କେନ୍ଦ୍ରାପଡା:ପୁରାଣ କଥା ରହିଛି ଯେ, ଭଗବାନ କୃଷ୍ଣ ଦେବକୀଙ୍କ କୋଳରେ ଜନ୍ମ ନେଇଥିଲେ ହେଲେ ତାଙ୍କ ଲାଳନ ପାଳନ କରିଥିଲେ ଯଶୋଦା । ସେ ତ ଭଗବାନଙ୍କ ଲୀଳା । ମଣିଷ ଜୀବନରେ ବି ଏମିତି ସ୍ଥିତି ପରିସ୍ଥିତି ଆସିଛି । ଗୋଟିଏ ମାଆ କୋଳରେ ଜନ୍ମ ହୋଇଥିଲେ ମଧ୍ୟ ଆଉ ଗୋଟିଏ ମାଆ କୋଳ ମିଳିଛି । ଏପରି କିଛି ଘଟିଛି କେନ୍ଦ୍ରାପଡା ଜିଲ୍ଲାର ୧୪ ମାସର ଶିଶୁ କନ୍ୟା ସ୍ମୃତି ଜୀବନରେ । କୋଲକାତାର ଜଣେ ଦମ୍ପତି ସ୍ମୃତିକୁ ପୌଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି ।
ପଲ୍ଲିଶ୍ରୀ ମହିଳା ସମିତି(ସା)ରେ ଥିବା ନିରାଶ୍ରୟ ଝିଅ ସ୍ମୃତି ନୂଆ ଠିକଣା ହୋଇଛି କୋଲକାତା । ସୁଦୂର ପଶ୍ଚିମବଙ୍ଗ ରାଜ୍ୟର ଅଙ୍ଗନା ଚୌଧୁରୀ ଏବଂ ସୁମନଜିତ ଦେଙ୍କର କୋଳ ମଣ୍ଡନ କରିଛି ସ୍ମୃତି । ଗତ ୨୦୧୯ ମସିହା ସେପ୍ଟେମ୍ବର ମାସର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଗରାପୁରସ୍ଥିତ ପଲ୍ଲିଶ୍ରୀ ମହିଳା ସମିତିର ଝୁଲଣରେ କେହି ଜଣେ ସ୍ମୃତିକୁ ଛାଡି ଦେଇଯିବା ପରେ ସେହିଦିନଠାରୁ ପଲ୍ଲିଶ୍ରୀ ମହିଳା ସମିତି ସ୍ମୃତିକୁ ରଖିଥିଲେ । ତେବେ ଏବେ ସ୍ମୃିର ଏହି ଠିକଣା ବଦଳିଛି ।
ଏହା ବି ପଢନ୍ତୁ...ନାରାୟଣ ପ୍ରସାଦରେ ଅପହଞ୍ଚ ସରକାରୀ ଯୋଜନା, ସମସ୍ୟା ଭୋଗୁଛନ୍ତି ଲୋକ