କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ତହସିଲ ଅଫିସର କିରାଣୀ । କେନ୍ଦ୍ରାପଡ଼ା ମହାକାଳପଡ଼ା ତହସିଲ କାର୍ଯ୍ୟାଳୟରେ ନାଜୀର ଭାବେ କାର୍ଯ୍ୟ କରୁଥିବା ଚନ୍ଦ୍ରଶେଖର ହାଁସଦା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଟଙ୍କା କରାଇଦେବା ପାଇଁ ୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ।
ଭିଜିଲାନ୍ସ ଜାଲରେ ତହସିଲ କିରାଣୀ - kendrapara news
16:04 February 24
ଭିଜିଲାନ୍ସ ଜାଲରେ ତହସିଲ କିରାଣୀ ଚନ୍ଦ୍ରଶେଖର ହାଁସଦା । ୧ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଗିରଫ କରିଛି କେନ୍ଦ୍ରାପଡା ଭିଜିଲାନ୍ସ ୟୁନିଟ୍ । ଅଧିକ ଖବର ପଢନ୍ତୁ...
ସୂଚନା ମୁତାବକ ମହାକାଳପଡ଼ା ଅଳାଇଲୋ ଗାଁର ଦିଲ୍ଲୀପ ପଟ୍ଟନାୟକ ଗତ ବର୍ଷ ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହଯୋଗ ମାଗିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଲ୍ଲୀପଙ୍କୁ ୩୫,୦୦୦ଟଙ୍କା ମଞ୍ଜୁର ହୋଇଥିବାବେଳେ ସେ ଏହି ଟଙ୍କା ନେବା ପାଇଁ ମହାକାଳପଡ଼ା ତହସିଲକୁ ବାରମ୍ବାର ଦୌଡିଥିଲେ ମଧ୍ୟ ନିଜାରତ ଚନ୍ଦ୍ରଶେଖର ତାଙ୍କର ଟଙ୍କା ମଞ୍ଜୁର କରିନଥିଲେ । ପ୍ରଥମେ ଦିଲ୍ଲୀପ ୫୦୦ ଟଙ୍କା ଦେଇଥିଲେ ମଧ୍ୟ ଆଉ ୧୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଚନ୍ଦ୍ରଶେଖର।
ରବିବାର ଦିଲ୍ଲୀପ ଏନେଇ ଜିଲ୍ଲା ଭିଜିଲାନ୍ସ ୟୁନିଟରେ ଅଭିଯୋଗ କରିବା ପରେ ଚନ୍ଦ୍ରଶେଖରଙ୍କୁ ଲାଞ୍ଚ ନେବାବେଳେ ଧରିବା ପାଇଁ ଭିଜିଲାନ୍ସ ଜାଲ ବିଛାଇଥିଲା । ପୂର୍ବ ଯୋଜନା ମୁତାବକ ସୋମବାର ଅପରାହ୍ନରେ ଦିଲ୍ଲୀପ, କିରାଣୀ ଚନ୍ଦ୍ରଶେଖରଙ୍କୁ ୧୦୦୦ଟଙ୍କା ଲାଞ୍ଚ ଦେବାପରେ ଭିଜିଲାନ୍ସ ଡ଼ିଏସପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନେତୃତ୍ବରେ ଏକ ଟିମ ଚଢ଼ାଉ କରି ଚନ୍ଦ୍ରଶେଖରଙ୍କ ନିକଟରୁ ୧୦୦୦ ଟଙ୍କା ଜବତ କରିବା ସହିତ ତାଙ୍କ ନିକଟରୁ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି ।
ସେପଟେ ଚନ୍ଦ୍ରଶେଖରଙ୍କ ଜମ୍ବୁସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ୦୨/୨୦୨୦ରେ କଟକ ଭିଜିଲାନ୍ସ ଥାନା ପକ୍ଷରୁ ଏକ ମାମଲା ଦାଏର କରାଯାଇଥିବା ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହଯୋଗ ପାଇଁ ଲାଞ୍ଚ ନେବା ଘଟଣା ବୁଦ୍ଧିଜୀବୀ ମହଲରେ କ୍ଷୋଭ ସୃଷ୍ଟି କରିଛି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ