ ନଦେବାକୁ ଚେତାବନୀ ଦିଆଯାଇଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲ ଅଧିନରେ ଥିବା ହରିଆବାଙ୍କରେ ବିବାଦ ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ, କେନ୍ଦ୍ରାପଡା ମହାକାଳପଡ଼ା ତହସିଲ ଅଧୀନରେ ଆର୍ସେଲର ମିତ୍ତଲ ଏକ ବୃହତ ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଭୂ-ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି । ଏହାରି ମଧ୍ୟରେ ତହସିଲ ପକ୍ଷରୁ ଜଙ୍ଗଲ କିସମ ଜମି ଉପରେ ଅନାଧିକାର ଆଡ୍ଡା ବା ଜବରଦଖଲ କରିଥିବା ଲୋକଙ୍କୁ ନୋଟିସ ପ୍ରଦାନ କରାଯାଇଛି । ତେବେ ହରିଆବାଙ୍କ ଗ୍ରାମର କିଛି ଲୋକଙ୍କୁ ସେମାନଙ୍କ ସ୍ଥିତିବାନ ଜମିକୁ ଜଙ୍ଗଲ କିସମ-୨ ଜମି ଦର୍ଶାଇ ମାପ କରାଯିବା ପାଇଁ ନୋଟିସ ପ୍ରଦାନ କରାଯାଇଛି । ଯାହାକୁ ବିରୋଧ କରି ଶତାଧିକ ପୁରୁଷ ଓ ମହିଳା ମହାକାଳପଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ବାପା ଅଜା ଅମଳରୁ ସ୍ଥିତିବାନ ପ୍ଲଟରେ ସେମାନେ ରହି ଆସୁଥିବା ବେଳେ ଏବେ ସେଠାରେ ଜଙ୍ଗଲ କିସମ-୨ ଜମି ଆସିଲା କିପରି ? ଆଉ ଯଦି ଆସିଲା ଖାଲି ଗରିବ ଲୋକଙ୍କର ଜମି ମାପ କରାଯିବ, କିନ୍ତୁ ଧନୀଙ୍କ ଜମି କାହିଁକି ମପାଯିବ ନାହିଁ ? ହରିଆବାଙ୍କରେ ରହୁଥିବା ସମସ୍ତ ଅଧିବାସୀଙ୍କ ଜମି ମାପ କରାଯାଉ । ନଚେତ ମାପ କରିବାକୁ ଗଲେ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଅଧିବାସୀ । ସେମାନେ ପ୍ରକଳ୍ପକୁ ବିରୋଧ କରୁନଥିବା ବେଳେ ପ୍ରଶାସନ ସେମାନଙ୍କୁ ବିରୋଧ କରିବାରୁ ନିବୃତ୍ତ ରହିବା ପାଇଁ ସମସ୍ତଙ୍କ ଜମି ମାପ କରୁ ବୋଲି ବିକ୍ଷୋଭକାରୀ ଦାବିପତ୍ର ପ୍ରଦାନ କରିଛନ୍ତି । ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାରଙ୍କୁ ସେମାନଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି ।

ଅଧିକ ପଢନ୍ତୁ: ବଲାଙ୍ଗୀରରେ ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘର ଆନ୍ଦୋଳନ

ଏହାକୁ ନେଇ ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ର କହିଛନ୍ତି, ‘‘ମୁଁ ସମସ୍ତ ଦାବିପତ୍ର ଗ୍ରହଣ କରିଛନ୍ତି । ଘଟଣା ସମ୍ପର୍କରେ ମୋ ପାଖରେ ତଥ୍ୟ ନାହିଁ । ତହସିଲଦାରଙ୍କୁ ଏହା ପ୍ରଦାନ କରାଯିବ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details