କେନ୍ଦ୍ରାପଡା: ଜମିବାଡ଼ି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ । କେନ୍ଦ୍ରାପଡା ପାଟକୁରା ଥାନା ଅନ୍ତର୍ଗତ ଶାସେନୀପଡା ଗାଁରେ ଦୁଇ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣରେ ୬ ଜଣ ଗୁରୁତର ଆହତ ଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ଦୁଇ ପରିବାର ମଧ୍ୟରେ ଜମି ପାଇଁ ବିବାଦ ଲାଗି ରହିଥିଲା । ଗୁରୁବାର ସକାଳୁ ଦୁଇ ପରିବାର ମଧ୍ୟରେ ବଚସା ହୋଇ ଉଗ୍ର ରୂପ ଧାରଣ କରିଥିଲା ।