ଓଡିଶା

odisha

ETV Bharat / state

"ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା" ଯୋଜନା, ହିତାଧିକାରୀଙ୍କୁ ପଞ୍ଜିକୃତ କରାଇଲେ କେନ୍ଦ୍ରାପଡ଼ା ବିଜେପି କର୍ମୀ - ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା କେନ୍ଦ୍ରାପଡା଼

74 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନ୍ମଦିନରେ ଆରମ୍ଭ କଲେ "ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା" ଯୋଜନା। ଉପକୃତ ହେବା 18ଟି ବର୍ଗର କରିଗର। ଅଧିକ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା  ଯୋଜନା
ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା

By ETV Bharat Odisha Team

Published : Sep 17, 2023, 6:30 PM IST

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା

କେନ୍ଦ୍ରାପଡା଼:74 ବର୍ଷରେ ପାଦ ଥାପିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ତଥା ନୂତନ ଭାରତର ନିର୍ମାତା କୁହାଯାଉଥିବା ନରେନ୍ଦ୍ର ମୋଦି । ମୋଦିଙ୍କ ଜନ୍ମ ଦିନକୁ ସାରା ଭାରତ ଧୂମଧାମରେ ପାଳନ କରୁଛି । ତେବେ ନିଜ ଜନ୍ମଦିନରେ ଭାରତବାସୀଙ୍କୁ ଏକ ଲୋକ କଲ୍ୟାଣ ଯୋଜନା ଭେଟି ଦେଇଛନ୍ତି । ଯାହାର ନାଁ ରହିଛି "ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା" ଯୋଜନା । ଏହି ଯୋଜନା ମାଧ୍ୟମରେ 18ଟି ବର୍ଗର କାରିଗର ଉପକୃତ ହେବେ । ଏହି କ୍ରମରେ ଆଜି ଅନେକ ହିତାଧିକାରୀଙ୍କ ନାମ ଏହି ଯୋଜନାର ପଞ୍ଜିକରଣ କରାଇଛନ୍ତି କେନ୍ଦ୍ରାପଡ଼ା ବିଜେପି କର୍ମୀ ।

ଏହା ମଧ୍ୟ ପଢ଼ନ୍ତୁ..YashoBhoomi: ଜନ୍ମଦିନରେ ଦିଲ୍ଲୀବାସୀଙ୍କୁ ଭେଟି, ଯଶୋଭୂମି ଉଦଘାଟନ କଲେ ମୋଦି

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲା ଏକ ଶିଳ୍ପ ବିହୀନ ଜିଲ୍ଲା ହୋଇଥିବାରୁ ଏହି ଯୋଜନାରେ ଅନେକ କାରିଗର ଉପକୃତ ହେବେ ବୋଲି ଆଶାବ୍ୟକ୍ତ କରାଯାଇଛି । ଆଜି କେନ୍ଦ୍ରାପଡ଼ାରେ ବିଜେପି ସଭାପତି କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରାଯିବା ସହ "ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା" ଯୋଜନାର ଶୁଭାରମ୍ଭ କରାଯାଇଛି । ତେବେ ଏହି ଅବସରରେ ଅନେକ କାରିଗରମାନଙ୍କର ନାମ ପଞ୍ଜିକରଣ କରାଯାଇ ଦୂରଦର୍ଶନ ମାଧ୍ୟମରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖାଯାଇଛି । ଅନ୍ୟପଟେ ଏହି ବୃତ୍ତିଧାରୀ ବ୍ୟକ୍ତିବିଶେଷ ଯେଉଁଭଳି ଅସୁବିଧାରେ ନପଡିବେ ସେନେଇ ଜିଲ୍ଲା ବିଜେପି ପକ୍ଷରୁ ସେମାନଙ୍କ ଆବେଦନ ପାଇଁ ସୁବିଧା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ରବିବାରଠୁ ଲାଗୁ ହେବ ପିଏମ୍ ବିଶ୍ୱକର୍ମା ଯୋଜନା, ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ କରାଯିବ ସଚେତନ

ଏଣିକି କୌଳିକ ବୃତ୍ତିକୁ ବେଉସା କରି ଜୀବନ ଜିଉଁଥିବା କାରିଗରମାନଙ୍କର ଅସୁବିଧା ଦୂର କରିବ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା । ଏହି ଯୋଜନା ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ବଢ଼େଇ, ଡଙ୍ଗା ନିର୍ମାତା, ପଥର କାରିଗର, ଜୋତା କାରିଗର, ଝୁଡ଼ି, ମସିଣା ଏବଂ କତା କରିଗର, ଧୋବା, ବାରିକ, ରାଜମିସ୍ତ୍ରୀ, ମାଛଜାଲ ନିର୍ମାତା ଭଳି 18 ଟି କୌଳିକ ବୃତ୍ତିକୁ ସାମିଲ କରାଯିବ ବୋଲି କୁହାଯାଇଛି । ବୃତ୍ତିକୁ ଆହୁରି ଆଗେଇ ନେବା ପାଇଁ କାରିଗରମାନଙ୍କୁ ଉପଯୁକ୍ତ ଟ୍ରେନି, ଷ୍ଟାଇପେଣ୍ଡ୍‌ ଏବଂ ବୃତ୍ତି ଅନୁଯାୟୀ କିଟ୍‌ ଦିଆଯିବା ସହ 5 ପ୍ରତିଶତ ସୁଧ ହାରରେ ପ୍ରଥମ ପର୍ଯ୍ୟାୟରେ 1 ଲକ୍ଷ ଟଙ୍କା ଏବଂ ଦ୍ୱିତିୟ ପର୍ଯାୟରେ 2 ଲକ୍ଷ ଟଙ୍କାର ଲୋନ ମଧ୍ୟ ଦିଆଯିବାର ବ୍ୟବସ୍ଥା ରହିଛି । ତେବେ ଏହି ଯୋଜନା ପାଇଁ 2023-24 ରୁ 2027-28 ମଧ୍ୟରେ 13 ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏଥିରେ ଗ୍ରାମୀଣ ଓ ସହରାଞ୍ଚଳର ପାରମ୍ପରିକ କାରିଗର ଓ ଶୀଳ୍ପିକାରମାନେ ଉପକୃତ ହେବେ । କୌଳିକ ବୃତ୍ତିକୁ ଆଧାର କରି ଜୀବନଯାପନ କରୁଥିବା ଲୋକଙ୍କୁ ଏହି ଯୋଜନା ମାଧ୍ୟମରେ ସାମିଲ କରାଯିବ ।


ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details