ଓଡିଶା

odisha

ETV Bharat / state

ବିଲରେ ପାଚିଲା ଧାନ ଅନ୍ୟପଟେ ବାତ୍ୟା ଆସନ୍ନ, ଚାଷୀ ମନରେ ଅମଳ ଛନକା - ବାତ୍ୟା ଜାୱଦ ଅପଡେଟ

ଆସୁଛି ବାତ୍ୟା ଜୱାଦ । ସମ୍ଭାବ୍ୟ ବାତ୍ୟା ନେଇ IMD ସୂଚନା ମଧ୍ୟ ଦେଇଛି । ଚାଷୀଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି SRC । ଚିନ୍ତାରେ କେନ୍ଦ୍ରାପଡାର ଚାଷୀ । ଅଧିକ ପଢନ୍ତୁ

ବିଲରେ ପାଚିଲା ଧାନ ଅନ୍ୟପଟେ ବାତ୍ୟା ଆସନ୍ନ,ଚାଷୀ ମନରେ ଅମଳ ଛନକା
ବିଲରେ ପାଚିଲା ଧାନ ଅନ୍ୟପଟେ ବାତ୍ୟା ଆସନ୍ନ,ଚାଷୀ ମନରେ ଅମଳ ଛନକା

By

Published : Dec 2, 2021, 7:02 AM IST

କେନ୍ଦ୍ରାପଡା : ଆସୁଛି ବାତ୍ୟା ଜୱାଦ । ସମ୍ଭାବ୍ୟ ବାତ୍ୟା ନେଇ IMD ସୂଚନା ମଧ୍ୟ ଦେଇଛି । ଚାଷୀଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି SRC। ତେବେ ଅଗଷ୍ଟ ମାସରେ ଲଗାଣ ବର୍ଷା ପରେ ପରେ ବନ୍ୟାର ବିଭୀଷିକାକୁ କେନ୍ଦ୍ରାପଡାର ଚାଷୀ ଭୁଲିନଥିବାବେଳେ ଏବେ ଆଗକୁ ଲଘୁଚାପ ଏବଂ ବାତ୍ୟାର ଆଉ ଏକ ସୂଚନା । ଲଘୁଚାପ ନେଇ ଖବର ପାଇବା ପରେ ଚାଷୀ ମୁଣ୍ଡରେ ଚଡକ ପଡିଛି। ବର୍ଷା ଓ ବନ୍ୟା ଦାଉରୁ ରକ୍ଷା ପାଇଯାଇଥିବା ଧାନଚାଷ ସମ୍ପୂର୍ଣ୍ଣ ଧୋଇଯିବାର ଆଶଙ୍କାରେ ଆତଙ୍କିତ କେନ୍ଦ୍ରାପଡା ଚାଷୀକୂଳ।

ବିଲରେ ପାଚିଲା ଧାନ ଅନ୍ୟପଟେ ବାତ୍ୟା ଆସନ୍ନ,ଚାଷୀ ମନରେ ଅମଳ ଛନକା

ଗତ ଅଗଷ୍ଟ ୧୪ ତାରିଖରେ ହୋଇଥିବା ଲଗାଣ ବର୍ଷା ପରେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ପଡ଼ିଥିଲା । ଅନ୍ୟପକ୍ଷରେ ଧାନଚାଷ ଜିଲ୍ଲାର ଏକମାତ୍ର ଅର୍ଥକାରୀ ଫସଲ ହୋଇଥିବାରୁ ଚାଷୀ ଧାନଚାଷ ପାଇଁ ବିଶେଷ ଯତ୍ନବାନ ହୋଇଥାଏ । ଏକର ପିଛା ପ୍ରାୟ ୨୨ ରୁ ୨୫ କିଲୋ ଧାନ ବିହନ ବ୍ୟବହାର ହୋଇଥାଏ ।

ତଳି ଉପାଡିବା, ରୋଇବା, ଧାନ ବିଲ ହଳ କରିବା ପ୍ରଭୃତି ବାବଦକୁ ପ୍ରାୟ ଅଢେଇ ରୁ ୩ ହଜାର ଟଙ୍କା ଶ୍ରମିକ ମଜୁରୀ ପଡିଥାଏ । ସେହିପରି ୫୦ କିଲୋ ସାର ଏବଂ ଆବଶ୍ୟକ ସ୍ଥଳେ କୀଟନାଶକ ବ୍ୟବହାର ହୋଇଥାଏ। ଏମିତିରେ ଏକର ପିଛା ଜଣେ ଚାଷୀ ପ୍ରାୟ ୫ ରୁ ୬ ହଜାର ଟଙ୍କା ଖର୍ଚ୍ଚ କରିଥାଏ । କିନ୍ତୁ ଶେଷରେ ପ୍ରାକୃତିକ ଦୁର୍ବିପାକ ଚାଷୀର ଭାତହାଣ୍ଡି ଉଜାଡ଼ି ଦେଇଯାଏ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details