କେନ୍ଦ୍ରାପଡ଼ା:ସୁରକ୍ଷିତ ନୁହନ୍ତି କଲେଜ ହଷ୍ଟେଲ ଛାତ୍ରୀ ! ବିଳମ୍ବିତ ରାତିରେ ଲେଡିଜ୍ ହଷ୍ଟେଲ୍ ଝରକା ଭାଙ୍ଗି ଛାତ୍ରୀଙ୍କୁ ଅସଦାଚରଣ କଲେ ଦୁର୍ବୃତ୍ତ । ଏହାକୁ ନେଇ ଅଭିଯୋଗ କରିବାରୁ ଓଲଟା ଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହ ସେମାନଙ୍କୁ ନେଇ ଆଶାଳୀନ ମନ୍ତବ୍ୟ ଦେଇଛନ୍ତି ହଷ୍ଟେଲ୍ ୱାର୍ଡେନ । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ମହିଳା ହଷ୍ଟେଲରେ ଦେଖିବାକୁ ମିଳିିଛି ଏଭଳି ଏକ ଲଜ୍ଜାଜନକ ଘଟଣା ।
ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁର୍ତ୍ତ ହଷ୍ଟେଲ ପଛପଟ ଝରକା ଭାଙ୍ଗି ଭିତରକୁ ପଶି ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିଲେ । ତାସହ ଛାତ୍ରୀଙ୍କ ଟଙ୍କା, ମୋବାଇଲ ଲୁଟି ନେଇଛନ୍ତି । ତା ସହିତ ଦୁର୍ବୃତ୍ତ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ହଷ୍ଟେଲ ଛାତ୍ରୀ ୱାର୍ଡେନ ପୂର୍ଣ୍ଣମାସି ପଣ୍ଡାଙ୍କୁ ଅଭିଯୋଗ କରିଥିଲେ ।