ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ ଜଳକଷ୍ଟ: ଶୁଖୁଛି ଲୁଣାନଦୀ, ମିଳୁନାହିଁ ପର୍ଯ୍ୟାପ୍ତ ପାଣି

ସରିବାକୁ ବସିଲାଣି ଗ୍ରୀଷ୍ମ ତଥାପି ସରୁନି ଜଳକଷ୍ଟ । ଆମେ କହୁଛୁ କେନ୍ଦ୍ରାପଡ଼ା ପୌରାଞ୍ଚଳ କଥା । ଯେଉଁଠାରେ ଇନଟେକ ୱେଲ ଯୋଗେ କେନ୍ଦ୍ରାପଡ଼ା ସହର ମଧ୍ୟକୁ ହୋଇଥାଏ ପାଣି ଯୋଗାଣ । କିନ୍ତୁ ଆଜି ତାହା ଖାଲି ପଡ଼ିଛି । ଅଧିକ ପଢନ୍ତୁ...

By

Published : May 31, 2021, 5:24 PM IST

କେନ୍ଦ୍ରାପଡାକୁ ପାନୀୟ ଜଳକଷ୍ଟ; ଶୁଖୁଛି ଲୁଣାନଦୀ, ମିଳୁନାହିଁ ପର୍ଯ୍ୟାପ୍ତ ପାଣି
କେନ୍ଦ୍ରାପଡାକୁ ପାନୀୟ ଜଳକଷ୍ଟ; ଶୁଖୁଛି ଲୁଣାନଦୀ, ମିଳୁନାହିଁ ପର୍ଯ୍ୟାପ୍ତ ପାଣି

କେନ୍ଦ୍ରାପଡ଼ା: ସରିବାକୁ ବସିଲାଣି ଗ୍ରୀଷ୍ମ ତଥାପି ସରୁନି ଜଳକଷ୍ଟ । ନଳକୂପ ଅଛି ହେଲେ ବାହାରୁନି ପାଣି । ନଦୀ ଅଛି ହେଲେ ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । କାରଣ ନଦୀର ଗୋଟିଏ ପାର୍ଶ୍ଵ ପୋତି ହୋଇପଡିଥିବା ବେଳେ ଖନନ କରାଯାଇଥିବା ସ୍ଥାନରେ ଜମି ରହୁଛି ବାଲି । ଆମେ କହୁଛୁ କେନ୍ଦ୍ରାପଡ଼ା ପୌରାଞ୍ଚଳ କଥା । ଯେଉଁଠାରେ ଇନଟେକ ୱେଲ ଯୋଗେ କେନ୍ଦ୍ରାପଡ଼ା ସହର ମଧ୍ୟକୁ ହୋଇଥାଏ ପାଣି ଯୋଗାଣ । କିନ୍ତୁ ଆଜି ତାହା ଖାଲି ପଡ଼ିଛି ।

ଶୁଖୁଛି ଲୁଣାନଦୀ, ମିଳୁନାହିଁ ପର୍ଯ୍ୟାପ୍ତ ପାଣି
୨୦୦୦ ମସିହାରେ କେନ୍ଦ୍ରାପଡ଼ା କଳାପଡା ଠାରେ ଥିବା ଲୁଣା ନଦୀରେ ଏକ ଇନଟେକ ୱେଲ ନିର୍ମାଣ କରାଯାଇ ଆରମ୍ଭ ହୋଇଥିଲା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । ଏହିଠାରୁ ହିଁ ସହର ମଧ୍ୟକୁ ଯୋଗାଣ ହୋଇଥାଏ ପାଣି । ଲୁଣା ନଦୀରୁ ପାଣି ଆସି ଇଚ୍ଛାପୁରସ୍ଥିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ବିଶୁଦ୍ଧ ହୋଇ ପୌରାଞ୍ଚଳର ୫୪,୭୪୮ ଜଣଙ୍କୁ ଯୋଗାଇ ଦିଆଯିବା ପାଇଁ ରହିଛି ବ୍ୟବସ୍ଥା । ଏହି ଅନୁଯାୟୀ ପ୍ରତ୍ୟେକ ଦିନ ମ୍ୟୁନିସିପାଲିଟି ଅଧିନରେ ବାସ କରୁଥିବା ଲୋକମାନଙ୍କ ପାଇଁ ୮.୬୨ମିଲିୟନ ଲିଟର ପାଣି ଆବଶ୍ୟକ ହେଉଥିବା ବେଳେ ବର୍ତ୍ତମାନ ୮.୫୦ମିଲିୟନ ଲିଟର ପାଣି ପ୍ରତ୍ୟେକ ଦିନ ଯୋଗାଇ ଦିଆଯାଉଛି । ଏଥିସହ ୨୧ୱାର୍ଡ ବିଶିଷ୍ଟ ମ୍ୟୁନିସିପାଲିଟି ପାଇଁ ୨୧୪ ଟି ହ୍ୟାଣ୍ଡପମ୍ପ ଲଗାଯାଇଥିବା ବେଳେ ଏଥିରେ ଆସୁଥିବା ପାଣି ପର୍ଯ୍ୟାପ୍ତ ହେଉନାହିଁ । ଅନ୍ୟପଟେ କଳାପଡାର ଲୁଣା ନଦୀରେ ନିର୍ମିତ ଇନଟେକ ୱେଲକୁ ସଠିକ ପରିମାଣରେ ପାଣି ପହଞ୍ଚି ପାରିନଥିବାରୁ ପାନୀୟ ଜଳ ସମସ୍ୟା ଲାଗିରହିଛି ।ଗୋଟିଏ ପଟେ ପାଣି ପାଇଁ ହାହାକାର, ଅନ୍ୟପଟେ ଲୁଣା ନଦୀ ଶୁଖିବା ଲୋକଙ୍କ ଚିନ୍ତାକୁ କରିଛି ଦ୍ବିଗୁଣିତ । କେନ୍ଦ୍ରାପଡା ଜନସ୍ବାସ୍ଥ୍ୟ ଉପଖଣ୍ଡ ଦ୍ବାରା ଏଠାରେ ଜେସିବି ସାହାଯ୍ୟରେ ବାଲି ଖୋଳା ଯାଉଥିଲେ ମଧ୍ୟ ଯଥା ପୂର୍ବଂ ତଥା ପରଂ । ବାରମ୍ବାର ଅଭିଯୋଗ ସତ୍ତ୍ବେ ମିଳୁନି କୌଣସି ସ୍ଥାୟୀ ସମାଧାନ । ଏନେଇ ତ୍ବରିତ ପଦକ୍ଷେପ ନିଆଯିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ପୌରାଞ୍ଚଳ ବାସିନ୍ଦା । ଅପରପକ୍ଷରେ ଏନେଇ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ଏହି ଘଟଣାଟି ତାଙ୍କ ନଜରକୁ ଆସିଛି ଓ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details