ଓଡିଶା

odisha

ETV Bharat / state

ଧାନ ବିଲରେ ଚରିଯାଉଛି ଅଜଣା ପୋକ, ଋଣ ସୁଝିବା ଚିନ୍ତାରେ ଚାଷୀ - ଚାଷୀ ମୁଣ୍ଡରେ ଚଡକ

ଧାନଗଛରେ ପୋକ ସାଲୁବାଲୁ । କଁଅଳିଆ ଧାନପତ୍ର ସମେତ ନୂଆ କରି ବାହାରିଥିବା ଧାନକେଣ୍ଡାକୁ ଏହି ପୋକ ଯେମିତି ଚରି ଯାଉଛନ୍ତି । ଏକର ଏକର ଧାନ ଗଛରେ ପୋକ ଚରିଯିବା ପରେ ଏବେ ଚିନ୍ତାରେ କେନ୍ଦ୍ରାପଡା ଚାଷୀ । ଅଧିକ ପଢନ୍ତୁ

ଚାଷରେ ଲାଗିଛି ଅଜଣା ପୋକ, ଋଣ ସୁଝିବା ଚିନ୍ତାରେ ଚାଷୀ
ଚାଷରେ ଲାଗିଛି ଅଜଣା ପୋକ, ଋଣ ସୁଝିବା ଚିନ୍ତାରେ ଚାଷୀ

By

Published : Oct 27, 2022, 4:58 PM IST

କେନ୍ଦ୍ରାପଡା:ଚାଷୀ ମୁଣ୍ଡରେ ଚଡକ । ନୂଆକରି ବାହାରିଥିବା ଧାନକେଣ୍ଡାରେ ସାଲୁବାଲୁ ପୋକ । ଏକର ଏକର ଧାନ ଗଛରେ ପୋକ ଚରିଯିବା ପରେ ଏବେ ଚିନ୍ତାରେ କେନ୍ଦ୍ରାପଡା ଚାଷୀ। କାଣ୍ଡବିନ୍ଧା ପୋକ ସମେତ ଅନ୍ୟ ଅଜଣା ରୋଗପୋକ ଆକ୍ରମଣରେ ଧାନଚାଷ ପ୍ରଭାବିତ ହୋଇଛି । ଧାର କରଜ କରି ଚାଷରେ ଖର୍ଚ୍ଚ କରିଥିବା ଚାଷୀ ମୁଣ୍ଡରେ ସତେ ଯେପରି ଚଡକ ପଡିଛି। କୀଟନାଶକ ବ୍ୟବହାର ପରେ ବି ସମସ୍ୟାର ସମାଧାନ ହେଉ ନାହିଁ।

ଚାଷରେ ଲାଗିଛି ଅଜଣା ପୋକ, ଋଣ ସୁଝିବା ଚିନ୍ତାରେ ଚାଷୀ

ଧାନଗଛରେ ପୋକ ସାଲୁବାଲୁ । କଁଅଳିଆ ଧାନପତ୍ର ସମେତ ନୂଆକରି ବାହାରିଥିବା ଧାନକେଣ୍ଡାକୁ ଏହି ପୋକ ଯେମିତି ଚରି ଯାଉଛନ୍ତି । ଧାନକେଣ୍ଡାରେ ପୋକ ଲାଗିବା ପରେ ଗଛ କଶରା ହୋଇ ପଡିବା ସହ ଦୁର୍ବଳ ହୋଇଯାଉଛି । ଫଳରେ ଚାଷୀର ବର୍ଷକର ଆହାର ଧାନଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି । ଏନେଇ କେନ୍ଦ୍ରାପଡା ଜିଲ୍ଲା କୁଶଳପୁର, ଆୟବା, ଓସ୍ତପୁର ,କଂସାର ପ୍ରଭୃତି ଅଞ୍ଚଳରେ ଶହ ଶହ ଏକର ଧାନ ଚାଷ ଏବେ ଏହି ରୋଗପୋକ ଦ୍ୱାରା ଆକ୍ରାନ୍ତ ହୋଇପଡିଛି । ସ୍ଥାନୀୟ ଚାଷୀ ନିଜ ଉଦ୍ୟମରେ କୀଟନାଶକ ବ୍ୟବହାର କରୁଥିବା ବେଳେ ଫଳ କିନ୍ତୁ ଶୂନ୍ୟ ରହୁଛି । ଅନ୍ୟପେଟେ ଦିନରେ ପୋକଗୁଡିକ ଲୁଚି ଯାଉଥିବା ବେଳେ ବିଶେଷ କରି ରାତି ବେଳା ଧାନକେଣ୍ଡାରେ ଚରି ଯାଉଥିବା ଚାଷୀ କହିଛନ୍ତି । ରୋଗ ପୋକ ନିୟନ୍ତ୍ରଣ ପାଇଁ ବିଭିନ୍ନ ଉପାୟ କରି ନିରାଶ ହେବା ପରେ ଏବେ ଭାଗ୍ୟକୁ ଭରସା କରିଛନ୍ତି ଚାଷୀ ।

ତେବେ ଏହି ପୋକ ଏକ ପ୍ରକାର କାଣ୍ଡବିନ୍ଧା ପୋକ ବୋଲି ସ୍ଥାନୀୟ ଚାଷୀ କହିଥିବା ବେଳେ ଆଉ କିଛି ଏହା ଅଜଣା ପୋକ ବୋଲି କହିଛନ୍ତି । ଏହି ପୋକ ବ୍ୟତୀତ ଚଳିତ ବର୍ଷ ଧାନ ଚାଷ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଛି । ଚଳିତ ବର୍ଷ ଭଲ ଧାନଚାଷ ହୋଇଥିବା ବେଳେ ଭଲ ଅମଳ ନେଇ ମଧ୍ୟ ଆଶାବାଦୀ ହୋଇପଡ଼ିଥିଲେ ଚାଷୀ। କିନ୍ତୁ ଚାଷୀର ସବୁ ସ୍ବପ୍ନ ଧୂଳିସାତ ହୋଇଯାଇଛି । ପୋକ ମୁଁହରେ ଉଜୁଡି ଯିବାକୁ ବସିଛି ଚଳିତ ବର୍ଷର ଧାନଚାଷ। ଧାନ ଚାଷ ପାଇଁ ଧାର ଉଧାର କରି ଋଣଗ୍ରସ୍ତ ହୋଇଥିବା ଚାଷୀ ପାଇଁ ଏହି ସମସ୍ୟା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।

ଏନେଇ ଜିଲ୍ଲା କୃଷି ଉପ ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ତେଣୁ ଏନେଇ ଜିଲ୍ଲା କୃଷିବିଭାଗ ରୋଗ ପୋକ ଚିହ୍ନଟ କରିବା ସହ ଏହାର ନିରାକରଣ ପାଇଁ ଚାଷୀମାନଙ୍କୁ ଉପଯୁକ୍ତ ପରାମର୍ଶ ଦେବାପାଇଁ ସ୍ଥାନୀୟ ଚାଷୀ ଦାବି କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details