ଓଡିଶା

odisha

ETV Bharat / state

5 ହଜାର ଟଙ୍କା ଲାଞ୍ଚ ମାଗି ମହିଳା ଆରଆଇ ଗିରଫ - ଭିଜିଲାନ୍ସ ଦ୍ୱାରା ଆରଆଇ ଗିରଫ

କେନ୍ଦ୍ରାପଡା ଭିଜିଲାନ୍ସ ଅଭିଯୋଗକାରିଣୀଙ୍କ ଅଭିଯୋଗକୁ ଭିତ୍ତି କରି ରାଜକନିକା ତହସିଲ ଅଧିନ ବରାଡ଼ିଆ ଆରଆଇଙ୍କୁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଗିରଫ କରିଛି । ଅଧିକ ପଢନ୍ତୁ...

Kendrapara Vigilance arrested RI while taking bribe
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଆରଆଇ ଗିରଫ

By

Published : Dec 14, 2020, 6:24 PM IST

କେନ୍ଦ୍ରାପଡା: ଭିଜିଲାନ୍ସ ହାତରେ ପଡିଛନ୍ତି ରାଜକନିକା ତହସିଲ ଅଧିନ ବରାଡ଼ିଆ ଆରଆଇ ସର୍କଲର ଲାଞ୍ଚେଇ ରାଜସ୍ୱ ନିରୀକ୍ଷିକା ଅନିତା ତରାଇ । ସେ ଅନାବାଦି ଜମିର କାଗଜପତ୍ର ବାବଦରେ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ।

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଆରଆଇ ଗିରଫ

ରାଜସ୍ୱ ନିରୀକ୍ଷିକା ଅନିତା ତରାଇ ଗୁଆଳିଗାଁ ଗ୍ରାମର ସବିତା ମଲ୍ଲିକଙ୍କ ଠାରୁ ଅନାବାଦି ଜମିର କାଗଜପତ୍ର ବାବଦରେ ୫ହଜାର ଟଙ୍କା ଲାଞ୍ଚ ମାଗୁଥିବା ସବିତା ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ତେବେ ରାଜସ୍ୱ ନିରୀକ୍ଷିକା ଲାଞ୍ଚ ନେଉଥିବା ସମୟରେ କେନ୍ଦ୍ରାପଡ଼ା ଭିଜିଲାନ୍ସ ଡ଼ିଏସପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନେତୃତ୍ବାଧୀନ ଟିମ ତାଙ୍କୁ ଧରିଥିଲେ ।

ସୂଚନା ଥାଉ କି, ଅଭିଯୋଗକାରିଣୀ ସବିତାଙ୍କ ପରିବାର ଉକ୍ତ ଅନାବାଦି ଜମିରେ ଦୀର୍ଘଦିନ ଧରି ରହି ଆସୁଥିବାବେଳେ ଜମିକୁ ନେଇ ବାରମ୍ବାର ବଡ଼ ଶ୍ୱଶୁର ଅନିତା ଓ ତାଙ୍କ ପରିବାରକୁ ହଇରାଣ କରୁଥିଲେ । ତେବେ ଏହି ମାମଲାର ସମାଧାନ ସ୍ୱରୂପ ଉକ୍ତ ଅନାବାଦିକୁ ସବିତାଙ୍କ ନାମରେ କରାଇଦେବାକୁ ଅନିତା କହିବା ଓ ଲାଞ୍ଚ ମାଗିବା ପରେ ସବିତା କେନ୍ଦ୍ରାପଡ଼ା ଭିଜିଲାନ୍ସ ବିଭାଗର ସହାୟତା ଲୋଡିଥିଲେ । ରାଜସ୍ୱ ନିରୀକ୍ଷିକା ଅନିତା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଏନେଇ କଟକ ଭିଜିଲାନ୍ସ କେସ ନଂ ୨୧/୨୦୨୦ରେ ମାମଲା ରୁଜୁ କରି ଅନିତାଙ୍କୁ କୋର୍ଟ ଚାଲାଣ କରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details