ଓଡିଶା

odisha

By

Published : Apr 12, 2023, 11:56 AM IST

ETV Bharat / state

ରାସନ ସାମଗ୍ରୀ ବଣ୍ଟନରେ ଦୁର୍ନୀତି: ଗରୀବଙ୍କ ଖାଦ୍ୟ ହଡପ କରୁଛନ୍ତି ମିଲର, ବିଡିଓଙ୍କ ନିକଟରେ ଅଭିଯୋଗ

ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା । ହିତାଧିକାରୀଙ୍କୁ ଭୂଆଁ ବୁଲାଇ ଚାଉଳ, ଗହମ ହଡ଼ପ କରୁଛନ୍ତି ଡିଲର । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକରୁ ସାମ୍ନାକୁ ଆସିଛି ଏଭଳି ଅଭିଯୋଗ । ଅଧିକ ପଢନ୍ତୁ

ରାସନ ସାମଗ୍ରୀ ବଣ୍ଟନରେ ଦୁର୍ନୀତି
ରାସନ ସାମଗ୍ରୀ ବଣ୍ଟନରେ ଦୁର୍ନୀତି

ରାସନ ସାମଗ୍ରୀ ବଣ୍ଟନରେ ଦୁର୍ନୀତି

କେନ୍ଦ୍ରାପଡା: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ଗରୀବଙ୍କ ଖାଦ୍ୟ ହଡପ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ଯୋଗାଇ ଦେବା ପାଇଁ ପଞ୍ଚାୟତରେ ଡିଲର ନିଯୁକ୍ତି ଦେଇଛନ୍ତି । ହେଲେ ସେହି ଡିଲର ଲୋକମାନଙ୍କୁ ଭୂଆଁ ବୁଲାଇ ଚାଉଳ, ଗହମ ହଡ଼ପ କରୁଥିବା ନେଇ କେନ୍ଦ୍ରପଡା ଜିଲ୍ଲାରୁ ସଙ୍ଗୀନ ଅଭିଯୋଗ ଆସିଛି । ରାସନ ସାମଗ୍ରୀ ହଡପ ହେଉଥିବା ଅଭିଯୋଗ ଆଣି ଆଳି ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ରାପଡା ଆଳି ବ୍ଲକ ପଦନୀପାଳ ପଞ୍ଚାୟତର ଶତାଧିକ ହିତାଧିକାରୀ । ସେମାନଙ୍କ ଅଭିଯୋଗ ଯେ, ପଞ୍ଚାୟତରେ ଡିଲର ଦାୟିତ୍ୱରେ କ୍ଷୀରୋଦ ମଲ୍ଲିକ ରହିଥିବା ବେଳେ ତାଙ୍କ ପୁଅ ରାଜା ସରପଞ୍ଚ ଅଛନ୍ତି । ଡିଲର ସେମାନଙ୍କ ନିକଟରୁ ଆଖି ଓ ଆଙ୍ଗୁଳି ଛାପ ନେବା ପରେ ସାମଗ୍ରୀ ନଦେଇ ଆଜି କାଲି କହି ଭୁଆଁ ବୁଲାଇବା ସହ ଚାଉଳ ଓ ଗହମ ହଡ଼ପ କରୁଛନ୍ତି ।

କେଉଁ ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ନେଇ ୩ ମାସର ଚାଉଳ ଦେବା ବଦଳରେ ୨ ମାସର ଦେଉଛନ୍ତି ତ କାହାକୁ ନାଁ କଟିଯାଇଛି କହି ତାଙ୍କର ମାସ ମାସର ଚାଉଳ ଓ ଅନ୍ୟ ରାସନ ସାମଗ୍ରୀ ହଡ଼ପ କରୁଛନ୍ତି । ଯେହେତୁ ବାପ ପୁଅ ସରପଞ୍ଚ ଓ ଡିଲର ତେଣୁ ସାଧାରଣ ଖାଉଟିଙ୍କ ଅଭିଯୋଗ ପଞ୍ଚାୟତ ସ୍ତରରେ କେହି ଶୁଣୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏନେଇ ଆଳି ବ୍ଲକ ବିଡ଼ିଓଙ୍କ ନିକଟରେ ଅଭିଯୋଗ ହୋଇଥିବାବେଳେ ସେ ଏହାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ଆସିନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ତଥା ରାଜ୍ୟ ସରକାରଙ୍କ ହେଭିୱେଟ ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀରୁ ଏହି ଦୁର୍ନୀତି ଅଭିଯୋଗ ଆସିଥିବାବେଳେ ଗରିବ ଖାଉଟିଙ୍କୁ କେବେ ନ୍ୟାୟ ମିଳିବ ସେଦିନକୁ ଅପେକ୍ଷା ରହିଛି । ତେବେ ଏପରି ଦୁର୍ନୀତି ଜିଲ୍ଲାରେ ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ରାଜନଗର ବ୍ଲକ ସମୁଦ୍ର କୂଳବର୍ତ୍ତୀ ସାତଭାୟା ପଞ୍ଚାୟତରୁ ସମାନ ଅଭିଯୋଗ ଆସିଥିଲା । ହିତାଧିକାରୀମାନେ ବ୍ଲକ ସମ୍ମୁଖରେ ଧାରଣା ଓ ଅନଶନ ପ୍ରଦର୍ଶନ କରିଥିଲେ ମଧ୍ୟ ଏଯାବତ ସମସ୍ୟାରେ ସାମାନ୍ୟତମ ସୁଧାର ଆସିନାହିଁ । ପ୍ରତ୍ୟେକ ମାସରେ ଗରୀବଙ୍କୁ ମାଗଣା ରାସନ ସାମଗ୍ରୀ ଯୋଗାଇ ଦିଆଯାଉଥିବା ସରକାର କହୁଥିବା ବେଳେ ଡିଲରମାନେ ଏଭଳି ଲୁଟ କରିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ପ୍ରତିମାସରେ ଡିଲରମାନେ ବ୍ଲକ ଯୋଗାଣ ଅଧିକାରୀଙ୍କ ଠାରୁ ବିନିମୟ ପ୍ରମାଣପତ୍ର ସାଙ୍ଗକୁ ଫିଙ୍ଗର ଓ ଆଏ ପ୍ରିଣ୍ଟ ଠିକ କରାଇ ନେଉଥିବା ବେଳେ ଜିଲ୍ଲା ଯୋଗାଣ ବିଭାଗ ଏଭଳି ଡିଲରମାନଙ୍କୁ କିପରି ଚିହ୍ନଟ କରି ପାରୁନାହିଁ ସେନେଇ ସନ୍ଦେହ ଉପୁଜିଛି । ଅପରପକ୍ଷରେ ବ୍ଲକ ଯୋଗାଣ ଅଧିକାରୀ ନିଜ ନିଜ ବ୍ଳକରେ ଥିବା ଡିଲର ସ୍ଥାନମାନଙ୍କରେ ବର୍ଷରେ ଥରୁଟିଏ ହେଲେ ପହଞ୍ଚି ପାରୁନଥିବାରୁ ଲୋକମାନେ ଏଭଳି ସମସ୍ୟାରେ ଯୁଝି ହେଉଥିବା ଅଭିଯୋଗ ହୋଇଛି । ପ୍ରତି ବ୍ଲକର ଯୋଗାଣ ଅଧିକାରୀ ଅନ୍ତତଃ ଦୁଇମାସରେ ଥରେ ଡିଲର ପଏଣ୍ଟ ଉପରେ ଆକସ୍ମିକ ଚଢ଼ାଉ କରିବା ପାଇଁ ସାଧାରଣରେ ଦାବି ଉଠିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details