ଓଡିଶା

odisha

By

Published : Jul 12, 2022, 7:02 PM IST

ETV Bharat / state

ସାମ୍ବାଦିକଙ୍କୁ ବିଦ୍ୟାଳୟ ମନା ଘଟଣା, ଶିକ୍ଷାମନ୍ତ୍ରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କଥାରେ ରହୁନି ତାଳମେଳ

ସାମ୍ବାଦିକଙ୍କୁ ବିଦ୍ୟାଳୟକୁ ବାରଣ ଘଟଣା । ଗଣଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀଙ୍କ କଥାରେ ରହୁନି ତାଳମେଳ । ଅଧିକ ପଢନ୍ତୁ

ସାମ୍ବାଦିକଙ୍କୁ ବିଦ୍ୟାଳୟ ମନା ଘଟଣା, ଶିକ୍ଷାମନ୍ତ୍ରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କଥାରେ ରହୁନି ତାଳମେଳ
ସାମ୍ବାଦିକଙ୍କୁ ବିଦ୍ୟାଳୟ ମନା ଘଟଣା, ଶିକ୍ଷାମନ୍ତ୍ରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କଥାରେ ରହୁନି ତାଳମେଳ

କେନ୍ଦ୍ରାପଡ଼ା:ସାମ୍ବାଦିକଙ୍କୁ ବିଦ୍ୟାଳୟ ମନା ଘଟଣା । ଗଣଶିକ୍ଷା ମନ୍ତ୍ରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କଥାରେ ରହୁନି ତାଳମେଳ । ଏପଟେ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ସେପଟେ ଲିଖିତ ନିର୍ଦ୍ଦେଶ ମିଳିବା ପରେ ସାମ୍ବାଦିକଙ୍କୁ ବାରଣ କରିବା ନେଇ ସମସ୍ତ ସ୍କୁଲକୁ ଚିଠି କରା ଯାଇଥିବା କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ।

ସାମ୍ବାଦିକଙ୍କୁ ବିଦ୍ୟାଳୟ ମନା ଘଟଣା, ଶିକ୍ଷାମନ୍ତ୍ରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କଥାରେ ରହୁନି ତାଳମେଳ

ଜୁଲାଇ ୭ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ହ୍ବାଟ୍ସଅପ୍‌ ଗୃପରେ ସରକାରୀ ନିର୍ଦ୍ଦେଶନାମା ନେଇ ଏକ ମେସେଜ ଆସିଥିଲା । ହ୍ବାଟସଅପ୍ ଗୃପରେ ଆସିଥିବା ଏହି ସରକାରୀ ମେସେଜକୁ ସାମ୍ବାଦିକଙ୍କୁ ଦେଖଇଥିଲେ ଜିଲ୍ଲା ଶିକ୍ଷାଧିକାରୀ । ଏହାପରେ ଜୁଲାଇ ୮ ତାରିଖ ଦିନ ଜିଲ୍ଲା ଶିକ୍ଷାଧିକାରୀ ଜିଲ୍ଲାର ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଚିଠି କରିଥିଲେ । ଏହି ଚିଠିରେ ବିଦ୍ୟାଳୟ ପରିସରକୁ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ପଶିବା ପାଇଁ ଅନୁମତି ନଦେବା ପାଇଁ କହିଥିଲେ । ଯଦି ସାମ୍ବାଦିକ ସ୍କୁଲକୁ ପ୍ରବେଶ କରନ୍ତି ତେବେ ଥାନାରେ ଅଭିଯୋଗ କରିବା ପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଥିଲେ ।

ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଦ୍ୟାଳୟ ପରିସରକୁ ଗଣମାଧ୍ୟମ ପ୍ରବେଶ ବାରଣ ନେଇ ବିଭାଗ କୌଣସି ନିର୍ଦ୍ଦେଶନାମା ଜାରି କରିନଥିବା କହିଥିଲେ । ଏହାପରେ ଆଜି ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା । ମନ୍ତ୍ରୀଙ୍କ ବିବୃତି ଉପରେ କୌଣସି ଟିପ୍ପଣୀ ଦେବାକୁ ମନା କରିବା ସହ ବିଭାଗୀୟ ନିର୍ଦ୍ଦେଶ ମିଳିବା ପରେ ସେ ଏଭଳି ଚିଠି କରିଥିବା କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ସତ କହୁଛନ୍ତି କିଏ ? ଗଣଶିକ୍ଷା ମନ୍ତ୍ରୀ ନା କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ?ସେପଟେ କଙ୍କଡାହାଡ଼ ବ୍ଲକର ଶିକ୍ଷାଧିକାରୀଙ୍କ ଦ୍ବାରା ଜାରି କରାଯାଇଥିବା ଏହି ସାମ୍ବାଦିକ ବାରଣ ନୋଟିସକୁ ଗତକାଲି କଙ୍କଡାହାଡ଼ ବ୍ଲକ ଶିକ୍ଷାଧିକାରୀ ଫେରାଇ ନେଇଛନ୍ତି ।

ଏପଟେ କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଜାରି କରାଯାଇଥିବା ବାରଣ ନୋଟିସ ପ୍ରତ୍ୟାହୃତ ହେବ କି ନାହିଁ ପ୍ରଶ୍ନରେ ଉପରୁ ନିର୍ଦ୍ଦେଶ ଆସିଲେ ଯାହା କରିବେ ବୋଲି ଉତ୍ତର ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ସେହିପରି ଜିଲ୍ଲାର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନେ ସାମ୍ବାଦିକଙ୍କୁ ବିଦ୍ୟାଳୟ ପରିସରକୁ ଆସିବା ନେଇ ଅନୁମତି ଦେବା କି ନାହିଁ ତାହା ସେମାନଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details