ଓଡିଶା

odisha

ETV Bharat / state

ଭୁଲ ଅଛି ଆର୍ଡମିଟ କାର୍ଡ, କ'ଣ ହେବ ମଣ୍ଟୁର ଭବିଷ୍ୟତ ? - Matric exam

ରାତି ପାହିଲେ ମାଟ୍ରିକ ପରୀକ୍ଷା । ଏନେଇ ଫୁଲ୍ ଜୋସରେ ଲାଗିପଡିଛନ୍ତି ପରୀକ୍ଷାର୍ଥୀ । ଘଣ୍ଟା କଣ୍ଟା ମାଡିଚାଲିବା ପରି ପିଲାଙ୍କ ହୃଦସ୍ପନ୍ଦନ ମଧ୍ୟ ବଢିଚାଲିଛି । ହେଲେ ଏତେ ସବୁ ଅନୁଭୂତିରୁ ପଛରେ ପଡିଯାଇଛି ମଣ୍ଟୁ ମଳିକ । ଅଧିକ ଖବର ପଢନ୍ତୁ...

Matric exam
ଭୁଲ ଅଛି ଆର୍ଡମିଟ କାର୍ଡ, କ'ଣ ହେବ ମଣ୍ଟୁର ଭବିଷ୍ୟତ

By

Published : Feb 18, 2020, 7:56 PM IST

କେନ୍ଦ୍ରାପଡା: ଦଶମ ପରୀକ୍ଷା ଦେବାରୁ ବଞ୍ଚିତ ହୋଇପାରେ ମଣ୍ଟୁ । ସ୍କୁଲର ଦାୟିତ୍ବହୀନତା ପାଇଁ ଜଣେ ଛାତ୍ରର ସୁନେଲି ଭବିଷ୍ୟତ ଠେଲି ହୋଇଯାଇଛି ଅନ୍ଧକାର ଆଡକୁ। କେନ୍ଦ୍ରାପଡ଼ା ଧୂମାତ ଗାଁର ରାଧାଗୋବିନ୍ଦ ବିଦ୍ୟାପୀଠରେ ଚଳିତ ବର୍ଷ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ ମଣ୍ଟୁ ମଳିକ । ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ପାଇଁ ଏବେ ଦଶମ ଶ୍ରେଣୀ ପରୀକ୍ଷାରୁ ବଞ୍ଚିତ ହେବ ମଣ୍ଟୁ।

ଭୁଲ ଅଛି ଆର୍ଡମିଟ କାର୍ଡ, କ'ଣ ହେବ ମଣ୍ଟୁର ଭବିଷ୍ୟତ

ଆଡମିଟ କାର୍ଡରେ ନିଜ ଫଟୋ ଓ ନାଁ ଥାଇ ମଧ୍ୟ ବାପା ଓ ମା'ଙ୍କ ନାମ ଅଲଗା ରହିଥିବାରୁ ଦେଖାଦେଇଛି ଏଭଳି ଏକ ବିଭ୍ରାଟ । ସୋମବାର ଆଡମିଟ କାର୍ଡ଼ ଆଣିବାକୁ ଯାଇଥିବା ବେଳେ ମଣ୍ଟୁ ଏଭଳି ଏକ ଭୁଲକୁ ଦେଖି ପ୍ରଧାନଶିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପ୍ରଧାନଶିକ୍ଷକ ସନ୍ତୋଷ ମିଶ୍ର ମଣ୍ଟୁଙ୍କ ନିକଟରୁ ଆଡମିଟ କାର୍ଡ଼ ନେଇଯାଇ ଆସନ୍ତା ସପ୍ଲିମେଣ୍ଟାରୀ ପରୀକ୍ଷା ସମୟରେ ସେ ପରୀକ୍ଷା ଦେବ ବୋଲି କହିଥିଲେ।

ଭୁଲ ଅଛି ଆର୍ଡମିଟ କାର୍ଡ, କ'ଣ ହେବ ମଣ୍ଟୁର ଭବିଷ୍ୟତ

ଏହାପରେ ମଣ୍ଟୁ, ନିଜଘରେ ଜଣାଇବାରୁ ମଣ୍ଟୁଙ୍କ ବାପା କୈଳାସ ମଳିକ ଓ ଜୟନ୍ତୀ ମଳିକ ସ୍କୁଲକୁ ଯାଇ ପ୍ରଧାନଶିକ୍ଷକଙ୍କୁ କହିବା ପରେ ପ୍ରଧାନ ଶିକ୍ଷକ କହିଲେ, ଏହି ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ଦୁଇଜଣ ମଣ୍ଟୁ ମଳିକ ପାଠ ପଢୁଥିଲେ । ହେଲେ କୈଳାଶ ମଳିକଙ୍କ ପୁଅ ମଣ୍ଟୁ ମଳିକଙ୍କ ଫଟୋ ଓ ଦସ୍ତଖତ ରହିଥିବା ଆଡମିଟ କାର୍ଡରେ ଅନ୍ୟ ଜଣେ ଛାତ୍ର ମଣ୍ଟୁ ମଳିକଙ୍କ ବାପାଙ୍କ ନାମ ସୁବୋଧ ମଳିକ ଓ ମା’ କାମିନୀ ମଳିକ ନାମ ରହିଛି । ତେଣୁ ଏହି ଆଡମିଟ କାର୍ଡରେ ଜୟନ୍ତୀ ମଳିକଙ୍କ ପୁଅ ମଣ୍ଟୁ ମାଟ୍ରିକ ପରୀକ୍ଷା ଦେଇ ପାରିବେନି ।

ଆସନ୍ତା ସପ୍ଲିମେଣ୍ଟାରୀ ମାଟ୍ରିକ ପରୀକ୍ଷାରେ ମଣ୍ଟୁ ମାଟ୍ରିକ ପରୀକ୍ଷା ଦେବେ । ବିଦ୍ୟାଳୟର ତ୍ରୁଟି ପାଇଁ ତାଙ୍କ ପୁଅର ଜୀବନ ମାଟି ହେଲା ବୋଲି ଅଭିଯୋଗ କରିଛନ୍ତି ମଣ୍ଟୁଙ୍କର ବାପା ମା' । ପ୍ରଧାନ ଶିକ୍ଷକଙ୍କୁ ଦାୟୀକରି ସ୍ଥାନୀୟ ନିକିରାଇ ଥାନାରେ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି ମଣ୍ଟୁ । ପ୍ରଧାନଶିକ୍ଷକ ତାଙ୍କ ଆଡମିଟ କାର୍ଡ଼ ବିକ୍ରି କରିଦେଇଥିବା ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ମଣ୍ଟୁ । ତେବେ ପ୍ରଧାନ ଶିକ୍ଷକଙ୍କ ଠାରୁ ଏପରି ଦାୟିତ୍ବହୀନ ମନ୍ତବ୍ୟ ଶୁଣି ପ୍ରଧାନ ଶିକ୍ଷକଙ୍କୁ ସିଧାସିଧା ଉତ୍ତର ଦେଇଛନ୍ତି କୈଳାସ । ସେ କହିଛନ୍ତି ,ମୋ ପୁଅ ଯଦି ପରୀକ୍ଷା ନଦେଇପାରି ଆତ୍ମହତ୍ୟା କରେ ତେବେ ପ୍ରଧାନ ଶିକ୍ଷକ ହିଁ ଦାୟୀ ରହିବେ।

ଅପରପକ୍ଷରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମିଶ୍ରଙ୍କ କହିବା କଥା ଯେ ସେ ଏହି ବିଦ୍ୟାଳୟରେ ନୂଆକରି ଯୋଗଦେଇଛନ୍ତି । ମାଟ୍ରିକ ଫର୍ମ ପୂରଣ ସମୟରେ ସେମାନଙ୍କର ଶ୍ରେଣୀ ଶିକ୍ଷକଙ୍କୁ ଫର୍ମ ପୂରଣ ଦାୟିତ୍ବ ଦିଆଯାଇଥିଲା । ବିଦ୍ୟାଳୟରେ ଦୁଇଜଣ ଛାତ୍ର ମଣ୍ଟୁ ମଳିକ ଥିବାରୁ ଏହି ତୃଟି ହୋଇଛି ବୋଲି ସେ ସଫେଇ ଦେଇଛନ୍ତି । ତେବେ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ଅମଙ୍ଗ ହୋଇଛନ୍ତି ପ୍ରଧାନଶିକ୍ଷକ ।

ଏନେଇ ଜିଲ୍ଲାପାଳଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯିବାରୁ ସେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ କହି ଛାତ୍ରଟି ପରୀକ୍ଷା ଦେବାପାଇଁ ବ୍ୟବସ୍ଥା କରିବାକୁ ବ୍ୟବସ୍ଥା କରାଯିବା ନେଇ କହିବା ବେଳେ ଏହି ଘଟଣାରେ ଯେ କେହି ମଧ୍ୟ ଚଞ୍ଚକତା କରିଥାଉ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details