ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ ଅଚାନକ କଲେଜ ଗସ୍ତ, କଲେ ଦାବିପତ୍ରର ତଦନ୍ତ - ଅଚାନକ ମହାବିଦ୍ୟାଳୟ ପରିଦର୍ଶନ

ମଙ୍ଗଳବାର ଜିଲ୍ଳାପାଳ ସମର୍ଥ ବର୍ମା ଅଚାନକ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ କରିଥିବା ଦାବିର ତଦନ୍ତ କରିଥିଲେ । ଅଧିକ ପଢନ୍ତୁ ...

ଜିଲ୍ଲାପାଳଙ୍କ ଅଚାନକ କଲେଜ ଗସ୍ତ, କଲେ ଦାବି ପତ୍ରର ତଦନ୍ତ

By

Published : Nov 20, 2019, 4:21 AM IST

କେନ୍ଦ୍ରାପଡା: ମହାକାଳପଡ଼ା ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା । ଅଚାନକ କଲେଜ ଗସ୍ତ କରି ପଚାରି ବୁଝିଲେ ସମସ୍ୟା ।

ତେବେ ଗତ 7 ତାରିଖ ଦିନ ମହାବିଦ୍ୟାଳୟରେ ସାଇକେଲ ଷ୍ଟାଣ୍ଡ ନଥିବା, ପାନୀୟ ଜଳ ସମସ୍ୟା, ମହାବିଦ୍ୟାଳୟ ଜମି ଜବରଦଖଲ ଉଚ୍ଛେଦ, ସ୍ଥାୟୀ ବାଉଣ୍ଡ୍ରି, ହଷ୍ଟେଲ ନିର୍ମାଣ ଆଦି ଦାବିନେଇ 8ଜଣ ଛାତ୍ରଛାତ୍ରୀ ଦୀର୍ଘ 25କିମି ପଦଯାତ୍ରା କରି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

ଜିଲ୍ଲାପାଳଙ୍କ ଅଚାନକ କଲେଜ ଗସ୍ତ, କଲେ ଦାବି ପତ୍ରର ତଦନ୍ତ

ମଙ୍ଗଳବାର ଜିଲ୍ଳାପାଳ ସମର୍ଥ ବର୍ମା ଅଚାନକ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ କରିଥିବା ଦାବିର ତଦନ୍ତ କରିଥିଲେ । ପରେ ଅଧ୍ୟକ୍ଷ, ଅଧ୍ୟାପକଙ୍କ ସହ ଆଲୋଚନା କରିବା ସହ ମହାବିଦ୍ୟାଳୟର ସମସ୍ୟା ଗୁଡିକ କିପରି ଶୀଘ୍ର ସମାଧାନ ହୋଇପାରିବ ସେନେଇ ତତ୍ପରତା ପ୍ରକାଶ କରିଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details