ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ କୁମାରୀ ପୂଜାରୁ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା - laxmi puja

ଆରମ୍ଭ ହୋଇଛି ଗଣପର୍ବ, ଧରାବତରଣ କରିଛନ୍ତି ଧନଦାତ୍ରୀ । ଏଥିପାଇଁ ଚଳଚଞ୍ଚଳ କେନ୍ଦ୍ରାପଡା ଜିଲ୍ଲାର ଗାଁରୁ ସହର । ଗତକାଲି ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରର ଅନ୍ୟୁନ ୫୦ଟି ସାମୁହିକ ଓ ବ୍ୟକ୍ତିଗତ ମେଢ଼ ମାନଙ୍କରେ ଆବାହନ ପୁଜୋତ୍ସବ ପାଳନ କରାଯାଇଛି । ଅଧିକ ପଢନ୍ତୁ

କେନ୍ଦ୍ରାପଡା ଜିଲ୍ଲାରେ କୁମାରୀ ପୂଜାରୁ ଆରମ୍ଭ ହେଲା ଗଣପର୍ବ ଗଜଲକ୍ଷ୍ମୀ ପୂଜା
କେନ୍ଦ୍ରାପଡା ଜିଲ୍ଲାରେ କୁମାରୀ ପୂଜାରୁ ଆରମ୍ଭ ହେଲା ଗଣପର୍ବ ଗଜଲକ୍ଷ୍ମୀ ପୂଜା

By

Published : Oct 10, 2022, 5:06 PM IST

କେନ୍ଦ୍ରାପଡା:ଆରମ୍ଭ ହୋଇଛି ଗଣପର୍ବ । ଧରାବତରଣ କରିଛନ୍ତି ଧନଦାତ୍ରୀ । ଜଗତଜନନୀ ମା ଦୁର୍ଗାଙ୍କ ମେଲାଣୀ ପରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ଧନଦାତ୍ରୀ ମା' ଲକ୍ଷ୍ମୀ । କୋରନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଫିକା ପଡିଥିବା ଲକ୍ଷ୍ମୀ ପୂଜାକୁ ଚଳିତ ବର୍ଷ ଧୁମଧାମରେ ପାଳିଛନ୍ତି ରାଜ୍ୟବାସୀ । ଏଥିପାଇଁ ଚଳଚଞ୍ଚଳ କେନ୍ଦ୍ରାପଡା ଜିଲ୍ଲାର ଗାଁରୁ ସହର । ଗତକାଲି ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରର ଅନ୍ୟୁନ ୫୦ଟି ସାମୁହିକ ଓ ବ୍ୟକ୍ତିଗତ ମେଢ଼ ମାନଙ୍କରେ ଆବାହନ ପୁଜୋତ୍ସବ ପାଳନ କରାଯାଇଛି ।

କେନ୍ଦ୍ରାପଡା ଜିଲ୍ଲାରେ କୁମାରୀ ପୂଜାରୁ ଆରମ୍ଭ ହେଲା ଗଣପର୍ବ ଗଜଲକ୍ଷ୍ମୀ ପୂଜା

ତେବେ ସହର ଉପକଣ୍ଠ ତିନି ମୁହାଣୀ ଠାରେ ଦୀର୍ଘ ୧୧ବର୍ଷ ଧରି ଅଜିତ ସାହୁ ନାମକ ବ୍ୟକ୍ତିଙ୍କ ଘରେ ମା' ଙ୍କୁ କୁମାରୀ ରୂପରେ ପୂଜା କରାଯାଇ ଆସୁଛି । ଏହି ପୂଜା ର ପ୍ରଥମ ଦିନ ନବକୁମାରୀ ପୂଜା କରି ଆରମ୍ଭ ହୋଇଥାଏ ଏହି ଗଣପର୍ବ ।

ନବକୁମାରୀ ପୂଜା କେବଳ ଦଶହରାରେ ସୀମିତ ନ ରହି ଲକ୍ଷ୍ମୀ ପୂଜାରେ ମଧ୍ୟ ହୋଇଛି । ଏହି ଅବସରରେ ନ' ଜଣ କୁମାରୀ ଝିଅଙ୍କୁ ପୂଜା ଓ ବନ୍ଦାପନା କରି ସେମାନଙ୍କ ମନ ଲାଖି ଉପହାର ଦିଆ ଯାଇଥାଏ ବୋଲି କୁହନ୍ତି ଏହି ନବ କୁମାରୀ ପୂଜା କରୁଥିବା ବ୍ୟକ୍ତି । ଏଥି ସହ ବୈଦିକ ବ୍ରାହ୍ମଣ ରୀତିରେ ପୂଜା କାର୍ଯ୍ୟ ସମାପନ ସହ ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ବନୀରେ ମା'ଙ୍କୁ ପୂଜା କରାଯାଇଥାଏ । ତେବେ ଗତ ଦୁଇ ବର୍ଷ ଧରି ପୂଜା କାର୍ଯ୍ୟ ଛୋଟ ମୂର୍ତ୍ତି ଆଣି ନିରାଡ଼ମ୍ବର ଭାବେ ପୂଜା କରାଯାଇ ଥିଲା । କିନ୍ତୁ ଚଳିତବର୍ଷ ବହୁତ ଯାକ ଜକମରେ ପୂଜା କରାଯାଉ ଥିବାରୁ ଖୁସି ବ୍ୟକ୍ତ କରିବା ସହ ସାରା ବିଶ୍ବ ମହାମାରୀ ମୁକ୍ତ ହେଉ ବୋଲି ମା'ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଭକ୍ତ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details