ଓଡିଶା

odisha

ETV Bharat / state

୫୦ ବର୍ଷରେ କେନ୍ଦ୍ରାପଡା ପ୍ରସିଦ୍ଧ ରାମଲୀଳା, ଖୋଲା ମଞ୍ଚ କଳାକାର ଅନୁଷ୍ଠାନକୁ ସହାୟତା କେବେ ? - ରାମଲୀଳା

କଳାକୁ ଜାବୁଡି ଧରିଛି କେନ୍ଦ୍ରପଡା । କଳା ସଂସ୍କୃତି,ଐତିହ୍ୟ, ପରମ୍ପରାକୁ ବଞ୍ଚାଇ ରଖିବାକୁ କେନ୍ଦ୍ରପଡାରେ ପ୍ରସିଦ୍ଧ ରାମଲୀଳା କରି ଆସୁଛନ୍ତି ରାମଲୀଳା ନାଟ୍ୟ ପରିଷଦ ଅନୁଷ୍ଠାନ । ହେଲେ ଆଜି ଯାଏଁ ଏହି ସଂଗଠନକୁ କୌଣସି ସରକାରୀ ସହାୟତା ମିଳିନାହିଁ । ଅଧିକ ପଢନ୍ତୁ

kendrapara special ramalila
ଡେରାବିଶ୍ ରାମଲୀଳାକୁ ୫୦ ବର୍ଷ

By

Published : Apr 20, 2023, 4:27 PM IST

Updated : Apr 20, 2023, 5:01 PM IST

ଖୋଲା ମଞ୍ଚ କଳାକାର ଅନୁଷ୍ଠାନକୁ ସହାୟତା କେବେ ?

କେନ୍ଦ୍ରାପଡା:ଉର୍କୃଷ୍ଟ କଳାର ରାଜ୍ୟ ଉତ୍କଳ। କଳା ସଂସ୍କୃତି, ଐତିହ୍ୟ, ପରମ୍ପରା ପାଇଁ ସମୃଦ୍ଧ ଓଡିଶା । ଏହି କଳା ଯେଉଁଥି ପାଇଁ ରାଜ୍ୟର ରହିଛି ଭିନ୍ନ ଏକ ପରିଚୟ। ଆଜିର ଯୁବପିଢି ଆଧୁନିକତା ପଛରେ ଧାଉଁଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ଦଧିବାମନଙ୍କ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ଗାଁ କଳାକାରମାନଙ୍କ ଦ୍ୱାରା ଦୀର୍ଘ ୫୦ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି ରାମଲୀଳା । ଯାହାକୁ ଆରାଧ୍ୟ ମା'ଲକ୍ଷ୍ମୀ ସାଆନ୍ତାଣୀ ଦେଖିଥାନ୍ତି । କେନ୍ଦ୍ରାପଡା ଏହି ପ୍ରସିଦ୍ଧା ରାମଲୀଳା କରୁଥିବା ଦଧିବାମନ ରାମଲୀଳା ନାଟ୍ୟ ପରିଷଦ ଅନୁଷ୍ଠାନକୁ କୌଣସି ସରକାରୀ ସହାୟତା ମିଳିନାହିଁ ଯାହାକୁ ନେଇ ପ୍ରଶ୍ନ ଉଠିଛି ।

ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥି ବା ଶ୍ରୀରାମ ଜନ୍ମଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥାଏ ରାମଲୀଳା । ଜିଲ୍ଲାର ୯ଟି ବ୍ଲକର ୫୦ରୁ ଊର୍ଦ୍ଧ୍ବ ସ୍ଥାନରେ ସ୍ଥାନୀୟ ଯୁବକ ଓ ଗ୍ରାମବାସୀଙ୍କ ସହଯୋଗରେ ଶ୍ରୀରାମଜନ୍ମରୁ ଦୀର୍ଘ ୯ଦିନ ବ୍ୟାପି ପରିବେଷଣ କରାଯାଏ ରାମଲୀଳା । ପୌରାଣିକ କଥାନୁସାରେ କେନ୍ଦ୍ରାପଡ଼ା ରାମନବମୀକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ମା'ଲକ୍ଷ୍ମୀ ସାଆନ୍ତାଣୀଙ୍କ ସମ୍ମୁଖରେ ରାମ କଥାବସ୍ତୁ ପରିବେଷଣ କରି ନିଜକୁ କୃତାର୍ଥ ମନେ କରନ୍ତି । ରାମଲୀଳାକୁ ପ୍ରାୟ ୫୦ବର୍ଷ ପୁରିଛି, ହେଲେ ଆଜି ବି କଳାକାର ଅନୁଷ୍ଠାନକୁ କୌଣସି ସରକାରୀ ସହାୟତା ମିଳିନାହିଁ । ରାମଲୀଳାରେ ପ୍ରାୟ 1 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ଏ ନେଇ ଅନୁଷ୍ଠାନ ସଦସ୍ୟ ଗାଁ ଗାଁ ବୁଲି ଚାନ୍ଦା ଆଦାୟ କରନ୍ତି । ସେହି ଟଙ୍କାରେ ଖର୍ଚ୍ଚ ତୁଲାଇଥାନ୍ତି । ଅନୁଷ୍ଠାନକୁ କିଛି ସରକାରୀ ସହୟତା ଦେବାକୁ ଦାବି ହୋଇଛି ।


ଦୀର୍ଘଦିନ ଧରି ଏଠାରେ ରାମଲୀଳା ପରିବେଷଣ ହୋଇ ଆସୁଥିବା ବେଳେ ଚିତ୍ରାଳୟ, ବାଦ୍ୟଯନ୍ତ୍ର ଖର୍ଚ୍ଚ, କଳାକାରମାନଙ୍କ ପାଇଁ ଦୈନିକ ଖର୍ଚ୍ଚ ବାବଦକୁ ଏମାନଙ୍କୁ କିମ୍ବା ଅନୁଷ୍ଠାନକୁ ସଂସ୍କୃତି ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟଙ୍କାଟିଏ ମଧ୍ୟ ସହଯୋଗ ମିଳେ ନାହିଁ । ଏନେଇ ଜିଲ୍ଲା ସଂସ୍କୃତି ଅଧିକାରିଣୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଏନେଇ ମୁହଁ ଖୋଲିନାହାନ୍ତି। ତେବେ ଲୋକକଳାକୁ ଉଜ୍ଜୀବିତ ରଖିବା ପାଇଁ ସରକାର ପ୍ରୟାସ କରୁଥିବା ବେଳେ ଖୋଲାମଞ୍ଚରେ ଅଭିନୟ କରୁଥିବା ଏହି କଳାକାର ମାନଙ୍କ ପାଇଁ କାହିଁକି ସହଯୋଗ ମିଳିନାହିଁ ସେନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପୂର୍ବରୁ କୋଭିଡ କଟକଣା ଯୋଗୁଁ ଦୁଇବର୍ଷ ଧରି ବନ୍ଦ ରହିଥିବା ରାମଲୀଳା । କୋଭିଡ କମିବା ପରେ ଅଧିକରୁ ଅଧିକ ଲୋକଙ୍କ ସମାଗମ ହୋଇଛି । ଯଦି ସରକାର ଏହି କଳାକାର ଅନୁଷ୍ଠାନକୁ କିଛି ସହଯୋଗ କରନ୍ତେ ତେବେ ପରମ୍ପରାକୁ ବଞ୍ଚାଇ ରଖିବାକୁ କଳାକାର କରୁଥିବା ଏହି ପ୍ରୟାସ ଆଉ ଟିକେ ସହଜ ହୋଇପାରନ୍ତା ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Apr 20, 2023, 5:01 PM IST

ABOUT THE AUTHOR

...view details