କେନ୍ଦ୍ରାପଡା: ଖରସ୍ରୋତା ନଦୀରେ ନିର୍ମାଣ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ମଙ୍ଗଳବାର ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ମାନସ ମନ୍ଥନ ହୋଇଛି। ହେଲେ ନିଷ୍କର୍ସ ବାହାରି ପାରିନି । ରାଜକନିକା ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ଏଥିରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଓ ଜନପ୍ରତିନିଧିମାନେ ଯୋଗଦେଇଥିଲେ।
ଦୀର୍ଘ 2 ଘଣ୍ଟାରୁ ଅଧିକ ସମୟ ଧରି ବୈଠକ ହୋଇଥିବାବେଳେ ଏଥିରେ କୌଣସି ନିଷ୍କର୍ସ ବାହାରି ନଥିବା ଜଣାପଡିଛି । ପ୍ରଥମେ ଖରସ୍ରୋତା ନଦୀର ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କରାଯାଉ। ଆଳି ଓ ରାଜକନିକାର ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଉ। ତା’ପରେ ଭଦ୍ରକ ଜିଲ୍ଲାକୁ ପାଣିଦିଆଯିବା କଥା ଚିନ୍ତା କରାଯାଉ ବୋଲି ବୈଠକରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି ।