ଓଡିଶା

odisha

ETV Bharat / state

ଇଟିଭି ଭାରତ ପ୍ରଭାବ: ସ୍କୁଲ ଛୁଟି ପୂର୍ବରୁ ଛୁ’ ମାରି ପ୍ରଧାନ ଶିକ୍ଷକ ନିଲମ୍ବିତ - କେନ୍ଦ୍ରାପଡ଼ା ସାନ ମାଣତିଆ ପ୍ରାଥମିକ ବିଦ୍ୟାଳୟ

ନିଲମ୍ବିତ ହେଲେ ଛୁଟି ପୁର୍ବରୁ ବିଦ୍ୟାଳୟ ବନ୍ଦ କରିଥିବା ପ୍ରଧାନ ଶିକ୍ଷକ ଧନେଶ୍ବର ମଲ୍ଲିକ। କେନ୍ଦ୍ରାପଡ଼ା ବିଇଓ ଅନ୍ତର୍ଯ୍ୟାମୀ ନାୟକ ପ୍ରଧାନ ଶିକ୍ଷକ ଧନେଶ୍ବର ମଲ୍ଲିକଙ୍କୁ ନିଲମ୍ବିତ କରିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ...

ଇଟିଭି ଭାରତର ପ୍ରଭାବ, ପ୍ରଧାନ ଶିକ୍ଷକ ନିଲମ୍ବିତ
ଇଟିଭି ଭାରତର ପ୍ରଭାବ, ପ୍ରଧାନ ଶିକ୍ଷକ ନିଲମ୍ବିତ

By

Published : Mar 5, 2020, 7:59 PM IST

କେନ୍ଦ୍ରାପଡା: ଇଟିଭି ଭାରତର ପ୍ରଭାବ । ନିଲମ୍ବିତ ହେଲେ ଛୁଟି ପୁର୍ବରୁ ବିଦ୍ୟାଳୟ ବନ୍ଦ କରିଥିବା ପ୍ରଧାନ ଶିକ୍ଷକ ଧନେଶ୍ବର ମଲ୍ଲିକ।

ଇଟିଭି ଭାରତର ପ୍ରଭାବ, ପ୍ରଧାନ ଶିକ୍ଷକ ନିଲମ୍ବିତ

ଗତ 27 ତାରିଖ ଗୁରୁବାର ଦିନ କେନ୍ଦ୍ରାପଡ଼ା ସାନ ମାଣତିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନେଶ୍ବର ଦିନ 12ଟା ସମୟରେ ବିଦ୍ୟାଳୟରେ ତାଲା ପକାଇ ଚାଲିଯାଇଥିଲେ। ଏନେଇ ଇଟିଭି ଭାରତରରେ ଖବର ପ୍ରସାରଣ ପରେ ଜିଲ୍ଲାପାଳ ଓ ବିଇଓ ତଦନ୍ତ କରିବାର ପ୍ରତିଶୃତି ଦେଇଥିଲେ।

ତେବେ ତଦନ୍ତ କରି ସତ୍ୟାସତ୍ୟ ଅନୁସନ୍ଧାନ ପରେ କେନ୍ଦ୍ରାପଡ଼ା ବିଇଓ ଅନ୍ତର୍ଯ୍ୟାମୀ ନାୟକ ପ୍ରଧାନ ଶିକ୍ଷକ ଧନେଶ୍ବର ମଲ୍ଲିକଙ୍କୁ ନିଲମ୍ବିତ କରିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ଅପରପକ୍ଷରେ ପାଳି କରି ବିଦ୍ୟାଳୟ ଆସୁଥିବା ଅଭିଯୋଗ ହୋଇଥିବା ସହକାରୀ ଶିକ୍ଷକ ସୁଶାନ୍ତ ମଲ୍ଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଓ ସେ ଜଣେ ଭଲ ଶିକ୍ଷକ ହୋଇଥିବା କହି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି ବିଇଓ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details