ଓଡିଶା

odisha

ETV Bharat / state

ଖରସ୍ରୋତା ଜଳ ବିବାଦ, ଶୁଦ୍ଧି ହୋଇ ପ୍ରତିବାଦ କଲେ ଯୁବକ - kendrapara news

ଜିଲ୍ଲା ପ୍ରଶାସନକୁ ଶୁଦ୍ଧି ହେଲେ ଆଳି ଅଞ୍ଚଳର ଯୁବକ ଶୁଭାଶିଷ ଷଡଙ୍ଗୀ । ପ୍ରଶାସନିକ ବୈମାତୃକ ମନୋଭାବକୁ ବିରୋଧ କରି ଏପରି କରିଥିବା ସୂଚନା । ଅଧିକ ପଢନ୍ତୁ...

ପ୍ରଶାସନିକ ବୈମାତୃକ ମନୋଭାବକୁ ବିରୋଧ କରି ପ୍ରଶାସନର ଶୁଦ୍ଧିକ୍ରିୟା
ପ୍ରଶାସନିକ ବୈମାତୃକ ମନୋଭାବକୁ ବିରୋଧ କରି ପ୍ରଶାସନର ଶୁଦ୍ଧିକ୍ରିୟା

By

Published : Aug 19, 2021, 11:36 AM IST

କେନ୍ଦ୍ରାପଡା:ଦିନକୁ ଦିନ ଅଧିକ ଘନେଇବାରେ ଲାଗିଛି ଖରସ୍ରୋତା ଜଳବିବାଦ ପ୍ରସଙ୍ଗ । ଜୈବ ବିବିଧତା ନଷ୍ଟ ହେବା ସହ ଭିତରକନିକା ଜାତୀୟ ଉଦ୍ୟାନ ସମ୍ପୂର୍ଣ୍ଣ ବିଲୋପ ହେବା ଆଶଙ୍କା କରି ଖରସ୍ରୋତା ନଦୀରେ ହେଉଥିବା ଏହି ମେଗା ପାନୀୟ ଜଳ ପ୍ରକଳ୍ପ ବନ୍ଦ କରିବା ଦାବି ଜୋର ଧରିଛି । ଏନେଇ ଏହାକୁ ବନ୍ଦ କରିବା ପାଇଁ ଗତ ୧୦ ତାରିଖରୁ ଆମରଣ ଅନଶନରେ ଅଛନ୍ତି ଭିତରକନିକା ଇକୋ ସେନସିଟିଭି ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ।

ପ୍ରଶାସନିକ ବୈମାତୃକ ମନୋଭାବକୁ ବିରୋଧ କରି ପ୍ରଶାସନର ଶୁଦ୍ଧିକ୍ରିୟା

ପ୍ରଶାସନ ପକ୍ଷରୁ ଗତ ସ୍ଵାଧିନତା ଦିବସରେ ଶ୍ରୀକାନ୍ତଙ୍କୁ ବଳପୂର୍ବକ ଉଠାଇ ନିଆଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା କରାଯାଉଥିବା ବେଳେ ମେଡିକାଲ ଶଯ୍ୟାରେ ମଧ୍ୟ ଖାଦ୍ୟ ଗ୍ରହଣ କରିନାହାନ୍ତି ଶ୍ରୀକାନ୍ତ । ଅନ୍ୟପଟେ ଜିଲ୍ଲାପାଳ ତାଙ୍କ ପାଖକୁ ନଆସିବା ଓଲଟି ଶ୍ରୀକାନ୍ତ ସୃଷ୍ଟି କରିଥିବା ସମ୍ଭାବନା ନର୍ସରୀକୁ ନୋଟିସ କରିଛନ୍ତି ।

ଯାହାକୁ ବିରୋଧ କରି ଆଳି ଅଞ୍ଚଳର ଯୁବକ ଶୁଭାଶିଷ ଷଡଙ୍ଗୀ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ନାଁରେ ଶୁଦ୍ଧି ହୋଇଛନ୍ତି । ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ଶୁଭାଶିଷ ମୁଣ୍ଡନ ହେବା ସହ ଜିଲ୍ଲା ପଦାଧିକାରୀଙ୍କ ନାମରେ ଦଶତୁଠରେ ଦଶହାଣ୍ଡି ଭାଙ୍ଗିଛନ୍ତି । ଶୁଭାଶିଷଙ୍କ ଏଭଳି କରିବାର କାରଣ କେବଳ ଜିଲ୍ଲା ପ୍ରଶାସନର ନିଦ୍ରା ଭଙ୍ଗ ଏବଂ ବୈମାତୃକ ମନୋଭାବର ପରିବର୍ତ୍ତନ ଆଣିବା ପାଇଁ ବୋଲି ସୂଚନା ଦେଇଛନ୍ତି ଶୁଭାଶିଷ। ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details