ଓଡିଶା

odisha

ETV Bharat / state

ଚାକିରୀ ସ୍ଥାୟୀ ଦାବିରେ ହାଇସ୍କୁଲ ଶିକ୍ଷକଙ୍କ ଧାରଣା

ଚାକିରୀ ସ୍ଥାୟୀ ଦାବିରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ । ସରକାର ପ୍ରତିଶ୍ରୁତି ପାଳନ କରିଥିବାକୁ ଗର୍ଜିଛନ୍ତି ଶିକ୍ଷକ ସଂଘ । ଅଧିକ ପଢନ୍ତୁ

By

Published : May 2, 2023, 10:23 PM IST

highschool teachers union protest
ଚାକିରୀ ସ୍ଥାୟୀ ଦାବିରେ ଶିକ୍ଷକଙ୍କ ଧାରଣା

ଚାକିରୀ ସ୍ଥାୟୀ ଦାବିରେ ଶିକ୍ଷକଙ୍କ ଧାରଣା

କେନ୍ଦ୍ରାପଡା:ଶିକ୍ଷକଙ୍କ ଦରମା ନାହିଁ, 5T ଯୋଜନା କାହା ପାଇଁ ସ୍ଲୋଗାରେ କମ୍ପିଲା ରାଜରାସ୍ତା । ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଚାକିରୀ ସ୍ଥାୟୀ ଦାବିରେ ଆନ୍ଦୋଳନ କରିଛନ୍ତି । ଗତବର୍ଷ ଅକ୍ଟୋବର ମାସ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଚୁକ୍ତି ଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ ପାଇଁ ଘୋଷଣା କରିଥିଲେ । ଘୋଷଣାକୁ 6ମାସ ବିତିଥିବା ସତ୍ତ୍ବେ ଗଣଶିକ୍ଷା ବିଭାଗ ଏହି ବ୍ୟବସ୍ଥାକୁ ଉଚ୍ଛେଦ ନକରି ଏଯାବତ ଏହାକୁ ଜାରି ରଖିଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ସମୁଦାୟ ।

ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ଦିଆ ଯାଇଥିବା ଦାବିପତ୍ରରେ ଜିଲ୍ଲାରେ କାର୍ଯ୍ୟରତ ଶତାଧିକ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ଦୁଃଖ ଓ କ୍ଷୋଭକୁ ଲେଖି ଜଣାଇଛନ୍ତି। ରାଜ୍ୟ ସରକାର ଏହି ଚୁକ୍ତିଭିତ୍ତିକ ପ୍ରଥାକୁ ରାଜ୍ୟର ମୋଟ ୪୨ଟି ବିଭାଗରୁ ଉଚ୍ଛେଦ କରିଥିବା ବେଳେ କେବଳ ଗଣଶିକ୍ଷା ବିଭାଗକୁ ଛାଡି ଅନ୍ୟ ସମସ୍ତ ବିଭାଗ ସେମାନଙ୍କ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରି ଦରମା ପ୍ରଦାନ କରି ସାରିଲେଣି। ବାରମ୍ବାର ଆପତ୍ତି ଅଭିଯୋଗ କରିବା ପରେ ଗତ ୧୩ ତାରିଖ ଦିନ ହାଇସ୍କୁଲ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ନିୟମିତ କରାଗଲା ବୋଲି ରାଜ୍ୟ ସରକାର ଆଦେଶ ଦେଇଥିଲେ । ସାଧାରଣ ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ଗଣଶିକ୍ଷା ବିଭାଗର ନିୟମିତ ହୋଇଥିବା ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଅର୍ଥ ବରାଦ ରହିଥିବା କହୁଥିବା ବେଳେ ଗଣଶିକ୍ଷା ବିଭାଗ କାହିଁକି ସେମାନଙ୍କୁ ନିୟମିତ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ।

ଏହା ବି ପଢନ୍ତୁ...ପ୍ରତିଶ୍ରୁତି ଦେଇ ଭୁଲିଗଲେ ରାଜ୍ୟ ସରକାର, ଆନ୍ଦୋଳନ ଚେତାବନୀ ଦେଲା ଶିକ୍ଷକ ସଂଘ

ଅନ୍ୟପଟେ ଚୁକ୍ତିଭିତ୍ତିକ ବ୍ୟବସ୍ଥା ପାଇଁ ଅର୍ଥ ବିଭାଗ ପାଖରେ ଟଙ୍କା ନଥିବାରୁ ଆଜିକୁ ଦୁଇମାସ ହେବ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି ୨୦୧୬ରୁ ହାଇସ୍କୁଲର ଏହି ଶିକ୍ଷକ ଶିକ୍ଷୟିତ୍ରୀ। ଦରମା ନମିଳିବା କାରଣରୁ ଅନେକ ଶିକ୍ଷକ ପରିବାର ଉପବାସରେ ରହିଥିବା କହିଛନ୍ତି ଜଣେ ଶିକ୍ଷୟିତ୍ରୀ। ସେହିପରି ରାଜ୍ୟ ସରକାରଙ୍କ 5T ଯୋଜନା ନିମ୍ନଭାଗରେ କାମ କରୁଥିବା ଶିକ୍ଷକଙ୍କ ପାଇଁ ଲାଗୁ ହେଇଥିବା ବେଳେ ବଡ଼ବଡ଼ିଆ ଅଧିକାରୀ କିପରି ଏଥିରୁ ବାଦ ଯାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଦାବି ପୂରଣ ନହେଲେ ଆସନ୍ତା ୮ ତାରିଖ ଦିନ ଭୁବନେଶ୍ବରରେ ନିଆଁ ଜଳିବ ବୋଲି ଚେତାବନୀ ଦେଇଛନ୍ତି ଶିକ୍ଷକ ସମୁଦାୟ । ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ବି କାହିଁକି କାଯ୍ୟକାରୀ ହୋଇନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details