ଓଡିଶା

odisha

ETV Bharat / state

ବିରୂପା ନଦୀ ମଧ୍ୟକୁ ୧୦୦ ମିଟର ଧସିଲା ମାଟି ଅତଡ଼ା, ଭୟଭୀତ ବେଣୀପୁର ବାସିନ୍ଦା

କେନ୍ଦ୍ରାପଡ଼ାରେ ବିରୂପା ନଦୀ ମଧ୍ୟକୁ ୧୦୦ ମିଟର ଧସିଲା ମାଟି ଅତଡ଼ା । ଜିଲ୍ଲାର ଚର୍ଚ୍ଚିତ ଶାଗୁଣାଘାଇ ନିକଟରେ ନଦୀ ଭିତରକୁ ଧସିଲା ମାଟି ଅତଡ଼ା । ଭୟଭୀତ ଅଞ୍ଚଳବାସୀ । ଅଧିକ ପଢ଼ନ୍ତୁ

ବିରୂପା ନଦୀ ମଧ୍ୟକୁ ୧୦୦ ମିଟର ଧସିଲା ମାଟି ଅତଡ଼ା
ବିରୂପା ନଦୀ ମଧ୍ୟକୁ ୧୦୦ ମିଟର ଧସିଲା ମାଟି ଅତଡ଼ା

By ETV Bharat Odisha Team

Published : Dec 2, 2023, 11:05 PM IST

ବିରୂପା ନଦୀ ମଧ୍ୟକୁ ୧୦୦ ମିଟର ଧସିଲା ମାଟି ଅତଡ଼ା

କେନ୍ଦ୍ରାପଡ଼ା: ଜିଲ୍ଲାର ଚର୍ଚ୍ଚିତ ଶାଗୁଣାଘାଇ ନିକଟରେ ନଦୀ ଭିତରକୁ ଧସିଲା ମାଟି ଅତଡ଼ା । ଡେରାବିଶ ବ୍ଲକ ବେଣୀପୁର ପଞ୍ଚାୟତ ମଧ୍ୟଦେଇ ପ୍ରବାହିତ ହେଉଥିବା ବିରୂପା ନଦୀରେ ଶନିବାର ଅପରାହ୍ନରେ ପ୍ରାୟ ୧୦୦ ମିଟର ଅତଡ଼ା ନଦୀ ଭିତରକୁ ଧସି ଯାଇଛି ଓ ନଦୀ ବନ୍ଧରେ ବିରାଟ ଫାଟ ସୃଷ୍ଟି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏଭଳି ବଡ଼ ଧରଣର ଅତଡ଼ା ଧସିବା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି ।

ବାରମ୍ବାର ଅତଡ଼ା ଧସିବା ପରେ ମଧ୍ୟ ଏହାର ସ୍ଥାୟୀ ସମାଧାନ ନହେବା ଲୋକଙ୍କୁ ଚିନ୍ତାରେ ପକାଇଛି । କାରଣ ୨୦୧୬ ମସିହା ଡିସେମ୍ବର ମାସରେ ଏହି ଠାରୁ ୪ ଶହ ମିଟର ତଳକୁ ମାଟି ଅତଡା ନଦୀ ଗର୍ଭକୁ ଧସିଥିଲା ଓ ପରେ ଏଠାରେ ଘାଇ ସୃଷ୍ଟି ହୋଇଥିଲା । ସେହିପରି ୨୦୨୦ ମସିହା ଅଗଷ୍ଟ ମାସ ୨୮ ତାରିଖରେ ଅତଡ଼ା ଧସିଥିବା ସ୍ଥାନରୁ ପ୍ରାୟ ୫ ଶହ ମିଟର ଉପର ମୁଣ୍ଡ ଉତ୍ତର ଦିଗକୁ ପ୍ରାୟ ୬୦ ଫୁଟର ଘାଇ ସୃଷ୍ଟି ହୋଇ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିଲା । ଅନ୍ୟପଟେ ଆଜି ଅତଡ଼ା ଧସିବା ଖବର ପ୍ରଚାରିତ ହେବା ପରେ ଛତା ଜଳସେଚନ ବିଭାଗର ଅଧିକାରୀ ପ୍ରମୋଦ ରାୟ ଉକ୍ତ ଅଞ୍ଚଳ ପରିଦର୍ଶନ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି । ଏନେଇ ବିଭାଗୀୟ ଯନ୍ତ୍ରୀ ଉମେଶ ସେଠୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଅନ୍ୟପଟେ ଏହି ସ୍ଥାନରେ ପଙ୍କ ରହୁଥିବା କାରଣରୁ ଏଭଳି ହେଉଥିବା କୁହାଯାଉଥିବାବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏଠାରେ ପଥର ସ୍ପର ନିର୍ମାଣ କରାଯାଇଥିଲା । ହେଲେ ଏହି ପଥର ସ୍ପର ଏବେ ନଦୀଗର୍ଭରେ ବିଲୀନ ହୋଇଛି । ଏହା ପୁର୍ବରୁ ବ୍ରାହ୍ମଣୀ ନଦୀ ଆଳି ଅଞ୍ଚଳର ଦୁଃଖ ପାଲଟିଥିବା ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ବିରୂପା ଉଭୟ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲା ପାଇଁ ଦୁଃଖର କାରଣ ପାଲଟିପାରେ ବୋଲି ଆଶଙ୍କା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ବଳ ନଦୀବନ୍ଧକୁ ନେଇ ଆତଙ୍କିତ ଲୋକେ, ତୁରନ୍ତ ମରାମତି ପାଇଁ ଦାବି

୨୦୨୦ ମସିହା ଅଗଷ୍ଟ ମାସ ୨୮ ତାରିଖ ସନ୍ଧ୍ୟାରେ ବିଭାଗୀୟ ଅବହେଳା କାରଣରୁ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ହୋଇଥିବା ଯାଜପୁର ବଡଚଣା ବ୍ଲକର ଦେକୁଡି ଓ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ବେଣୀପୁର ଗାଁରେ ପାଣି ପଶି ଦୁଇଟି ଅମୂଲ୍ୟ ଜୀବନ ଯାଇଥିଲା । ଏହା ସହିତ ପାଣି ଘେରରେ ଏହି ଦୁଇଟି ଗାଁର ୫ଟି ୱାର୍ଡର ପ୍ରାୟ ୩ ହଜାର ଲୋକେ ଜଳବନ୍ଦୀ ହୋଇ ରହିଥିଲେ । ସେହିପରି ନଦୀବନ୍ଧ ଧସିଥିବା ଶାଗୁଣା ଘାଇଠାରେ ଗତ ୩ ବର୍ଷ ଧରି ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ପଥର ସ୍ପର ନିର୍ମାଣ ଚାଲିଛି । ଅନ୍ୟପଟେ କାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ପଥର ସ୍ପର ତଳେ ନଦୀ ମଧ୍ୟରେ ପଙ୍କ ରହିଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା କାରଣରୁ ବର୍ତ୍ତମାନ ଟାପୁ ହୋଇ ରହିଥିବା ବେଣୀପୁର ଗାଁ ଯେ ଭବିଷ୍ୟତରେ ଜଳମଗ୍ନ ନହେବ, ସେକଥା ବା କିଏ କହିବ । ସନ୍ଧ୍ୟାରେ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଉମେଶ ସେଠୀ ମାଟି ଅତଡ଼ା ଧସିଥିବା ସ୍ଥାନ ନିରୀକ୍ଷଣ କରିଥିବା ବେଳେ ଏହା ଉପରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ତେବେ ୨୦୧୬ ମସିହା ଡିସେମ୍ବର ମାସରେ ସମାନ ଘଟଣା ଘଟିଥିବା ବେଳେ ଠିକ ୭ ବର୍ଷ ପରେ ପୁନଃ ଏଭଳି ମାଟି ଅତଡା ନଦୀମଧ୍ୟକୁ ଧସିବା ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

For All Latest Updates

ABOUT THE AUTHOR

...view details