କେନ୍ଦ୍ରାପଡା: ଧାନ ଜଗିଥିବା ସମୟରେ ବଡ଼ ଧରଣର ଅଘଟଣ। କେନ୍ଦ୍ରାପଡ଼ା ରାଜନଗର ଥାନା ଓକିଲପାଳ ଗାଁର ରମାକାନ୍ତ ସାଉଁଟି ଗତକାଲି ବିଲରେ ନିଜ ପରିବାର ସହିତ ଧାନ ଜଗିବା ପାଇଁ ପଲା କରି ରହିଥିବା ବେଳେ ନିଆଁ ଲାଗିଛି। ତେବେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ରମାକାନ୍ତଙ୍କ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୯ ବର୍ଷର ବଡ଼ଝିଅ ରିଙ୍କୁଲି , ସ୍ତ୍ରୀ ଓ ନିଜେ ରମାକାନ୍ତ ଗୁରୁତର ହୋଇଛନ୍ତି।
ଧାନ ଖଳାରେ ନିଆଁ ଲାଗି ସପରିବାର ଗୁରୁତର, 3 ବର୍ଷର ଶିଶୁ ମୃତ
କେନ୍ଦ୍ରାପଡା ରାଜନଗର ବ୍ଲକ ଓକିଳପାଳ ଗାଁରେ ଅଭାବନୀୟ ଘଟଣା। ପଟ୍ଟାମୁଣ୍ଡାଇ ଧାନଖଳାରେ ନିଆଁ ଲାଗି ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ। ବାପା, ମା ଓ 9 ବର୍ଷର ଝିଅକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଅଧିକ ପଢନ୍ତୁ...
ଧାନ ଖଳାରେ ନିଆଁ ଲାଗି ସପରିବାର ଗୁରୁତର, 3 ବର୍ଷର ଶିଶୁ ମୃତ
ମିଳିଥିବା ସୂଚନା ଅନୁଯାୟୀ, ରମାକାନ୍ତଙ୍କ ସମେତ ସ୍ତ୍ରୀ କୁନିରାଣୀ ଓ ବଡ଼ଝିଅ ରିଙ୍କୁଲିଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ମୃତ ସାନଝିଅର ମରଶରୀରକୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ
Last Updated : Jan 29, 2021, 12:30 PM IST