କେନଦ୍ରାପଡା: ସମ୍ଭାବ୍ୟ ମହାବାତ୍ୟା 'ୟସ' ପାଇଁ ପ୍ରଶାସନିକ ପ୍ରସ୍ତୁତିକୁ ତଦାରଖ କରିବା ସହ ଜିଲ୍ଲାରେ ଥିବା ବିଭିନ୍ନ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଗୁଡିକ ପରିଦର୍ଶନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ । ବାତ୍ୟାର ରୂପରେଖ ଆରମ୍ଭ ହେବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଆସିନ ଥିବାବେଳେ ରାଜସ୍ୱ କମିଶନର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ ନିର୍ଦ୍ଦେଶାନୁସାରେ ସମସ୍ତ ଲୋକଙ୍କୁ ସ୍ଥାନାନ୍ତରଣ ସହ ଆଶ୍ରୟସ୍ଥଳୀଗୁଡିକରେ ଲାଇଟ ଓ ପାନୀୟଜଳ ବ୍ୟବସ୍ଥାକୁ ପ୍ରସ୍ତୁତ କରିଛି ପ୍ରଶାସନ ।
ବାତ୍ୟା ପରେ ରାସ୍ତାଘାଟ ସଫା, ପାନୀୟଜଳ ଯୋଗାଣ ଓ ବିଦ୍ୟୁତ ଯୋଗାଣ ଉପରେ ବିଶେଷ ଫୋକସ ରଖିଛି ପ୍ରଶାସନ । ସମସ୍ତ ବ୍ଲକ ହେଡକ୍ବାଟରରେ ପର୍ଯ୍ୟାପ୍ତ ପରିମାଣର ବିଦ୍ୟୁତ ତାର, ଇଲେକ୍ଟ୍ରିକ ପୋଲ ଓ ଟ୍ରାନ୍ସଫର୍ମର ମହଜୁଦ ରଖିବା ସହ ଶୁଖିଲା ଖାଦ୍ୟ ପହଞ୍ଚାଇବା ବ୍ୟବସ୍ଥାକୁ ନିରୀକ୍ଷଣ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ସମୁଦ୍ର ଉପକୂଳରେ ରହିଥିବାରୁ ଏହି ଦୁଇଟି ବ୍ଲକ ଉପରେ ବିଶେଷ ଫୋକସ ରହିଛି ।