ସହାନୁଭୂତି ମାଗୁଛି ସଂସ୍କୃତି ଭବନ, ସାମଗ୍ରୀ ଲୁଟିନେଲେଣି ଦୁର୍ବୃତ୍ତ
କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ସଂସ୍କୃତି ଭବନ ଏବେ ଭୂତକୋଠି ପାଲଟିଛି । ପ୍ରଶାସନର ଖାମଖିଆଲି ମନୋଭାବ ପାଇଁ କୋଠା ଖତ ଖାଉଛି । ଯାହାକୁ ନେଇ ବଢୁଛି ଅସନ୍ତୋଷ । ଅଧିକ ପଢନ୍ତୁ..
କେନ୍ଦ୍ରାପଡା : ରାଜନୀତି ହେଉ କି କଳା ସଂସ୍କୃତି ବେଶ ଚର୍ଚ୍ଚାରେ ରହିଥାଏ କେନ୍ଦ୍ରାପଡା ସହର । ମାତ୍ର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଅବହେଳିତ ହୋଇ ପଡିଥିବା ଜିଲ୍ଲାର ସଂସ୍କୃତି ଭବନ । କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ବିଲ୍ଡିଂ ଏବେ ଭୂତକୋଠି ପାଲଟିଛି । ପ୍ରଶାସନର ଖାମଖିଆଲି ମନୋଭାବ ପାଇଁ କୋଠା ଖତ ଖାଉଛି । ସଂସ୍କୃତି ଭବନ କୋଠାରେ ଚାଲିଛି ଲୋକଙ୍କ ବ୍ୟକ୍ତିଗତ କାମ । ଭବନ ଭିତରେ କେଉଁଠି ଘସି ପରା ହେଉଛି ତ ଆଉଁଠି ଘର ଉପରେ ମାଡି ଗଲାଣୀ ଘାସ । ଛାତ ଫାଟି ଆଁ କଲାଣୀ ତ କେଇଁଠି ଘର ସାରା ଅଳନ୍ଧୁମୟ ହେଲାଣୀ । ଭବନର ସୁରକ୍ଷା ଅଭାବରୁ କବାଟ ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଲୁଟି ନେଲେଣି ଅନେକ ସାମଗ୍ରୀ। ନିର୍ମାଣ କାର୍ଯ୍ୟ ପରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଭବନକୁ ହସ୍ତାନ୍ତର କରିବା ପାଇଁ ସଂସ୍କୃତି ବିଭାଗକୁ ଚିଠି କରିଥିଲା । ହେଲା ସଂସ୍କୃତି ବିଭାଗ ଚିଠି ପାଇ ନଥିବା କହିଛି । ଫଳରେ ଖତ ଖାଉଛି ଜିଲ୍ଲା ସଂସ୍କୃତି ଭବନ ।