ଓଡିଶା

odisha

ETV Bharat / state

ଖରସ୍ରୋତା ଜଳ ବିବାଦ, ଗ୍ରାଉଣ୍ଡ ଜିରୋକୁ ଯିବ କଂଗ୍ରେସର ୫ ଜଣିଆ ଟିମ୍ - congess will go kendrapara

କେନ୍ଦ୍ରାପଡା ଜଳ ବିବାଦ । ଘଟଣାର ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡ ଜିରୋକୁ ଯିବ କଂଗ୍ରେସର ୫ ଜଣିଆ ଟିମ୍ । ଅଧିକ ପଢନ୍ତୁ..

ଖରସ୍ରୋତା ଜଳ ବିବାଦ, ଗ୍ରାଉଣ୍ଡ ଜିରୋକୁ ଯିବ କଂଗ୍ରେସର ୫ ଜଣିଆ ଟିମ୍
ଖରସ୍ରୋତା ଜଳ ବିବାଦ, ଗ୍ରାଉଣ୍ଡ ଜିରୋକୁ ଯିବ କଂଗ୍ରେସର ୫ ଜଣିଆ ଟିମ୍

By

Published : Aug 14, 2021, 10:41 PM IST

କେନ୍ଦ୍ରାପଡା: ତେଜୁଛି କେନ୍ଦ୍ରାପଡା ଜଳ ବିବାଦ । ଖରସ୍ରୋତା ନଦୀରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ବିରୋଧି କରି ଉତ୍ୟକ୍ତ ଲୋକେ ପୋଲିସ ସହ ମୁହାଁମୁହିଁ ଏବଂ ଭଙ୍ଗାରୁଜା କରିବା ପରେ ଆକ୍ସନ ମୋଡକୁ ଆସିଛି ପୋଲିସ । ଘଟଣାରେ ସାମିଲ କିଛି ଲୋକଙ୍କୁ ପୋଲିସ ଗିରଫ କରିଛି । ସେପଟେ ଏହି ଘଟଣାକୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଛି ପ୍ରଦେଶ କଂଗ୍ରେସ ।

ଖରସ୍ରୋତା ଜଳ ବିବାଦ, ଗ୍ରାଉଣ୍ଡ ଜିରୋକୁ ଯିବ କଂଗ୍ରେସର ୫ ଜଣିଆ ଟିମ୍

ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପାଞ୍ଚଜଣିଆ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ତୁରନ୍ତ ଘଟଣାସ୍ଥଳ ଗସ୍ତ କରିବା ସହ ବିଭିନ୍ନ ବ୍ୟକ୍ତି, କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିବେ ଏବଂ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ କରିବେ । ଏନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

ଏହି ପାଞ୍ଚଜଣିଆ କମିଟିରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଅଧ୍ୟକ୍ଷତା କରିବା ସହ ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା, ଓପିସିସି ମୁଖପାତ୍ର ଜ୍ଞାନଦେଵ ବେଉରା ଏବଂ ଆଳିର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଦେବେନ୍ଦ୍ର ନାଥଶର୍ମା କମିଟିର ସଦସ୍ୟ ରହିବେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details