ଓଡିଶା

odisha

ETV Bharat / state

ଦୋକାନୀଙ୍କୁ କୋରୋନା ସଚେତନତା କରାଇଲା ପୋଲିସ - କେନ୍ଦ୍ରାପଡା ନ୍ୟୁଜ

କେନ୍ଦ୍ରାପଡାରେ ସମସ୍ତ ଦୋକାନୀଙ୍କୁ ଏସପି ମଦକର ସନ୍ଦୀପ ସମ୍ପଦ ଏବଂ ଏସଡିପିଓ ରାଜୀବ ଲୋଚନ ପଣ୍ଡା ବୁଲି ବୁଲି ସଚେତନ କରାଉଛନ୍ତି । ଅଧିକ ପଢନ୍ତୁ...

ଦୋକାନୀମାନଙ୍କୁ କୋରୋନା ସଚେତନତା କରା
ଦୋକାନୀମାନଙ୍କୁ କୋରୋନା ସଚେତନତା କରା

By

Published : Apr 22, 2021, 5:23 PM IST

କେନ୍ଦ୍ରାପଡା: କୋଭିଡ-୧୯ର ଦ୍ଵିତୀୟ ଲହରୀକୁ ଆଖି ଆଗରେ ରଖି ରାଜ୍ୟ ସରକାର ଆସନ୍ତା ୨୪ ତାରିଖଠାରୁ ସପ୍ତାହାନ୍ତ ଶନିବାର ଓ ରବିବାର ଦୁଇଦିନ ସଟଡାଉନ ଘୋଷଣା କରିଛନ୍ତି। ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯିବା ସହ କେନ୍ଦ୍ରାପଡା ସହରର ଏବଂ ବଜାରରେ ଥିବା ସମସ୍ତ ଦୋକାନୀଙ୍କୁ ଏସପି ମଦକର ସନ୍ଦୀପ ସମ୍ପଦ ଏବଂ ଏସଡିପିଓ ରାଜୀବ ଲୋଚନ ପଣ୍ଡା ବୁଲି ବୁଲି ସଚେତନ କରାଉଛନ୍ତି ।

ଦୋକାନୀମାନଙ୍କୁ କୋରୋନା ସଚେତନତା କରା

ପୁରୁଣା ମଟରଷ୍ଟାଣ୍ଡ ଠାରୁ ତିନି ମୁହାଣି ପର୍ଯ୍ୟନ୍ତ ପାଦରେ ଚାଲି ଦୋକାନ ଆଗରେ ରଶି ବାନ୍ଧିବା, ତିନି ଜଣରୁ ଅଧିକ ଲୋକଙ୍କୁ ଦୋକାନ ମଧ୍ୟକୁ ପ୍ରବେଶ ନକରାଇବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର ବ୍ୟବହାର କରିବା, ମାସ୍କ ନପିନ୍ଧିଥିବା ବ୍ୟକ୍ତିଙ୍କୁ ଦୋକାନ ମଧ୍ୟକୁ ପ୍ରବେଶ କରାଇ ନଦେବା ଆଦି ସଚେତନତାର ବାର୍ତ୍ତା ଦୋକାନୀଙ୍କୁ ବୁଝାଇଛନ୍ତି ।

କୋଭିଡ ନିୟମକୁ ଅବମାନନା କଲେ ଦୋକାନୀମାନଙ୍କ ଠାରୁ ଫାଇନ ଆଦାୟ କରାଯିବ ବୋଲି ଏସପି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଗୁରୁବାର ଏହି ସଚେତନତା ସମୟରେ ଅନେକ ମାସ୍କ ପିନ୍ଧିନଥିବା ଲୋକମାନଙ୍କ ଠାରୁ ଫାଇନ ଆଦାୟ କରିଥିଲେ ପୋଲିସ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details