କେନ୍ଦ୍ରାପଡା: 9 ଦଫା ଦାବି ନେଇ ଜିଲ୍ଲାର 9ଟି ବ୍ଲକ ଘେରାଉ କରିଛି ଜାତୀୟ କଂଗ୍ରେସ । ରାଜ୍ୟ ସରକାରଙ୍କର ବିଫଳତାକୁ ଲୋକଲୋଚନକୁ ଆଣିବା ସହ ପ୍ରତିବାଦ ସ୍ୱରୂପ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅଭିଯୋଗ ପତ୍ର ପ୍ରଦାନ କରିଛି କଂଗ୍ରେସ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜନ ଆଜି 9 ଦଫା ଦାବିରେ ସମସ୍ତ ବ୍ଲକ ଘେରାଉ କରିଛି କଂଗ୍ରେସ । 24 ବର୍ଷର ଶାସନ କାଳରେ ବିଜେଡି ସରକାର ଲୋକଙ୍କୁ ଖାଲି ଶୋଷଣ କରିଥିବା ଅଭିଯୋଗ କରିଛି କଂଗ୍ରେସ ।
9ଟି ଦାବି ଗୁଡିକ ହେଲା: ପଞ୍ଚାୟତରେ ହେଉଥିବା ପ୍ରତ୍ୟେକଟି କାର୍ଯ୍ୟ ପାଇଁ ବ୍ଲକ୍ରେ ମଗା ଯାଉଥିବା 15% ପିସି କାରବାର ବନ୍ଦ ହେଉ । ପଞ୍ଚାୟତ କ୍ଷମତାକୁ ଅପବ୍ୟବହାର କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଗ୍ରାମସଭାରେ ନିଆନଯାଇ ଜିଲ୍ଲା ପରିଷଦରେ ନିଷ୍ପତ୍ତି ନେବା ଦ୍ୱାରା ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ କରିଛି କଂଗ୍ରେସ । ଏହାସହ ନାରୀ ସଶକ୍ତିକରଣ ବଦଳରେ ନାରୀ ନିର୍ଯାତନା ବଢୁଛି । ଟାଟା ପାୱାର ହାତକୁ ବିଦ୍ୟୁତ ବିଭାଗ ଟେକି ଦେବା ପରେ ଟାଟା ପାୱାର ଲୋକଙ୍କୁ ଲୁଟୁଥିବା ଅଭିଯୋଗ ଆଣିଛି କଂଗ୍ରେସ । ଅଘୋଷିତ ବିଦ୍ୟୁତ କାଟ, ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ଭଳି ଅନେକ ବିଦ୍ୟୁତ ସମସ୍ୟାକୁ ସରକାର ଦୂର କରିବାକୁ କଂଗ୍ରେସ ଦାବି କରିଛି । ରାଜ୍ୟରେ ଥିବା ୨ଲକ୍ଷରୁ ଊର୍ଦ୍ଧ୍ବ ସରକାରୀ ପଦବୀ ପୂରଣ କରି ବେକାରୀ ସମସ୍ୟାକୁ ସମାଧାନ କରିବା । ଚାଷୀ ମାରଣା ନୀତି ବିରୋଧ କରି କଂଗ୍ରେସ ବିଭାନ୍ନ ଜିଲ୍ଲାର ବ୍ଲକ ଘେରାଉ କରିଛି ।