କେନ୍ଦ୍ରାପଡା:ଖରସ୍ରୋତା ନଦୀରେ ନିର୍ମାଣାଧିନ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଅଗଷ୍ଟ ୧୨ରେ ପ୍ରକଳ୍ପ ନିର୍ମାଣ କରୁଥିବା ମେଘା କମ୍ପାନୀର ଯନ୍ତ୍ରପାତି ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ରାଜକନିକା ଥାନାରେ ଏତଲା ହେବା ପରେ ପରଦିନ ପୋଲିସ ୨୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ତେବେ ଗିରଫ ହୋଇଥିବା ସମସ୍ତ ୨୪ଜଣଙ୍କର ଜାମିନ ଆବେଦନ ଜିଲ୍ଲା ଦୌରାଜଜ୍ କୋର୍ଟରେ କରାଯାଇଥିବା ବେଳେ କୋର୍ଟ ଏମାନଙ୍କ ଜାମିନ ନାମଞ୍ଜୁର କରିଛନ୍ତି ।
ଖରସ୍ରୋତା ଆନ୍ଦୋଳନରେ ଜେଲ ଯାଇଥିବା ୨୪ ବ୍ୟକ୍ତିଙ୍କ ଜାମିନ ନାମଞ୍ଜୁର - ଖରସ୍ରୋତା
ଖରସ୍ରୋତା ନଦୀରେ ନିର୍ମାଣାଧିନ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ହୋଇଥିବା ଆନ୍ଦୋଲନରେ ୨୪ ଜଣ ଗିରଫ ହୋଇଥିଲେ । ସମସ୍ତଙ୍କ ଜାମିନକୁ ନାମଞ୍ଜୁର କଲେ ଜିଲ୍ଲା ଦୌରାଜଜ୍ କୋର୍ଟ । ଅଧିକ ପଢନ୍ତୁ...
ଖରସ୍ରୋତା ଆନ୍ଦୋଳନରେ ଜେଲ ଯାଇଥିବା ୨୪ବ୍ୟକ୍ତିଙ୍କ ଜାମିନ ନାମଞ୍ଜୁର
ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଓ ପାନୀୟ ଜଳ ପ୍ରକଳ୍ପ ସମ୍ବନ୍ଧୀୟ ଅତି ଗମ୍ଭୀର ବିଷୟକୁ ତର୍ଜମା କରି ଉକ୍ତ ୨୪ଜଣଙ୍କର ଜାମିନ ନାମଞ୍ଜୁର କରାଯାଇଥିବା ସୂଚନା ମିଳିଛି । ଏହି ଭଙ୍ଗାରୁଜା ଘଟଣାରେ କମ୍ପାନୀର ୪୫ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପୁର୍ବରୁ ସୂଚନା ରହିଥିଲା । ଅନ୍ୟପଟେ ଏହି ଭଙ୍ଗାରୁଜା ଘଟଣାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ପୂର୍ବରୁ ୧୨୦ଜଣଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ