ଓଡିଶା

odisha

ETV Bharat / state

ଏଣିକି କୁପୋଷଣ ମୁକ୍ତ ହେବ କେନ୍ଦ୍ରାପଡା ସହର

ସହରକୁ କୁପୋଷଣ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଏଭଳି ଏକ ଲକ୍ଷ୍ୟ ନେଇ ଗତ 23 ଜୁଲାଇରୁ କୁପୋଷଣ ମୁକ୍ତ ପାଇଁ ଏକ ତିନିମାସିଆ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ।

By

Published : Aug 10, 2019, 6:42 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡ଼ା: ସହରକୁ କୁପୋଷଣ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଏଭଳି ଏକ ଲକ୍ଷ୍ୟ ନେଇ ଗତ 23 ଜୁଲାଇରୁ କୁପୋଷଣ ମୁକ୍ତ ପାଇଁ ଏକ ତିନିମାସିଆ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି । ଜିଲ୍ଲାରେ ମୋଟ 113696 ଜଣ 0 ରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବା ଲକ୍ଷ୍ୟ ରହିଛି।

ଏଯାବତ 52094ଜଣ ଶିଶୁଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା ବେଳେ 760ଜଣ ଶିଶୁଙ୍କ ଓଜନ କରାଯାଇଛି । ଏମାନଙ୍କ ମଧ୍ୟରୁ 177ଜଣ ଶିଶୁ ଆବଶ୍ୟକତାଠାରୁ କମ ଓଜନର ଓ 41ଜଣ କୁପୋଷଣର ଶିକାର ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଊର୍ମିଳା ମିଶ୍ର। ଏଥିସହିତ କୁପୋଷଣର ଶିକାର ହୋଇଥିବା ଶିଶୁମାନଙ୍କୁ ପର୍ଯ୍ୟାୟକ୍ରମେ ଜିଲ୍ଲାରେ ଥିବା ଦୁଇଟି ଚିକିତ୍ସାଳୟରେ ଚିକିତ୍ସା ଓ ଉପଯୁକ୍ତ ଖାଦ୍ୟ ଦିଆଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ଅଞ୍ଚଳରେ କୁପୋଷଣର ଶିକାର ହୋଇଥିବା ଶିଶୁଙ୍କ ସଂଖ୍ୟା ଅଧିକ ରହିଥିବା କହିଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ। ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ‘କୁପୋଷଣ ମୁକ୍ତ କେନ୍ଦ୍ରାପଡ଼ା’ ସ୍ଲୋଗାନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତା କରିଥିଲେ । ପ୍ରତ୍ୟେକ ମାସର 23ତାରିଖରେ ଶିଶୁଙ୍କ ଛତୁଆ ପ୍ରସ୍ତୁତି ଏବଂ ମାସର 1 ତାରିଖରେ ପ୍ରତ୍ୟକ ଅଙ୍ଗନବାଡି ସେଣ୍ଟରରେ ଛତୁଆ ଦିଆଯିବା ନେଇ କଡା ନିର୍ଦ୍ଦେଶ ଥିବା କହିଛନ୍ତି ଜିଲ୍ଲାପାଳ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details