ଓଡିଶା

odisha

ETV Bharat / state

ପ୍ରେମିକା ସହ ମିଶି ସ୍ତ୍ରୀକୁ ହତ୍ୟା ମାମଲା, ସ୍ବାମୀକୁ ଆଜୀବନ କାରାଦଣ୍ଡ - life imprisonment to husband

ପ୍ରେମିକା ସହିତ ମିଶି ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଗଜରାଜାପୁର ଗ୍ରାମର ଗୋବର୍ଦ୍ଧନ ମଲ୍ଲିକକୁ ଆଜୀବନ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ୍‌ ।

ପ୍ରତିକାତ୍ମକ ଫଟୋ

By

Published : Nov 21, 2019, 8:45 PM IST

କେନ୍ଦ୍ରାପଡା: ପ୍ରେମିକା ସହିତ ମିଶି ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଗଜରାଜାପୁର ଗ୍ରାମର ଗୋବର୍ଦ୍ଧନ ମଲ୍ଲିକକୁ ଆଜୀବନ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ୍‌ । ଗୋବର୍ଦ୍ଧନ ସହ ପ୍ରେମିକା ରଶ୍ମିତା ମଲ୍ଲିକକୁ ମଧ୍ୟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।

କେନ୍ଦ୍ରାପଡାରେ ପ୍ରେମିକା ସହ ମିଶି ସ୍ତ୍ରୀକୁ ହତ୍ୟା ମାମଲା, ସ୍ବାମୀକୁ ଆଜୀବନ କାରାଦଣ୍ଡ

2015 ମସିହାରେ ରାଜକନିକା ଥାନା ଗଜରାଜାପୁର ଗ୍ରାମର ଗୋବର୍ଦ୍ଧନ ଓ ତାଙ୍କ ପ୍ରେମିକା ରଶ୍ମିତା ତାଙ୍କ ପତ୍ନୀ ମୀନା ମଲ୍ଲିକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତେବେ ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଗୁରୁବାର କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ୍‌ ଉଭୟ ଗୋବର୍ଦ୍ଧନ ଓ ରଶ୍ମିତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏହା ସହିତ ଉଭୟଙ୍କୁ 20 ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ସରକାରୀ ଓକିଲ ଭୀମସେନ ଭୂୟାଁ ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details