ଓଡିଶା

odisha

ETV Bharat / state

ସ୍କୁଲରେ ଶିକ୍ଷକ ହେଲେ ଜିଲ୍ଲାପାଳ, ପଢାଇଲେ ଆର୍ଥମେଟିକ୍ସ

କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଜିଲ୍ଲାପାଳ ସମର୍ଥ ବର୍ମା ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ଗଣିତ ପଢାଇଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jul 30, 2019, 4:25 AM IST

କେନ୍ଦ୍ରାପଡ଼ା: ସ୍କୁଲରେ ଶିକ୍ଷକ ନୁହେଁ ଜିଲ୍ଲାପାଳ ପଢାଇଲେ ପାଠ । ଜିଲ୍ଲାର ପାଟକୁରା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଜିଲ୍ଲାପାଳ ସମର୍ଥ ବର୍ମା ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ଗଣିତ ପଢାଇଛନ୍ତି ।

ସୋମବାର ଗରଦପୁର ବ୍ଲକରେ ଥିବା ମିଳିତ ଜନଶୁଣାଣିକୁ ଯାଉଥିବା ସମୟରେ ହଠାତ ପାଟକୁରା ଉଚ୍ଚ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିଥିଲେ ଜିଲ୍ଲାପାଳ । ବିଦ୍ୟାଳୟରେ ହଠାତ ଜିଲ୍ଲାପାଳଙ୍କ ପ୍ରବେଶକୁ ଦେଖି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ହଡବଡେଇ ଯାଇଥିଲେ । ଜିଲ୍ଲାପାଳ ଦଶମ ଶ୍ରେଣୀକୁ ଯାଇ ପିଲାମାନଙ୍କ ପାଠପଢ଼ା କଥା ବୁଝିଥିଲେ । ପ୍ରଥମ ପିରିୟଡ଼ରେ ଶ୍ରେଣୀରେ ଶିକ୍ଷକ ଗଣିତ ବିଷୟ ପଢ଼ାଉଥିବା ବେଳେ ଆର୍ଥମେଟିକ ଉପରେ ଶିକ୍ଷାଦାନ ଚାଲିଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ଏହି ସମୟରେ ଜିଲ୍ଲାପାଳଙ୍କ ପ୍ରବେଶ ଓ ଏହାପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନ ପଚାରି ନିଜେ କଳାପଟାରେ ପାଠ ଲେଖିଥିଲେ । ଏଥିସହିତ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆର୍ଥମେଟିକ ସମ୍ବନ୍ଧିତ ବିଭିନ ପ୍ରଶ୍ନର ସମାଧାନ କରିଥିଲେ ।

ଏହାପରେ ଜିଲ୍ଲାପାଳଙ୍କ ସର୍ବାଧିକ ପ୍ରଶ୍ନର ଉତ୍ତର ଦେଇଥିବା ଛାତ୍ରୀଙ୍କୁ ନିଜେ ଏକ କଲମ ଉପହାର ଦେବାସହ ପରେ ଚତୁର୍ଥ ଶ୍ରେଣୀକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ମଧ୍ୟ ଦେଇଥିଲେ । ଅନ୍ୟପଟେ ବିଦ୍ୟାଳୟର ପରିମଳ ବ୍ୟବସ୍ଥା ଓ ପାନୀୟ ଜଳ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଧାନଶିକ୍ଷକଙ୍କୁ ଶୈକ୍ଷିକ ପରିବେଶକୁ ସଫାସୁତୁରା ରଖିବା ପାଇଁ ପରାମର୍ଶ ଦେଇଥିଲେ । ତେବେ ବିଦ୍ୟାଳୟ ପରିସରରେ ଏକ ଗଭୀର ନଳକୂପ ବସାଇବା ପାଇଁ ଗରଦପୁର ବିଡ଼ିଓଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ଜିଲ୍ଲାପାଳ ।

ତେବେ ଜିଲ୍ଲା ଗଠନର ୨୬ ବର୍ଷ ମଧ୍ୟରେ ୪୫ତମ ଜିଲ୍ଲାପାଳ ଭାବରେ ଲୋକାଭିମୁଖୀ କାର୍ଯ୍ୟ ନେତାମାନଙ୍କୁ ଠିକ ଭାବରେ ହଜମ ହେଉ ନଥିବା ଚର୍ଚ୍ଚା ହେଉଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details