କେନ୍ଦ୍ରାପଡା: ବିଦେଶରେ କେନ୍ଦ୍ରାପଡ଼ା ଶ୍ରମିକଙ୍କ କୋରୋନାରେ ମୃତ୍ୟୁ । ସେ ଆବୁଧାବିର ଏକ କମ୍ପାନୀରେ କାମ କରୁଥିବା ଜଣାପଡିଛି । ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା କମ୍ଫାନୀ ପକ୍ଷରୁ କୁହାଯାଇଥିବା ପରିବାର ଲୋକ କହିଛନ୍ତି ।
ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ଗୁପ୍ତିରା ଗାଁର ମହେନ୍ଦ୍ର ନାଥ । ପରିବାର ଲୋକଙ୍କ କହିବା ଅନୁଯାୟୀ,ମହେନ୍ଦ୍ର ପାଠ ପଢି ଚାକିରୀ ନପାଇବାରୁ ବିଦେଶରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଯାଇଥିଲେ । ଦୀର୍ଘବର୍ଷ ଧରି ସେ ଆବୁଧାବିର ଏକ କମ୍ପାନୀରେ କାମ କରୁଥିଲେ । କିଛିଦିନ ତଳେ ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କ ଶରୀରରେ କୋରୋନା ଭୁତାଣୁ ଥିବା ସ୍ପଷ୍ଟ ହୋଇଥିଲା । ତେବେ ଚିକିତ୍ସା ସମୟରେ ଗତ 8 ତାରିଖ ଦିନ ତାଙ୍କର ସେଠାରେ ମୃତ୍ୟୁ ହୋଇଥିବା କମ୍ପାନୀ ପକ୍ଷରୁ ମହେନ୍ଦ୍ରଙ୍କ ଘରକୁ ଖବର ଦିଆଯିବା ପରେ ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛି ସମଗ୍ର ପରିବାର ।