କେନ୍ଦ୍ରାପଡା: ଜିଲ୍ଲାରେ ଥିବା ସମସ୍ତ ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନଗୁଡିକୁ ନିଲାମ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ରାଜସ୍ୱ ବିଭାଗ ଅତିରିକ୍ତ ଜିଲ୍ଲାପାଳ ନରହରି ସେଠୀ, ଅବକାରୀ ବିଭାଗ ଅଧିକ୍ଷକଙ୍କ ତତ୍ତ୍ଵାବଧାନରେ ଜିଲ୍ଲାରେ ସମୁଦାୟ ୪୭ଟି ବିଦେଶୀ ଓ ୧୯ଟି ଦେଶି ମଦ ଦୋକାନ ନିଲାମ ହୋଇଥିବା ଜଣାପଡିଛି ।
କେନ୍ଦ୍ରାପଡାର ସରକାରୀ ଦେଶୀ-ବିଦେଶୀ ମଦ ଦୋକାନ ନିଲାମ - ମଦ ଦୋକାନ ନିଲାମ ଖବର କେନ୍ଦ୍ରାପଡା
କେନ୍ଦ୍ରାପଡାରେ ସରକାରୀ ଦେଶି ଓ ବିଦେଶୀ ମଦ ଦୋକାନ ନିଲାମ । ମୋଟ 830 ଜଣ ଆବେଦନକାରୀ କରିଛନ୍ତି ଆବେଦନ । ଅଧିକ ପଢନ୍ତୁ...
ନିଲାମ ହେଲା କେନ୍ଦ୍ରାପଡାର ସରକାରୀ ଦେଶି ଓ ବିଦେଶୀ ମଦ ଦୋକାନ
୪୭ ଟି ବିଦେଶୀ ମଦ ଦୋକାନ ପାଇଁ ୭୪୫ ଜଣ ଆବେଦନ କରି ଥିବାବେଳେ ୧୯ଟି ଦେଶି ମଦ ଦୋକାନ ପାଇଁ ୮୮ ଜଣ ଅନଲାଇନରେ ଆବେଦନ କରିଥିଲେ । ଆବେଦନକାରୀମାନଙ୍କ ସମ୍ମୁଖରେ ଲଟେରୀ ଉଠାଣ କରିଥିଲେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଯାହାର ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ ମଧ୍ଯ କରାଯାଇଥିଲା । ସରକାର ଧାର୍ଯ୍ଯ କରିଥିବା ନିୟମକୁ ଆଧାର କରି ଆସନ୍ତା ୧୫ ଦିନ ମଧ୍ଯରେ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଜିଲ୍ଲାପାଳ କହିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ