ଓଡିଶା

odisha

By

Published : May 8, 2023, 4:40 PM IST

ETV Bharat / state

କ୍ଷମତାର ଦୁରୂପଯୋଗ ! ନିଜେ ରେସିଡେନ୍ସ ସାର୍ଟିଫିକେଟ ଦେଇ ପରେ ନାକଚ କଲେ ଅତିରିକ୍ତ ତହସିଲଦାର

କେନ୍ଦ୍ରାପଡ଼ା ଡେରାବିଶ୍ ଆଡିସନାଲ ତହସିଲଦାର ସୁଜିତ ସ୍ବାଇଁ ନିଜ ତହସିଲ ଅନ୍ତର୍ଗତ ଜଣେ ଯୁବତୀଙ୍କୁ ରେସିଡେନ୍ସ ସାର୍ଟିଫିକେଟ ପ୍ରଦାନ କରିଥିଲେ । ତେବେ ବିନା କୌଣସି ସୂଚନା କିମ୍ବା ନୋଟିସରେ ଏହାକୁ ଗତ ୨୧ ତାରିଖରେ ରଦ୍ଦ କରିଛନ୍ତି । ସରକାରୀ ନିୟମ ବିରୋଧରେ ଯାଇ ସେ ଏହାକୁ ରଦ୍ଦ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ରେସିଡେନ୍ସ ସାର୍ଟିଫିକେଟ ଦେଇ ପରେ ନାକଚ କଲେ ଅତିରିକ୍ତ ତହସିଲଦାର
ରେସିଡେନ୍ସ ସାର୍ଟିଫିକେଟ ଦେଇ ପରେ ନାକଚ କଲେ ଅତିରିକ୍ତ ତହସିଲଦାର

ରେସିଡେନ୍ସ ସାର୍ଟିଫିକେଟ ଦେଇ ପରେ ନାକଚ କଲେ ଅତିରିକ୍ତ ତହସିଲଦାର

କେନ୍ଦ୍ରାପଡ଼ା: ଅନେକ ସମୟରେ ସରକାରୀ ଅଧିକାରୀ କ୍ଷମତାର ଦୁରୂପଯୋଗ କରୁଥିବା ଅଭିଯୋଗ ହେଉଛି । ତେବେ ଅଧିକାରୀଙ୍କ ପାଇଁ ପ୍ରଚଳିତ ଆଇନ କାନୁନ ବିଷୟରେ ନଜାଣି ନିଜକୁ ସର୍ବେସର୍ବା ମନେ କରି ପ୍ରଥମେ ରେସିଡେନ୍ସ ସାର୍ଟିଫିକେଟ୍‌ ଦେଉଛନ୍ତି ଆଉ ପରେ ନିଜେ ହିଁ ଉକ୍ତ ସାର୍ଟିଫିକେଟକୁ ରଦ୍ଦ କରୁଛନ୍ତି ସରକାରୀ ବାବୁ । ଯାହାକି ପିପୁଲ ରିପ୍ରେଜେଣ୍ଟଟିଭ ଆକ୍ଟର ଖୋଲା ଉଲ୍ଲଙ୍ଘନ ବୋଲି କହିଛନ୍ତି ବୁଦ୍ଧିଜୀବୀ । ଜଣେ ବ୍ୟକ୍ତି ୬ ମାସ ପର୍ଯ୍ୟନ୍ତ କୌଣସି ସ୍ଥାନରେ ସ୍ଥାୟୀ ଭାବେ ରହିଲେ ଉକ୍ତ ବ୍ୟକ୍ତିଙ୍କୁ ରେସିଡେନ୍ସ ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ସରକାରୀ ନିୟମ ରହିଥିବା ବେଳେ ସାର୍ଟିଫିକେଟ ପ୍ରଦାନ କରିବା ଅଧିକାରୀ ଏହାକୁ ନାକଚ ନକରି ଉପରିସ୍ଥ ଅଧିକାରୀଙ୍କ ନିକଟରେ ଏହାକୁ ଉପସ୍ଥାପିତ କରିବା ଉଚିତ । ତେବେ ନିୟମକୁ ଭୁଲି ନିଜେ ହିଁ ସାର୍ଟିଫିକେଟକୁ ରଦ୍ଦ କରିଥିବା ଭଳି ସଙ୍ଗୀନ ଆଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲାର ଜଣେ ଅଧିକାରୀଙ୍କ ବିରୋଧରେ ।

ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ଡେରାବିଶ୍ ଆଡିସନାଲ ତହସିଲଦାର ସୁଜିତ ସ୍ବାଇଁ ଗତମାସ ୧୧ ତାରିଖରେ ଭାଗ୍ୟଶ୍ରୀ ଓଝା ନାମ୍ନୀ ଜନୈକା ଯୁବତୀଙ୍କୁ ରେସିଡେନ୍ସ ସାର୍ଟିଫିକେଟ ପ୍ରଦାନ କରିଥିବା ବେଳେ ବିନା କୌଣସି ସୂଚନା କିମ୍ବା ନୋଟିସରେ ଏହାକୁ ଗତ ୨୧ ତାରିଖରେ ରଦ୍ଦ କରିଛନ୍ତି । ଯାହାକୁ ନେଇ ଏବେ ଆଡିସନାଲ ତହସିଲଦାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ଭାଗ୍ୟଶ୍ରୀ, ଗତ ୨୦ ବର୍ଷ ଅର୍ଥାତ ୨୦୦୩ ମସିହାରୁ ନିଜ ମାଆଙ୍କ ସହ ଡେରାବିଶ୍ ତହସିଲ ଅଧିନ ବାଘିଲୋ ବାବନପୁର ଗାଁରେ ନିଜ ମାମୁଁଙ୍କ ଘରେ ରହି ଆସୁଛନ୍ତି । ତେବେ ଦୀର୍ଘଦିନ ଧରି ବାଘିଲୋ ବାବନପୁର ଗାଁରେ ଅଭିଯୋଗକାରୀ ବାସ କରି ଆସୁଥିବା ବେଳେ ୨୦୧୯, ୨୦୨୧ ଏମିତିକି ୨୦୨୩ ମସିହା ଏପ୍ରିଲ ୧୧ ତାରିଖରେ ଭାଗ୍ୟଶ୍ରୀଙ୍କୁ ରେସିଡେନ୍ସ ସାର୍ଟିଫିକେଟ ପ୍ରଦାନ କରିଥିଲେ ଆଡିସନାଲ ତହସିଲଦାର ସୁଜିତ କୁମାର ସ୍ବାଇଁ ।

ତେବେ କୌଣସି କାରଣକୁ ନେଇ ଗତ ଏପ୍ରିଲ ୨୧ ତାରିଖରେ ଏହି ରେସିଡେନ୍ସ ସାର୍ଟିଫିକେଟକୁ ନିଜ କ୍ଷମତା ବାହାରକୁ ଯାଇ ନାକଚ କରିଛନ୍ତି ଅଧିକାରୀ ସୁଜିତ ସ୍ବାଇଁ । ଯାହାକି ଜଣେ ସରକାରୀ ଅଧିକାରୀ ନିୟମ ବିରୋଧରେ ଯାଇ ଏହାକୁ ନାକଚ କରିଥିବା ଅଭିଯୋଗ ହୋଇଛି । ନିଜେ ଆଡିସନାଲ ତହସିଲଦାର ଗତବର୍ଷ ଅକ୍ଟୋବର ମାସରେ ଏହି ସମାନ ସ୍ଥାନରେ ଭାଗ୍ୟଶ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ପ୍ରଦାନ କରିଥିବା ବେଳେ ଏବେ କାହିଁକି ରେସିଡେନ୍ସ ସାର୍ଟିଫିକେଟ ପ୍ରଥମେ ପ୍ରଦାନ କରି ନିଜ ଅର୍ଡର ଉପରେ ଏହାକୁ ନାକଚ କଲେ ସେନେଇ ଭାଗ୍ୟଶ୍ରୀ ଡେରାବିଶ୍ ତହସିଲଦାର, କେନ୍ଦ୍ରାପଡା ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ଭଳି ଉପରିସ୍ଥ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । ତେବେ ଚାକିରି କ୍ଷେତ୍ରରେ ଆବଶ୍ୟକ ରେସିଡେନ୍ସ ସାର୍ଟିଫିକେଟ ନାକଚ ହୋଇଥିବାରୁ ଏହି ଉଚ୍ଚଶିକ୍ଷିତ ଯୁବତୀ ଜଣଙ୍କର ଭବିଷ୍ୟତ କଣ ହେବ, ତାହା ସନ୍ଦେହ ଘେରରେ । ଅନ୍ୟପଟେ ଏନେଇ ଆଡିସିନାଲ ତହସିଲଦାରଙ୍କୁ ପଚରାଯିବାରୁ ସେ କ୍ୟାମେରା ସାମ୍ନାରେ ମୁହଁ ଖୋଲି ନାହାନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details