କେନ୍ଦ୍ରାପଡା: ଜିଲ୍ଲା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ରାମନଗର ଗାଁର ଯୁବକ ଦେବୁ ବିଶ୍ବାସ ମୃତ୍ୟୁ ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସେ ଆତ୍ମହତ୍ୟା ନୁହେଁ ବରଂ ତାର ସାଙ୍ଗମାନେ ତାଙ୍କୁ ହତ୍ୟା କରି କାଜୁ ଗଛରେ ଟାଙ୍ଗି ଦେଇଥିବା ପରିବାର ଲୋକେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଘରୁ ଡାକି ନେଇ ସାଙ୍ଗମାନେ କରିଛନ୍ତି ହତ୍ୟା, ଅଭିଯୋଗ ଆଣିଲା ପରିବାର - kendrapara debu biswal death case
ଆତ୍ମହତ୍ୟା ନୁହେଁ ବରଂ ତାର ସାଙ୍ଗମାନେ ଦେବୁକୁ ହତ୍ୟା କରି କାଜୁ ଗଛରେ ଟାଙ୍ଗି ଦେଇଥିବା ପରିବାର ଲୋକେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଘରୁ ଡାକି ନେଇ ସାଙ୍ଗମାନେ କରିଛନ୍ତି ହତ୍ୟା, ଅଭିଯୋଗ ଆଣିଲା ପରିବାର
ଘଟଣା ଦିନ ସନ୍ଧ୍ୟାରେ ଦେବୁର ସାଙ୍ଗ ତାଙ୍କୁ ଘରୁ ଭୋଜି କରିବା ବାହାନାରେ ଡାକି ନେଇଥିଲେ। ସେହି ରାତିରେ ତାର ମୃତଦେହ କାଜୁ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ମେରାଇନ ଥାନା ଦ୍ୱାରା ତଦନ୍ତରେ ଶିଥିଳତା ଦେଖା ଯାଉଥିବାରୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ପରିବାର ଲୋକେ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି କରିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ