କେନ୍ଦ୍ରାପଡା: ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ପଞ୍ଚାୟତ କଳାଗଡଠାରେ ନିର୍ମାଣାଧିନ ପାଣି ଟାଙ୍କି ଉପରୁ ତଳକୁ ଖସିପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣଙ୍କ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଥାନା ଅନ୍ତର୍ଗତ ବୁନ୍ଦେଇପୋଶି ଗ୍ରାମର ଦୀପକ ନାୟକ ବୋଲି ଜଣାପଡିଛି ।
ପାଣିଟାଙ୍କିରୁ ପଡି ଶ୍ରମିକଙ୍କ ମୃତ୍ୟୁ - ମାର୍ଶାଘାଇ ଥାନା
ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ପଞ୍ଚାୟତରେ ଅଘଟଣ । କଳାଗଡଠାରେ ନିର୍ମାଣାଧୀନ ପାଣି ଟାଙ୍କି ଉପରୁ ତଳକୁ ଖସିପଡି ଜଣେ ଶ୍ରମିକଙ୍କ ମୃତ୍ୟୁ । ମୃତ ଶ୍ରମିକ ଜଣଙ୍କ ମୟୂରଭଞ୍ଜ ଜିଲ୍ଲାର ହୋଇଥିବା ସୂଚନା । ଅଧିକ ପଢନ୍ତୁ...
![ପାଣିଟାଙ୍କିରୁ ପଡି ଶ୍ରମିକଙ୍କ ମୃତ୍ୟୁ ପାଣିଟାଙ୍କିରୁ ପଡି ଶ୍ରମିକଙ୍କ ମୃତ୍ୟୁ](https://etvbharatimages.akamaized.net/etvbharat/prod-images/768-512-7578263-thumbnail-3x2-kpr.jpg)
ପାଣିଟାଙ୍କିରୁ ପଡି ଶ୍ରମିକଙ୍କ ମୃତ୍ୟୁ
ପାଣିଟାଙ୍କିରୁ ପଡି ଶ୍ରମିକଙ୍କ ମୃତ୍ୟୁ
ଗୁରୁବାର ଦିନ ୯ଟା ବେଳେ ଦୀପକ ଟାଙ୍କି ଉପରେ ଚଢି କାମ କରୁଥିବା ସମୟରେ ପ୍ରାୟ 70ଫୁଟ ଉପରୁ ତଳକୁ ଖସି ପଡିଥିଲେ । ଦୀପକଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ମାର୍ଶାଘାଇ ଥାନକୁ ଖବର ଦିଆଯିବା ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ
Last Updated : Jun 11, 2020, 9:47 PM IST