ଓଡିଶା

odisha

ETV Bharat / state

ରାହୁଲଙ୍କ ସଦସ୍ୟତା ରଦ୍ଦ ବିରୋଧରେ କେନ୍ଦ୍ରାପଡା କଂଗ୍ରେସର ବିକ୍ଷୋଭ - କଂଗ୍ରେସର ବିକ୍ଷୋଭ

କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି ଗଣ ବିକ୍ଷୋଭ କରିଛି କେନ୍ଦ୍ରାପଡା କଂଗ୍ରେସ । ଅଧିକ ପଢନ୍ତୁ

ରାହୁଲଙ୍କ ସଦସ୍ୟତା ରଦ୍ଦ ବିରୋଧରେ କଂଗ୍ରେସର ବିକ୍ଷୋଭ
congress protest in kendrapara

By

Published : Apr 25, 2023, 10:06 AM IST

ରାହୁଲଙ୍କ ସଦସ୍ୟତା ରଦ୍ଦ ବିରୋଧରେ କଂଗ୍ରେସର ବିକ୍ଷୋଭ

କେନ୍ଦ୍ରାପଡା: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପରେ ତାତିକି ରହିଛି କଂଗ୍ରେସ । ବିଭିନ୍ନ ସମୟରେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ଦଳ । କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ରାହୁଲ ଗାନ୍ଧୀଙ୍କ ପ୍ରତି ପ୍ରତିଶୋଧ ପରାୟଣ ହୋଇ କେନ୍ଦ୍ର ସରକାର ତାଙ୍କୁ ପଦବୀରୁ ହଟାଇ ଦେଇଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ । କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତିଙ୍କ ନେତୃତ୍ବାରେରେ ଏକ ଗଣ ବିକ୍ଷୋଭ କରିଛି ।

ଏହା ବି ପଢନ୍ତୁ...ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକଙ୍କୁ ମିଳୁନି ଦରମା, ଆନ୍ଦୋଳନ ଚେତାବନୀ ଦେଲା ସଂଘ

ମୋଦି ସରକାର ପ୍ରତିଶୋଧ ପରାୟଣ ହୋଇ ରାହୁଲଙ୍କ ସଦସ୍ୟତା ରଦ୍ଦ କରିଛନ୍ତି । କେନ୍ଦ୍ରରେ ମୋଦି ସରକାର କେବଳ ଅମ୍ବାନୀ ଆଦାନୀ ପ୍ରୀତିକୁ ଛାଡି ଦେଲେ କୃଷିମାରଣ, ସାଧାରଣ ଲୋକଙ୍କ ଉପରେ ଟ୍ୟାକ୍ସ ବୋଝ, ଇନ୍ଧନ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଓ ପେଟ୍ରୋଲ ଡିଜେଲ ଆଦି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବଢ଼ାଇ ସାଧାରଣ ଜନତାଙ୍କ ପେଟକୁ ଲାତ ମାରୁଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ କର୍ମୀ । ସେହିପରି ପୁରୀରେ ବେଦାନ୍ତ ବିଶ୍ବ ବିଦ୍ୟାଳୟକୁ ଜମି ମଞ୍ଜୁର କରିବା ସମୟରେ ବର୍ତ୍ତମାନର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟମନ୍ତ୍ରୀଙ୍କ ସହ ସଲା ସୁତୁରାରେ କୋଟିକୋଟି ଟଙ୍କାର ଜମିକୁ ଦଲାଲ ହାତରେ ଟେକି ଦେବା ପାଇଁ ମସୁଧା କରିଥିବା ଅଭିଯୋଗ କରିଛି କଂଗ୍ରେସ । ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଛାଟ ଦେବା ଦେଶର ଆଇନ ବ୍ୟବସ୍ଥା ଏକମାତ୍ର ଶୃଙ୍ଖଳିତ ଥିବା କହିଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା।

ଏହା ବି ପଢନ୍ତୁ...ଲିଙ୍କ ରୋଡ଼ ସମ୍ପ୍ରସାରଣ ପାଇଁ ୧୨୨ କୋଟି, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ଓ ବିଧାୟକ

ସେହିପରି ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ବର୍ଷିଛି କେନ୍ଦ୍ରପଡା କଂଗ୍ରେସ । ବେଦାନ୍ତ ବିଶ୍ବ ବିଦ୍ୟାଳୟ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ଜିଲ୍ଲା କଂଗ୍ରେସ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରିଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା, କେନ୍ଦ୍ରାପଡାର ପୂର୍ବତନ ବିଧାୟକ ଚିନ୍ମୟ ବେହୁରା, ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ, ଜୟନ୍ତ ମହାନ୍ତି, ପୂର୍ବତନ ସାଂସଦ ଅନନ୍ତ ସେଠୀ, ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ, ମୁକ୍ତାର ଖାଁ, ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଆଇନଜୀବି ବିଧୁଭୁଷଣ ମହାପାତ୍ର ଓ ବହୁ କଂଗ୍ରେସ କର୍ମୀ ଏହି ଗଣବିକ୍ଷୋଭରେ ସାମିଲ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେବା ସହ ବର୍ତ୍ତମାନ ଶାସନ ବ୍ୟବସ୍ଥା ଏକ କଳାଦିନ ଦେଇ ଗତି କରୁଥିବା କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details