ଓଡିଶା

odisha

ETV Bharat / state

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ, ସାଂସଦଙ୍କ ବିରୋଧରେ ମାମଲା ରୁଜୁ - police lodged fIR against mp anubhav mohanty

ସାମ୍ବାଦିକଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ । କେନ୍ଦ୍ରାପଡା ଟାଉନ ଥାନା ପୋଲିସର ମାମଲା ରୁଜୁ । ଜନୈକ କାର୍ଯ୍ୟରତ ସାମ୍ବାଦିକଙ୍କ ଲିଖିତ ଏତଲାକୁ ଆଧାର କରି ମାମଲା ରୁଜୁ କରିଛି ପୋଲିସ ।

ଡିଜାଇନ ଫଟୋ

By

Published : Nov 8, 2019, 9:00 PM IST

କେନ୍ଦ୍ରାପଡା: ସାମ୍ବାଦିକଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ । କେନ୍ଦ୍ରାପଡା ଟାଉନ ଥାନା ପୋଲିସର ମାମଲା ରୁଜୁ । ଜନୈକ କାର୍ଯ୍ୟରତ ସାମ୍ବାଦିକଙ୍କ ଲିଖିତ ଏତଲାକୁ ଆଧାର କରି ମାମଲା ରୁଜୁ କରିଛି ପୋଲିସ ।

ସାମ୍ବାଦିକଙ୍କୁ ସାଂସଦଙ୍କ ଦୁର୍ବ୍ୟବହାର ଅଭିଯୋଗ, କେନ୍ଦ୍ରାପଡା ଟାଉନ ଥାନା ପୋଲିସର ମାମଲା ରୁଜୁ

ଜନୈକ ସାମ୍ବାଦିକଙ୍କ ଏତଲା ଆଧାରରେ କେନ୍ଦ୍ରାପଡ଼ା ଥାନାରେ ଆଇପିସି ଦଫା ୩୪୧, ୩୨୩, ୨୯୪, ୫୦୦, ୫୦୬ରେ ମାମଲା ରୁଜୁ ହୋଇଛି ।

ଗତ 5 ତାରିଖ ଦିନ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଘରୋଇ ଟେଲିଭିଜନ ଚ୍ୟାନେଲର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା । ଏହାପରେ ଥାନାରେ ସମ୍ପୃକ୍ତ ସାମ୍ବାଦିକ ଲିଖିତ ଅଭିଯୋଗ କରିଥିଲେ । ସେପଟେ ଏହାର ପ୍ରତିବାଦରେ 6 ତାରିଖ ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାର ସାମ୍ବାଦିକ ବିରୋଧ କରିବା ସହିତ ରାଜରାସ୍ତାକୁ ଓହ୍ଲାଇଥିଲେ।

ସେପଟେ ଆଜି(ଶୁକ୍ରବାର) ଏକ ଭିଡିଓ ମାଧ୍ୟମରେ ଏହି ଘଟଣାର ସ୍ପଷ୍ଟୀକରଣ ଦେବା ସହ ଦୁଃଖ ପ୍ରକାଶ କରିଛନ୍ତି ସାଂସଦ ଅନୁଭବ ମହାନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details