ଓଡିଶା

odisha

ETV Bharat / state

କେନ୍ଦ୍ରାପଡା କୋ-ଅପରେଟିଭ ସୋସାଇଟିରେ ଋଣ ଘୋଟାଲା, 11 ଲକ୍ଷ ଗାଏବ! - loan scam allegations against kendrapara co-operative bank

କେନ୍ଦ୍ରାପଡା କୋ-ଅପରେଟିଭ ସୋସାଇଟିରେ ଋଣ ଘୋଟାଲା। ଭୂତ ଖାଇଗଲା 11 ଲକ୍ଷ ଟଙ୍କା। ଦେଖନ୍ତୁ ରିପୋର୍ଟ...

kendrapara co-operative bank
କେନ୍ଦ୍ରାପଡା କୋ-ଅପରେଟିଭ ସୋସାଇଟିରେ ଋଣ ଘୋଟାଲା, 11 ଲକ୍ଷ ଗାଏବ !

By

Published : Dec 3, 2019, 11:57 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡା କୋ-ଅପରେଟିଭ ସୋସାଇଟିରେ ଋଣ ଘୋଟାଲା । ଭୂତ ଖାଇଗଲା 11 ଲକ୍ଷ ଟଙ୍କା । 2003 ମସିହାରେ ଲୋନ ଆକାଉଣ୍ଟ ନମ୍ବର 1124ରେ ଶେଷରଞ୍ଜନ ପ୍ରଧାନ, ଘର ମାର୍ଶାଘାଇ ବ୍ଲକ ଜଗନ୍ନାଥପୁର ବୋଲି ଉଲ୍ଲେଖ କରି ସୋସାଇଟିର ମୁଖ୍ୟ ଶାଖାରୁ ସମ୍ପାଦକଙ୍କ ଦସ୍ତଖତରେ 5ଲକ୍ଷ ଟଙ୍କା ଋଣ ନିଆଯାଇଥିଲା । ସେହିପରି 2005 ମସିହାରେ ଲୋନ ଆକାଉଣ୍ଟ ନମ୍ବର 3091ରେ ସମାନ ଗାଁ ନାମ ଦର୍ଶାଇ ଅନୀତା ପ୍ରଧାନ ନାମକ ଜଣେ ମହିଳାଙ୍କ ନାଁରେ 6 ଲକ୍ଷ ଟଙ୍କାର ଲୋନ ନିଆଯାଇଛି । ଏହି ତଥ୍ୟ ସୂଚନା ଅଧିକାର ଆଇନ ବଳରେ ମିଳିଥିବାବେଳେ ପ୍ରକୃତରେ ଜଗନ୍ନାଥପୁର ଗାଁରେ ଏଭଳି କୌଣସି ବ୍ୟକ୍ତି ନଥିବା ଜଣାପଡିଛି।

ସୋସାଇଟିରେ ଏଭଳି ଦୁର୍ନୀତି ହୋଇଥିବା ଆରଟିଆଇ ତଥ୍ୟ ବଳରେ ଜଣାପଡିବା ପରେ ସୋସାଇଟିର ପ୍ରତିଷ୍ଠାତା ସଦସ୍ୟ ଏହି ଘଟଣାରେ ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରିଛନ୍ତି । ସେପଟେ ଏପରି କୌଣସି ଅଭିଯୋଗ ହୋଇନାହିଁ, ଅଭିଯୋଗ ପାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାମଖିଆଲି ଭାବେ ଉତ୍ତର ରଖିଛନ୍ତି କେନ୍ଦ୍ରାପଡା ଏଆରସିଏସ।

କେନ୍ଦ୍ରାପଡା କୋ-ଅପରେଟିଭ ସୋସାଇଟିରେ ଋଣ ଘୋଟାଲା, 11 ଲକ୍ଷ ଗାଏବ !

ତେବେ ପ୍ରଥମେ ସଭାପତିଙ୍କ ଯୌନ କେଳେଙ୍କାରୀ, ପରେ ଇନସ୍ୟୁରାନ୍ସ ଆଡଭାଇଜରଙ୍କ ମୁନାଫାଖୋର ନୀତି ଆଉ ଏବେ ସମ୍ପାଦକଙ୍କ ଦସ୍ତଖତରେ 11ଲକ୍ଷ ଟଙ୍କାର ଲୁଟ ଅଭିଯୋଗ ଆସିବା ପରେ, ସାଧାରଣ ଜମାକାରୀଙ୍କ ବିଶ୍ବାସ ସୋସାଇଟିରୁ କମୁଥିବା କୁହାଯାଉଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details