ଓଡିଶା

odisha

ETV Bharat / state

ସୂଚନା ଅଧିକାର କର୍ମୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ - ଓଡ଼ିଶା ସୂଚନା ଅଧିକାର ଅଭିଯାନ

ଓଡ଼ିଶା ସୂଚନା ଅଧିକାର ଅଭିଯାନ କେନ୍ଦ୍ରାପଡା ଶାଖାର ସଂଯୋଜକ ତଥା ସୂଚନା ଅଧିକାର କର୍ମୀଙ୍କ ମୃତ୍ୟୁ ଘଟଣା । ମାର୍ଶାଘାଇ ଥାନା ବେରୁଆଁ ନିକଟରୁ ମୃତଦେହ ଉଦ୍ଧାର କରାଯିବା ପରେ ହତ୍ୟା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ...

କେନ୍ଦ୍ରାପଡା ସୂଚନା ଅଧିକାରୀଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ
କେନ୍ଦ୍ରାପଡା ସୂଚନା ଅଧିକାରୀଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ

By

Published : Feb 1, 2020, 9:57 AM IST

Updated : Feb 1, 2020, 10:36 PM IST

କେନ୍ଦ୍ରାପଡ଼ା: ଓଡିଶା ସୂଚନା ଅଧିକାର ଅଭିଯାନ(OSAA)ର ସକ୍ରିୟ ସଦସ୍ୟ ତଥା କେନ୍ଦ୍ରାପଡ଼ା ଜିଲ୍ଲା ମାଣିକପୁର ଗ୍ରାମର ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସଙ୍କ ମୃତଦେହ ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁଆଁ ଗ୍ରାମର ଏକ ଖାଲରୁ ଉଦ୍ଧାର କରାଯାଇଛି । ଏନେଇ ରଞ୍ଜନଙ୍କ ପରିବାର ଲୋକେ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ଅଧିକାର କର୍ମୀଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ

ସୂଚନା ଅନୁଯାୟୀ, ରଞ୍ଜନ ପୁର୍ବରୁ ସୂଚନା ଅଧିକାର ଆଇନ ବଳରେ ବହୁତ ଦୁର୍ନୀତି ଉପରୁ ପରଦା ଉଠାଇଛନ୍ତି। ସ୍ଥାନୀୟ ପଞ୍ଚାୟତ, ବ୍ଲକ, ଜିଲ୍ଲା ପ୍ରଶାସନ ଉପରେ ସୂଚନା ଅଧିକାର ଆଇନ ବଳରେ ଚାପ ପ୍ରୟୋଗ କରି ଦୁର୍ନୀତିର ଖୁଲାସା କରୁଥିଲେ । ତେବେ କିଛିଦିନ ତଳେ ଭୂଷରଙ୍ଗ ଖେଳ ପଡିଆ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଚିଙ୍ଗୁଡ଼ି ଘେରି ସମ୍ପର୍କରେ ସୂଚନା ମାଗି ଚର୍ଚ୍ଚାରେ ରହିଥିଲେ ରଞ୍ଜନ । ଗତକାଲି (ଶୁକ୍ରବାର) ରାତିରେ କୌଣସି ଏକ କାରଣରୁ ତାଙ୍କୁ ମାରି ଖାଲ ମଧ୍ୟରେ ପକାଯାଇଥିବା ଅଭିଯୋଗ କରିଛନ୍ତି ପରିବାର।

ସୂଚନା ଅଧିକାର କର୍ମୀମାନଙ୍କୁ ଆକ୍ରମଣ ଓ ହତ୍ୟା ବିରୋଧରେ ତାତିଛି OSAA । ଆଜି ଘଟଣା ସମ୍ପର୍କରେ ଅବଗତ ହେବାପରେ ରାଜ୍ୟ ସଂଯୋଜକ ତଥା ସଭାପତି ପ୍ରଦୀପ ପ୍ରଧାନ ଏକ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ପୁର୍ବରୁ ରଞ୍ଜନଙ୍କର ଜୀବନ ପ୍ରତି ବିପଦ ଥିବା ନେଇ ରଞ୍ଜନଙ୍କ ଦ୍ବାରା ପୋଲିସରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ତାଙ୍କୁ କୌଣସି ସୁରକ୍ଷା ଯୋଗାଇ ଦିଆଯାଇନଥିଲା । ଯେଉଁଥିପାଇଁକି ଏଭଳି ହତ୍ୟା ପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ବୋଲି ଅଭିଯୋଗ କରିଛନ୍ତି ପ୍ରଦୀପ।

ସେପଟେ ଘଟଣାସ୍ଥଳରେ ପହଁଚି କେନ୍ଦ୍ରାପଡ଼ା ଏସପି ତଦନ୍ତ ଚଳାଇଥିବା ବେଳେ ସାଇଣ୍ଟିଫିକ ଟିମ ସମେତ ଟିକିନିଖି ତଦନ୍ତ କରିଛନ୍ତି। ସେପଟେ ଶବ ବ୍ୟବଚ୍ଛେଦ ପରେ ଯାହା ତଦନ୍ତର ଅଗ୍ରଗତି ହୋଇପାରିବ ବୋଲି ସୂଚନା ଦେଇଛନ୍ତି ଏସପି ନୀତିଶେଖର। ତେବେ ଘଟଣା ସମ୍ପର୍କରେ ତଦନ୍ତ ଅଗ୍ରଗତି ହେଲେ ଦୁର୍ବୃତ୍ତ ମାନଙ୍କର ପରିଚୟ ମିଳିବ ଓ ଦୁର୍ବୃତ୍ତ ମାନଙ୍କୁ କଠୋର ଦଣ୍ଡ ମିଳିବ ବୋଲି ଆଶା ଓ ବିଶ୍ବାସ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Feb 1, 2020, 10:36 PM IST

ABOUT THE AUTHOR

...view details