ଓଡିଶା

odisha

ETV Bharat / state

କେନ୍ଦ୍ରାପଡ଼ାରେ ଲକଡାଉନ ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା - ଜିଲ୍ଲାପାଳ

କେନ୍ଦ୍ରାପଡାରେ ଲକଡାଉନ ନେଇ ଜିଲ୍ଲାବାସୀଙ୍କୁ ବିସ୍ତୃତ ବିବରଣୀ ଦେଇଛନ୍ତି ଜିଲ୍ଲାପାଳ। ଅଧିକ ପଢନ୍ତୁ...

କେନ୍ଦ୍ରାପଡ଼ାରେ ଲକଡାଉନ ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା
କେନ୍ଦ୍ରାପଡ଼ାରେ ଲକଡାଉନ ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା

By

Published : Jun 17, 2021, 1:49 PM IST

କେନ୍ଦ୍ରାପଡା:ଜିଲ୍ଲାରେ କଡାକଡି ପାଳନ କରାଯିବ ଲକଡାଉନ ନିୟମ। ଗତକାଲି ମୁଖ୍ୟ ଶାସନ ସଚିବ ଉପକୂଳବର୍ତ୍ତୀ ୧୩ଟି ଜିଲ୍ଲାକୁ "ବି"କ୍ୟାଟେଗୋରୀରେ ରଖି ସକାଳ ୬ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବାକୁ ସୂଚନା ଦେଇଥିଲେ ।

କେନ୍ଦ୍ରାପଡ଼ାରେ ଲକଡାଉନ ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା

ଆଜି ଏହି ନିର୍ଦ୍ଦେଶାନାମା ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କୁ ବିସ୍ତୃତ ବିବରଣୀ ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୬ରୁ ଖୋଲା ଯାଇ ଅପରାହ୍ନ ୧ଟାରେ ବନ୍ଦ କରାଯିବାକୁ ଥିବାବେଳେ ସପ୍ତାହାନ୍ତ ସଟଡାଉନ ପୂର୍ବଭଳି ଜାରି ରହିବ ବୋଲି କହିଛନ୍ତି ଜିଲ୍ଲାପାଳ।

ସେହିପରି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଏବେ ୧୦୦ରୁ ୧୨୦ଭିତରେ ରହୁଛି ଓ ସଂକ୍ରମଣ ହାର ୫ ପ୍ରତିଶତ ରହୁଥିବା ଏକ ପଜିଟିଭ ସାଇନ ଓ ଜିଲ୍ଲାରେ ଥିବା କୋଭିଡ ହସ୍ପିଟାଲ ଗୁଡିକରେ ଆକ୍ରାନ୍ତଙ୍କ ସଂଖ୍ୟା କମ ରହୁଥିବା କହିଛନ୍ତି ଜିଲ୍ଲାପାଳ। ତେବେ ମୃତକଙ୍କ ସଂଖ୍ୟାକୁ ନେଇ ଜିଲ୍ଲାପାଳ ସାମାନ୍ୟ ହଡବଡେଇ ଯାଇଥିବା ଦେଖିବାକୁ ମିଳିଥିଲା।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details