ଓଡିଶା

odisha

By

Published : Mar 17, 2023, 12:25 PM IST

ETV Bharat / state

Under Construction Bridge Collapse: ବିଜେପିର କଟାକ୍ଷ, ପୋଲ ଭୁଶୁଡିନି 5ଟି ବ୍ୟବସ୍ଥା ଭୁଶୁଡି ପଡିଛି

କେନ୍ଦ୍ରାପଡ଼ାରେ ନିର୍ମାଣାଧୀନ ପୋଲ ଭୁଶୁଡିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଲା ବିଜେପି । 5T ସରକାର ଭୁଷୁଡି ପଡିଛି ବୋଲି ସରକାରଙ୍କୁ ଟାର୍ଗେଟ କରି କହିଲା ବିଜେପି । ଅଧିକ ପଢନ୍ତୁ

Bridge Collapse
Bridge Collapse

Bridge Collapse

କେନ୍ଦ୍ରାପଡା: ନିର୍ମାଣଧିନ ଦ୍ଵିତୀୟ କେନ୍ଦ୍ରାପଡ଼ା ବାଇପାସ ସେତୁ ଭୁଶୁଡିବା ଘଟଣା । ବିଜେପିର ଏକ ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରିବା ସହ ୫ଟି ସରକାରକୁ ଅଙ୍ଗୁଠି ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲେରାନ୍ସ ଟୁ ପିସି କେବଳ ପ୍ରଚାର ସର୍ବସ୍ବ ବୋଲି ଅଭିଯୋଗ କରିଛି ବିଜେପି ।

ଏନେଇ ବିଜେପି କହିଛି ଯେ, "ସରକାରଙ୍କ ୫ଟି ବ୍ୟବସ୍ଥା କେବଳ ଲୋକ ଦେଖାଣିଆ । କେନ୍ଦ୍ରାପଡା ଜିଲ୍ଲାରେ ଏହା ସମ୍ପୁର୍ଣ୍ଣ ଭୁଶୁଡି ପଡିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏହି ଅଘଟଣ ହୋଇଛି । ହୋଇଥିବା ଅଘଟଣକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ବିଜେଡି ସରକାରଙ୍କ ଅପାରଗତା ଜଳଜଳ ହୋଇ ଦିଶୁଛି ।"

ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ପ୍ରବକ୍ତା ତେଜେଶ୍ୱର ପରିଡା, ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ, ଜିଲ୍ଲା ସମ୍ପାଦକ ମିହିର କୁମାର ସାମଲ, ମଣ୍ଡଳ ସଭାପତି ପ୍ରକାଶ ଦାସ ପ୍ରମୁଖଙ୍କୁ ନେଇ ଗଠିତ ଏକ ପ୍ରତିନିଧି ମଣ୍ଡଳୀ ନିର୍ମାଣାଧୀନ ସେତୁ ଭୁଶୁଡି ପଡିଥିବା ପୋଲର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏନେଇ ରାଜ୍ୟ ବିଜେପି ପ୍ରବକ୍ତା କହିଛନ୍ତି,"ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦୁର୍ନୀତିରେ ବୁଡି ରହିଛନ୍ତି । ମାତ୍ରାଧିକ ପିସି କାରବାର ପାଇଁ ସରକାରୀ ନିର୍ମାଣ ଗୁଡିକର ତଦାରଖ ଠିକ ଭାବରେ ହୋଇ ପାରୁନାହିଁ । ପ୍ରକଳ୍ପର ଶୁଭ ଦିଆଯିବାର ଦୀର୍ଘ ବର୍ଷ ପରେ କାମ ଆରମ୍ଭ ହେବା ଓ ସ୍ଲାବ ପକାଯିବାର ମାତ୍ର ୧୨ ଘଣ୍ଟା ପରେ ପ୍ରାୟ ୨୦୦ ମିଟର ଦୀର୍ଘ ଗ୍ରାଇଡର (ସ୍ଲାବ) ସମ୍ପୂର୍ଣ୍ଣ ଭୁଶୁଡି ପଡିବା ଠିକାଦାରଙ୍କ ବେପରୁଆ ତଥା ଅପରିଣାମଦର୍ଶୀ କାର୍ଯ୍ୟର ନଗ୍ନ ଚିତ୍ର । କେନ୍ଦ୍ରାପଡାରେ ଦୁଇ ପ୍ରଭାବଶାଳୀ ନେତା, ସାଂସଦ ଏହି ଘଟଣାକୁ ନେଇ ଆଜି ପର୍ଯ୍ୟନ୍ତ ମୁହଁ ଖୋଲିଲେ ନାହିଁ । କେବଳ ଘଟଣାସ୍ଥଳ ପରିଦର୍ଶନ କରି ନିଜର କାର୍ଯ୍ୟ ସାରି ଦେଇଛନ୍ତି । "

ଅପରପକ୍ଷେ ଏପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ ଠିକାଦାରୀ ସଂସ୍ଥା କିମ୍ବା ଦାୟିତ୍ବରେ ଅବହେଳା କରିଥିବା ଯନ୍ତ୍ରୀ, ଅଫିସରଙ୍କ ବିରୋଧରେ କୌଣସି ଆଖି ଦୃଶିଆ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଜିଲ୍ଲା ବିଜେପି ସଭାପତି କହିଛନ୍ତି । ତୁରନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ କେନ୍ଦ୍ରାପଡ଼ା ସହରବାସୀଙ୍କ ଜୀବନ ସହିତ ଖେଳିଥିବା ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବିଜେପି ତରଫରୁ ଆଗାମୀ ଦିନରେ ଦୃଢ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ପୋଲ ଭୁଶୁଡି ନାହିଁ ବରଂ ରାଜ୍ୟରେ 5T ସରକାର ଭୁଶୁଡି ପଡିଛି ବୋଲି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ରାଜ୍ୟ ପ୍ରବକ୍ତା ତେଜେଶ୍ୱର ପରିଡା ।

ଇଟିଭି ଭାରତ, କୋନ୍ଦ୍ରାପଡା

ABOUT THE AUTHOR

...view details