କେନ୍ଦ୍ରାପଡା:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପାକ୍ ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ ଜୋର ଧରିଛି ଆନ୍ଦୋଳନ । ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି କେନ୍ଦ୍ରାପଡା ଜିଲ୍ଲା ବିଜେପି ।
ଗତକାଲି(ଶନିବାର) କେନ୍ଦ୍ରାପଡା ଜିଲ୍ଲା ବିଜେପି "ସୁନଲୋ ବେଟା ପାକିସ୍ତାନ, ବାପ ତେରା ହୈ ହିନ୍ଦୁସ୍ତାନ" ସ୍ଲୋଗାନ ଦେଇ ରାଜରାସ୍ତାକୁ ଓହ୍ଲାଇଥିଲା । ପାକିସ୍ଥାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୂଟୋଙ୍କ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ତଥା ଅପମାନ ସୂଚକ ଶବ୍ଦ ବ୍ୟବହାର ପାଇଁ ସାରା ଦେଶରେ ଏହାକୁ ଘୋର ନିନ୍ଦା କରାଯିବା ସହ ପାକିସ୍ଥାନ କ୍ଷମା ପ୍ରାର୍ଥନା କରୁ ବୋଲି ଦାବି କରାଯାଇଛି । କେନ୍ଦ୍ରାପଡାରେ ଜିଲ୍ଲା ବିଜେପି ପକ୍ଷରୁ ରାମ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ତିନିମୁହାଣୀ ଛକରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କୁ ନିନ୍ଦା କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ସାଙ୍ଗର ବାପା ସହ ମାଆର ଥିଲା ଅନୈତିକ ସମ୍ପର୍କ: ସାଙ୍ଗକୁ ହତ୍ୟା କଲା ଯୁବକ